ରିୟାଦ୍: ସାଉଦି ଆରବ ଏକ ରୋବୋଟ୍କୁ ନାଗରିକତ୍ୱ ପ୍ରଦାନ କରି ଏବେ ଚର୍ଚ୍ଚାରେ ରହିଛି। କୌଣସି ରୋବଟକୁ ଏଭଳି ଅଧିକାର ଦେବାରେ ସାଉଦି ଆରବ ହେଉଛି ପ୍ରଥମ ରାଷ୍ଟ୍ର। ନାଗରିକ ଅଧିକାର ପାଇଥିବା ରୋବଟର ନାମ ହେଉଛି ‘ସୋଫିଆ’ ଏବଂ ଏହା ସର୍ବାଧୁନିକ କମ୍ୟୁଟର ଜ୍ଞାନକୌଶଳରେ ପରିଚାଳିତ ହେଉଛି। ଏଥିପାଇଁ ଏକ ସ୍ୱତନ୍ତ୍ର ଉତ୍ସବ ଆୟୋଜନ ହୋଇଥିଲା ଏବଂ ନାଗରିକତ୍ୱ ପାଇବା ପରେ ସାଉଦି କର୍ତ୍ତୃପକ୍ଷଙ୍କୁ ରୋବୋଟ ‘ଥ୍ୟାଙ୍କ୍ ୟୁ’ କହିଥିଲା। ଜଣେ ବରିଷ୍ଠ ସାମ୍ବାଦିକ ରିୟାଦରେ ରୋବାଟ ସୋଫିଅ ସହ ଏକ ସାକ୍ଷାତକାର ମଧ୍ୟ ନେଇଛନ୍ତି। ଉତ୍ସବରେ ସୋଫିଆକୁ ଦେଖିବା ଏବଂ ଏହାର କାର୍ଯ୍ୟଶୈଳି ସଂପର୍କରେ ଜାଣିବା ପାଇଁ ପ୍ରବଳ ଭିଡ଼ ହୋଇଥିଲା। ମନୁଷ୍ୟକୁ ଉନ୍ନତ ସେବା ଯୋଗାଇ ଦେବା ଏହି ରୋବାଟ୍ର ଏକମାତ୍ର ଲକ୍ଷ୍ୟ ଓ ଉଦ୍ଦେଶ୍ୟ ବୋଲି କୁହାଯାଇଛି ।
ରୋବଟକୁ ନାଗରିକତା ଦେଲା ସାଉଦି ଆରବ
Advertisment
Follow Us