Image Courtesy of BBC
ନୂଆଦିଲ୍ଲୀ: ଇଲଣ୍ଡ୍ର ଏକ ହୋଟେଲ୍ରେ କାମ ବେଳେ କର୍ମଚାରୀମାନଙ୍କ ଅଲକ୍ଷ୍ୟରେ ଗୋଟାଏ ‘ରୋବଟ୍ ଭାକ୍ୟୁମ୍ କ୍ଲିନର୍’ ଖସି ପଳାଇ ଯିବାର ଦିନକ ପରେ ଧରାପଡ଼ିଛି।
‘ବିବିସି ଡଟ୍ କମ୍’ ରିପୋର୍ଟ ଅନୁସାରେ, ଗରୁବାର ଦିନ କେମ୍ବ୍ରିଜ୍ର ଅର୍ଚାର୍ଡ ପାର୍କରେ ଅବସ୍ଥିତ ଟ୍ରାଭ୍ଲଜ୍ ହୋଟେଲ୍ର କର୍ମଚାରୀମାନଙ୍କ ଅଜ୍ଞାତରେ ଉକ୍ତ ‘ସଫେଇ ମେସିନ୍’ଟି ବାହାରକୁ ପଳାଇଯାଇ ‘ନିରୁଦ୍ଦିଷ୍ଟ’ ହୋଇ ଯାଇଥିଲା।
ଶେଷକୁ ତହିଁ ଆର ଦିନ ‘ରୋବଟ୍ ଭାକ୍ୟୁମ୍ କ୍ଲିନର୍’ଟି ମିଳିଥିଲା। କୌଣସି ମତେ ଉକ୍ତ ରୋବଟ୍ ହୋଟେଲ୍ର ଆଗ ଦ୍ବାର ଦେଇ ବାହାରକୁ ବାହାରି ଯାଇଥିଲା। ତାହା ନ ମିଳିବାରୁ ଚିନ୍ତାକୁଳ ହୋଟେଲ୍ କର୍ମଚାରୀମାନେ ସହାୟତା ପାଇଁ ସାମାଜିକ ଗଣମାଧ୍ୟମର ଆଶ୍ରୟ ନେଲେ। ହୋଟେଲ୍ର ସହକାରୀ ପରିଚାଳକ ‘ରେଡିଟ୍’ରେ ଲେଖିଲେ, ଆଜି ଆମର ନୂଆ ରୋବଟ୍ ଭାକ୍ୟୁମ୍ କ୍ଲିନର୍ମାନଙ୍କ ମଧ୍ୟରୁ ଗୋଟିଏ ଜୀବନ ବିକଳେ ଖସି ପଳାଇଛି। ସେମାନେ ସାଧାରଣତଃ, ପ୍ରବେଶ ପଥରେ ଥିବା ଚୌକାଠକୁ ବାରି ବା ସେଥିରେ ବାଜି କୋଠରି ଭିତରକୁ ଫେରି ଆସନ୍ତି। କିନ୍ତୁ, ଏଇ ଗୋଟିକ ତାହା ନ କରି ଖସି ପଳାଇଯାଇଛି।
Image Courtesy of India Todayସେ ଯାହାହେଉ, ତହିଁ ଆର ଦିନ ହୋଟେଲ୍ର ଜଣେ କର୍ମଚାରୀ ଉକ୍ତ ‘ରୋବଟ୍ ଭାକ୍ୟୁମ୍ କ୍ଲିନର୍’ଟିକୁ ହୋଟେଲ୍ ସମ୍ମୁଖ ଡ୍ରାଇଭ୍ ପାଖର ବାଡ଼ମୂଳରୁ ପାଇଥିଲେ।
ସମ୍ପ୍ରତି ସେଇଟିକୁ ସଫା କରାଯାଇ ଅନ୍ୟ ‘ରୋବଟ୍ ଭାକ୍ୟୁମ୍ କ୍ଲିନର୍’ଗୁଡ଼ିକ ସହ ଥାକ ଉପରେ ରଖାଯାଇଛି ବୋଲି ହୋଟେଲ୍ ଗଣମାଧ୍ୟମକୁ କହିଛି।
Follow Us