ମୁଁ ସମାଜସେବା କରେ,ପଦପଦବୀ ଦରକାର ନାହିଁ : ରବର୍ଟ ଭଦ୍ରା

ମୁଁ ସମାଜସେବା କରେ,ପଦପଦବୀ ଦରକାର ନାହିଁ : ରବର୍ଟ ଭଦ୍ରା

ନୂଆଦିଲ୍ଲୀ: କଂଗ୍ରେସ ମହାସଚିବ ପ୍ରିୟଙ୍କା ଗାନ୍ଧୀ ଭଦ୍ରାଙ୍କ ସ୍ୱାମୀ ରବର୍ଟ ଭଦ୍ରା ଲୋକସଭା ନିର୍ବାଚନକୁ ନେଇ ପ୍ରତିକ୍ରିୟା ରଖିଛନ୍ତି। ରବର୍ଟ କହିଛନ୍ତି ଯେ ସେ ଧର୍ମର ରାଜନୀତି କରନ୍ତି ନାହିଁ। ସେ ସମାଜସେବା କରନ୍ତି । କିନ୍ତୁ ତାଙ୍କର କୌଣସି ପଦବୀ ଦରକାର ନାହିଁ । ଦେଶରେ ସୁଖ ଶାନ୍ତି ରହୁ ବୋଲି ଏକ ଜାତୀୟ ସ୍ତରର ଗଣମାଧ୍ୟମକୁ ସାକ୍ଷାତକାର ଦେଇ ସେ କହିଛନ୍ତି ।

ରାହୁଲ ଗାନ୍ଧିଙ୍କୁ ପ୍ରଧାନମନ୍ତ୍ରୀ ଭାବେ ଦେଖିବାର ପ୍ରଶ୍ନର ଉତ୍ତର ମଧ୍ୟ ରବର୍ଟ ଭଦ୍ରା ଦେଇଛନ୍ତି। ରାହୁଲ ଗାନ୍ଧିଙ୍କ ଚିନ୍ତାଧାରା ଓ କଠିନ ପରିଶ୍ରମକୁ ମୁଁ ଦେଖୁଛି। ରାହୁଲ ପ୍ରଧାନମନ୍ତ୍ରୀ ହେଲେ ଲୋକଙ୍କ ପାଇଁ କାମ କରିବେ। ଆମେ ସଂଖ୍ୟାଗରିଷ୍ଠତା ସହ ସରକାର ଗଠନ କରିବୁ।

ରବର୍ଟ ଭଦ୍ରା ନିର୍ବାଚନ ଲଢ଼ିବା ପ୍ରଶ୍ନରେ ବି ନିଜର ନୀରବତା ଭଙ୍ଗ କରିଛନ୍ତି। "ଜନସାଧାରଣଙ୍କ ଏନେଇ ଦାବି ଥିଲା, କିନ୍ତୁ ଆମେ ପରବର୍ତ୍ତୀ ଥର ଦେଖିବୁ। ବର୍ତ୍ତମାନ ମୁଁ ଧାର୍ମିକ ଭ୍ରମଣରେ ବ୍ୟସ୍ତ ଅଛି ।

ସେ ବିଜେପିକୁ ମଧ୍ୟ ଟାର୍ଗେଟ କରିଛନ୍ତି। ସେ କହିଛନ୍ତି ଯେ ତାଙ୍କ ବିରୋଧରେ ଯାହା ବି ଅଭିଯୋଗ ଆସିଛି, ତାହା ସେ ବୁଝି ପାରୁନାହାନ୍ତି। ତାଙ୍କ ବିରୋଧରେ ବିଜେପି ପାଖରେ କୌଣସି ପ୍ରମାଣ ନାହିଁ। ତଥାପି ତାଙ୍କୁ ସବୁବେଳେ ଟାର୍ଗେଟରେ କରାଯାଉଛି ବୋଲି ସେ କହିଛନ୍ତି। ମୁଁ ସବୁବେଳେ ଲୋକଙ୍କ ମଧ୍ୟରେ ଅଛି । ଗତ ୧୦ ବର୍ଷ ମଧ୍ୟରେ ଭୟର ବାତାବରଣ ସୃଷ୍ଟି ହେବା ସହ ଲୋକଙ୍କୁ ହଇରାଣ କରାଯାଉଛି। ଶିଳ୍ପପତିମାନେ ଦେଶ ଛାଡ଼ି ପଳାଇଛନ୍ତି। ଦେଶରେ ଧର୍ମର ରାଜନୀତି ଚାଲିଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe