ଯଦି ଲୋକ ଚାହିଁବେ ମୁଁ ସକ୍ରିୟ ରାଜନୀତିକୁ ଆସିପାରେ: ରବର୍ଟ ଭଦ୍ରା

Advertisment
ଯଦି ଲୋକ ଚାହିଁବେ ମୁଁ ସକ୍ରିୟ ରାଜନୀତିକୁ ଆସିପାରେ: ରବର୍ଟ ଭଦ୍ରା

Kalinga TV

ନୂଆଦିଲ୍ଲୀ: କଂଗ୍ରେସର ସାଧାରଣ ସମ୍ପାଦକ ପ୍ରିୟଙ୍କା ଗାନ୍ଧୀ ଭଦ୍ରାଙ୍କ ସ୍ୱାମୀ ରବର୍ଟ ଭଦ୍ରା ସକ୍ରିୟ ରାଜନୀତିରେ ପ୍ରବେଶ କରିବାକୁ ଇଚ୍ଛା ପ୍ରକାଶ କରିଛନ୍ତି। ସେ କହିଛନ୍ତି ଯେ ଯଦି ସାଧାରଣ ଲୋକ ଚାହାଁନ୍ତି, ତେବେ ମୁଁ ସକ୍ରିୟ ରାଜନୀତିକୁ ଆସିପାରେ | କଂଗ୍ରେସ ଅଧ୍ୟକ୍ଷା ସୋନିଆ ଗାନ୍ଧୀଙ୍କ ଶିଳ୍ପପତି ଜ୍ୱାଇଁ ରବର୍ଟ ଭଦ୍ରା କହିଛନ୍ତି ଯେ ରାଜନୀତିରେ ପ୍ରବେଶ କରି ସେ ଜନସାଧାରଣଙ୍କ ସେବା କରିପାରିବେ।

ରବିବାର ମଧ୍ୟପ୍ରଦେଶ ଗସ୍ତ ସମୟରେ ଦେଇଥିବା ଏକ ସାକ୍ଷାତକାରରେ ଭଦ୍ରା ଏହା କହିଛନ୍ତି। ସେ କହିଛନ୍ତି ଯେ, ମୁଁ ରାଜନୀତିକୁ ବୁଝିପାରୁଛି ଏବଂ ଯଦି ଲୋକମାନେ ଚାହାଁନ୍ତି ଯେ ମୁଁ ସେମାନଙ୍କ ପ୍ରତିନିଧିତ୍ୱ କରିବି | ଯଦି ମୁଁ ସେମାନଙ୍କ ପାଇଁ କୌଣସି ପରିବର୍ତ୍ତନ ଆଣିପାରିବି, ତେବେ ମୁଁ ନିଶ୍ଚିତ ଭାବରେ ଏହି ପଦକ୍ଷେପ ଗ୍ରହଣ କରିବି। ଉଜ୍ଜୟିନୀର ମହାକାଳେଶ୍ୱର ଜ୍ୟୋତିର୍ଲିଙ୍ଗ ସହ ଅନ୍ୟାନ୍ୟ ମନ୍ଦିରରେ ପୂଜା କରିବା ପରେ ଭଦ୍ରା କହିଛନ୍ତି ଯେ ମୁଁ ୧୦ ବର୍ଷରୁ ଅଧିକ ସମୟ ଧରି ସେବା କାର୍ଯ୍ୟରେ ନିୟୋଜିତ ଅଛି ଏବଂ ଏହା ଜାରି ରଖିବି।

ସୋନିଆ ଗାନ୍ଧୀଙ୍କ ୫୩ ବର୍ଷୀୟ ଜ୍ବାଇଁ ଏହା ମଧ୍ୟ କହିଛନ୍ତି ଯେ ଯଦି ସେ ରାଜନୀତିରେ ପ୍ରବେଶ କରନ୍ତି ତେବେ ସେ ସାଧାରଣ ଲୋକଙ୍କ ସେବା କରିପାରିବେ। ସେହିପରି ଇଭିଏମ ଉପରେ ଆପତ୍ତି ଉଠାଇ ସେ କହିଛନ୍ତି ଯେ ଇଭିଏମକୁ ନେଇ ଲୋକଙ୍କ ମନରେ ଯେଉଁ ସନ୍ଦେହ ଅଛି ଯଦି ତାହାକୁ ଦୂର କରାଯାଏ ତେବେ ଦେଶରେ ନିର୍ବାଚନ ଫଳାଫଳ ବହୁତ ଅଲଗା ଆସିବ |

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe