photo-india today
ନୂଆଦିଲ୍ଲୀ: ବିଶ୍ୱ ପ୍ରସିଦ୍ଧ ଫାର୍ମାସ୍ୟୁଟିକାଲ୍ କମ୍ପାନୀ ରୋଚେ ଇଣ୍ଡିଆର ସହଯୋଗରେ ସିପ୍ଲା ଦ୍ୱାରା ବିକଶିତ ହୋଇଥିବା ଆଣ୍ଟିବଡି କିଟ୍ ଭାରତରେ ଲଞ୍ଚ ହୋଇଛି | ଦୁଇ କମ୍ପାନୀ ଦ୍ୱାରା ଜାରି ମିଳିତ ବିବୃତ୍ତିରେ କୁହାଯାଇଛି ଯେ 'ପ୍ରଥମ ବ୍ୟାଚ୍ ଆଣ୍ଟିବଡି କକଟେଲ (କ୍ୟାସିରିଭିମାବ ଏବଂ ଇମଡେଭିମାବ) ଭାରତରେ ଉପଲବ୍ଧ ଥିବାବେଳେ ଦ୍ୱିତୀୟ ବ୍ୟାଚ୍ ଜୁନ୍ ମଧ୍ୟଭାଗରେ ଉପଲବ୍ଧ ହେବ। ମୋଟାମୋଟି ଏହି ଡୋଜ ଦୁଇ ଲକ୍ଷ କରୋନା ରୋଗୀଙ୍କ ଚିକିତ୍ସା କରିବାରେ ସକ୍ଷମ ହେବ।
ସୂଚନା ଥାଉ କି ଯେ ଏହି କିଟ୍ ର ମୂଲ୍ୟ ୫୯,୭୫୦ ଟଙ୍କା ରହିଥିବାବେଳେ ଜଣେ ରୋଗୀଙ୍କୁ ୬୦୦ ମି.ଗ୍ରା କ୍ୟାସିରିଭିମାବ ଏବଂ ୬୦୦ ମି.ଗ୍ରା ଇମ୍ଡେଭିମାବ ଦିଆଯିବ। ସିପଲା କମ୍ପାନୀ କହିଛି ଯେ ଦୁଇ ଜଣ ରୋଗୀ ଏହି ମଲ୍ଟି ଡୋଜ୍ ପ୍ୟାକରେ ଚିକିତ୍ସିତ ହୋଇପାରିବେ, ଯାହାର ମୂଲ୍ୟ ୧ ଲକ୍ଷ ୧୯ ହଜାର ୫୦୦ ଟଙ୍କା ରହିଛି। ସୂଚନା ଥାଉ କି ଯେ ଏହି କିଟ ଭାରତରେ କେବଳ ସିପଲା କମ୍ପାନୀ ମାଧ୍ୟମରେ ବିତରଣ କରାଯିବ। ଡାକ୍ତରଖାନା ଏବଂ କୋଭିଡ୍ କେୟାର ସେଣ୍ଟର ମାଧ୍ୟମରେ ରୋଗୀଙ୍କୁ କିଟ୍ ବିତରଣ କରାଯିବ।
ନିକଟରେ ସେଣ୍ଟ୍ରାଲ୍ ଡ୍ରଗ୍ ଷ୍ଟାଣ୍ଡାର୍ଡ କଣ୍ଟ୍ରୋଲ୍ ଅର୍ଗାନାଇଜେସନ୍ (CDSCO) ଭାରତରେ ଆଣ୍ଟିବଡି କକଟେଲ ପାଇଁ ଜରୁରୀକାଳୀନ ବ୍ୟବହାରକୁ ଅନୁମୋଦନ କରିଛି ଏବଂ ୟୁରୋପୀୟ ୟୁନିଅନ୍ ଦେଶଗୁଡିକ ମଧ୍ୟ ବ୍ୟବହାର କରିଛନ୍ତି। ରୋଚେ ଫାର୍ମା ଇଣ୍ଡିଆ ପକ୍ଷରୁ କୁହାଯାଇଛି ଯେ, କରୋନା ମହାମାରୀର ଦ୍ୱିତୀୟ ଲହରୀକୁ ମୁକାବିଲା କରିବା ଏବଂ ଭୂତାଣୁର ପ୍ରଭାବକୁ ହ୍ରାସ କରିବା ପାଇଁ ଆମର ଉଦ୍ୟମ ସଫଳ ହୋଇଛି। ଆମେ ଆଶାବାଦୀ ଯେ ଭାରତରେ ଆଣ୍ଟିବଡି କକଟେଲ (କ୍ୟାସିରିଭିମାବ ଏବଂ ଇମଡେଭିମାବ) ରୋଗୀଙ୍କୁ ସୁସ୍ଥ କରିବାରେ ସହାୟକ ହେବ ।
Follow Us