ଦର୍ଶନ ପାଇଁ ମୁମ୍ବା ଦେବୀଙ୍କ ମନ୍ଦିରରେ ପହଞ୍ଚିଥିଲେ ରବର୍ଟ ଭଦ୍ରା, ବାହାରକୁ ଆସିବା ପରେ ମୋଦୀଙ୍କ ନାଁ ନେଇ ନାରାବାଜି କଲେ ଲୋକେ

Advertisment
ଦର୍ଶନ ପାଇଁ ମୁମ୍ବା ଦେବୀଙ୍କ ମନ୍ଦିରରେ ପହଞ୍ଚିଥିଲେ ରବର୍ଟ ଭଦ୍ରା, ବାହାରକୁ ଆସିବା ପରେ ମୋଦୀଙ୍କ ନାଁ ନେଇ ନାରାବାଜି କଲେ ଲୋକେ

oneindia.com

ମୁମ୍ବାଇ : କଂଗ୍ରେସର ମହାସଚିବ ପ୍ରିୟଙ୍କା ଗାନ୍ଧୀ ଭଦ୍ରାଙ୍କ ସ୍ୱାମୀ ରବର୍ଟ ଭଦ୍ରା ଶୁକ୍ରବାର ମୁମ୍ବାଇସ୍ଥିତ ମୁମ୍ବା ଦେବୀଙ୍କ ମନ୍ଦିରକୁ ଦର୍ଶନ ପାଇଁ ଯାଇ ପହଞ୍ଚିଥିଲେ । ଦର୍ଶନ ସାରି ବାହାରକୁ ଆସିବା ସମୟରେ ସେଠାରେ ଉପସ୍ଥିତ ଥିବା ଲୋକେ ମୋଦୀ-ମୋଦୀ କହି ନାରା ଲଗାଇବା ଆରମ୍ଭ କରି ଦେଇଥିଲେ । ଧିରେ ଧିରେ ଭିଡ଼ ଅଧିକ ହେବା ସହ ସ୍ଥିତି ଖରାପ ହେବାରୁ ପୁଲିସ ସେଠାରେ ପହଞ୍ଚି ଭଦ୍ରାଙ୍କ ପାଇଁ ରାସ୍ତା ଖାଲି କରିଥିଲେ । ଯାହା ପରେ ଭଦ୍ରା ସେଠାରୁ ବାହାରିବାରେ ସଫଳ ହୋଇଥିଲେ ।

publive-image Latestly.com

ତେବେ ଏହା ପ୍ରଥମ ନୁହେଁ, କଂଗ୍ରେସର ବିଭିନ୍ନ ନିର୍ବାଚନୀ ରାଲି ଏବଂ ରୋଡ୍‌ ସୋ’ରେ ଏଭଳି ଦୃଶ୍ୟ ଦେଖିବାକୁ ମିଳେ । ପ୍ରିୟଙ୍କା ଗାନ୍ଧୀ ଏବଂ କଂଗ୍ରେସ ଅଧ୍ୟକ୍ଷ ରାହୁଲ ଗାନ୍ଧୀ ରାଲି ପାଇଁ ଯାଇଥିବା ବେଳେ ଲୋକେ ମୋଦୀ- ମୋଦୀ ନାରା ଲଗାଇବା ଆରମ୍ଭ କରି ଦେଇଥାନ୍ତି । କିଛି ଦିନ ତଳେ କଂଗ୍ରେସର ଷ୍ଟାର ପ୍ରଚାରକ ହରିଆଣାର ରୋହତକରେ ଏକ ଜନସଭାରେ ଯୋଗ ଦେଇଥିବା ବେଳେ ତାଙ୍କୁ ଜଣେ ମହିଳା ଚପଲ ଫିଙ୍ଗବା ସହ ଉପସ୍ଥିତ ଲୋକେ ମୋଦୀ ମୋଦୀ ନାରା ଲଗାଇବାକୁ ଲାଗିଥିଲେ ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe