bilkulonline.com
ନୂଆଦିଲ୍ଲୀ : ଟ୍ୱିଟରରେ ଫଟୋ ସେୟାର କରି ଟ୍ରୋଲ ହେଲେ କଂଗ୍ରେସ ମହାସଚିବ ପ୍ରିୟଙ୍କା ଗାନ୍ଧୀଙ୍କ ସ୍ୱାମୀ ରର୍ବଟ ଭଦ୍ରା । ଷଷ୍ଠ ପର୍ଯ୍ୟାୟ ନିର୍ବାଚନ ପାଇଁ ଆଜି ଭୋଟଗ୍ରହଣ ହେଉଥିବା ବେଳେ ପ୍ରିୟଙ୍କା ଓ ତାଙ୍କ ସ୍ୱାମୀ ରବର୍ଟ ଭଦ୍ରା ଭୋଟ ଦେଇଥିଲେ । ଭୋଟ ଦେବା ପରେ କାଳି ଲାଗିଥିବା ଆଙ୍ଗୁଳି ସହ ଫଟୋ ଉଠାଇ ଏହାକୁ ନିଜର ଟ୍ୱିଟର ପେଜରେ ସେୟାର କରିଥିଲେ । କିନ୍ତୁ ଟ୍ୱିଟରରେ ଭାରତର ପତାକା ବଦଳରେ ପାରାଗୁଏ ପତାକାର ଚିହ୍ନ ରଖିଥିବାରୁ ୟୁଜର୍ସଙ୍କ ଟ୍ରୋଲର ଶିକାର ହୋଇଛନ୍ତି ରର୍ବଟ ।
/sambad/media/post_attachments/wp-content/uploads/2019/05/0_051219063556.jpg)
ଭୋଟ ଦେବା ପରେ ଟ୍ୱିଟରରେ ରବର୍ଟ ଲେଖିଥିଲେ, ଆମର ଅଧିକାର, ଆମର ଶକ୍ତି । ଆପଣ ସମସ୍ତଙ୍କୁ ଭୋଟ ଦେବାକୁ ଆଗେଇ ଆସିବା ଆବଶ୍ୟକ । ଆମ ପ୍ରିୟଜନଙ୍କ ଉଜ୍ଜ୍ଳ ଭବିଷ୍ୟତ ପାଇଁ ସେହି ସବୁ ବ୍ୟକ୍ତିଙ୍କର ଆବଶ୍ୟକତା ରହିଛି ଯେଉଁମାନେ ଆମ ଦେଶକୁ ଧର୍ମନିରପେକ୍ଷର ବାର୍ତ୍ତା ଦେବା ସହ ସୁରକ୍ଷିତ ରଖିପାରିବ । ତେବେ ଭୋଟ ଦେବାକୁ ଅପିଲ କରିବା ସହ ଟ୍ୱିଟ ଶେଷରେ ପାରାଗୁଏର ପତାକା ସେୟାର କରିଥିଲେ । ଯାହାକୁ ନେଇ ସୋସିଆଲ ମିଡିଆରେ ରବର୍ଟଙ୍କୁ ଟ୍ରୋଲର ଶିକାର ହେବାକୁ ପଡିଥଲା । କିନ୍ତୁ ଏହା ଜାଣିବା ପରେ ତତକ୍ଷଣାତ ଏହି ଟ୍ୱିଟରକୁ ହଟାଇ ଭାରତୀୟ ଜାତୀୟ ପତାକା ସହ ନୂଆ ଟ୍ୱିଟ୍ କରିଥିଲେ ରବର୍ଟ।
ଏହା ପୂର୍ବରୁ ରବର୍ଟ ଭଦ୍ରା ପତ୍ନୀ ପ୍ରିୟଙ୍କାଙ୍କ ସହ ଭୋଟ ଦେଇଥିଲେ । ପ୍ରିୟଙ୍କା ଭୋଟ ଦେବା ସହ କଂଗ୍ରେସ ଚଳିତ ଥର ଆଶାରୁ ଅଧିକ ଆସନରେ ଜିତିବ ବୋଲି ସ୍ପଷ୍ଟ କରିଥିଲେ ।
Follow Us
/sambad/media/post_attachments/1e8f7e15bbc851455fc9e05ca4bcea06140f72be86d1958af72c921d971e14cb.jpg)
/sambad/media/post_attachments/42a1d91d97d64a3901095a2732fcc38ecb5cde04a2f91c0961b356adef9b6127.jpg)