indiatoday.in
ବାଗଦାଦ : ଇରାକ୍ର ରାଜଧାନୀ ବାଗଦାଦର ଗ୍ରୀନ୍ ଜୋନ୍ରେ ଅବସ୍ଥିତ ଆମେରିକା ଦୂତାବାସ ନିକଟରେ ଆଜି ରକେଟ୍ ଆକ୍ରମଣ ହୋଇଛି। ଦୂତାବାସକୁ ଟାର୍ଗେଟ୍ କରି ଏହି ରକେଟ୍ ନିକ୍ଷେପ କରାଯାଇଥିଲେ ମଧ୍ୟ ଏହା ଲକ୍ଷ୍ୟଚୁତ ହୋଇ ଦୂତାବାସଠାରୁ କିଛି ଦୂରରେ ବିସ୍ଫୋରଣ ହୋଇଥିଲା। ସେହିଭଳି ଇରାକ୍ରେ ଅବସ୍ଥିତ ଆମେରିକାର ଏକ ଏୟାରବେସ୍ ଉପରେ ମଧ୍ୟ ରକେଟ୍ ଆକ୍ରମଣ ହୋଇଛି। ତେବେ ଉଭୟ ଆକ୍ରମଣ ଘଟଣାରେ କେହି ମୃତାହତ ହୋଇନାହାନ୍ତି। ଗ୍ରୀନ୍ ଜୋନ୍ରେ ଆମେରିକା ସମେତ ବିଭିନ୍ନ ରାଷ୍ଟ୍ରର ଦୂତାବାସ ରହିଛି।
ଗତକାଲି ବାଗଦାଦ୍ ବିମାନ ବନ୍ଦର ନିକଟରେ ଆମେରିକାର କ୍ଷେପଣାସ୍ତ୍ର ମାଡ଼ରେ ଇରାନ୍ର କମାଣ୍ଡର ଜେନେରାଲ କ୍ବାସିମ ସୁଲେମାନୀ ନିହତ ହୋଇଥିଲେ। ଆଜିର ରକେଟ ଆକ୍ରମଣ ଘଟଣାର ଏହା ସହିତ ସଂପର୍କ ଥିବା କୁହାଯାଉଛି। ଇରାନ୍ ଆଜି ଆମେରିକାକୁ ପୁଣି ଧମକ ଦେଇଛି ଯେ ସୁଲେମାନୀଙ୍କ ମୃତ୍ୟୁର ଭୟଙ୍କର ପ୍ରତିଶୋଧ ନିଆଯିବ।
Follow Us