ଇରାନର ପ୍ରତିଶୋଧ: ଆମେରିକା ଦୂତାବାସ ଉପରେ ରକେଟ ମାଡ଼

Advertisment
ଇରାନର ପ୍ରତିଶୋଧ: ଆମେରିକା ଦୂତାବାସ ଉପରେ ରକେଟ ମାଡ଼

ajj tak

ବାଗଦାଦ୍‌ : ଇରାକର ରାଜଧାନୀ ବାଗଦାଦ୍‌ରେ ଥିବା ଆମେରିକା ଦୂତାବାସ ଉପରେ ରକେଟ ମାଡ଼ ହୋଇଥିବା ଖବର ମିଳିଛି। ଏଥିରେ କେହି ମୃତାହତ ହୋଇଥିବାର ଖବର ମିଳିପାରି ନାହିଁ। ତେବେ ଆମେରିକା ଓ ଇରାନ ମଧ୍ୟରେ ଦେଖାଦେଇଥିବା ବିବାଦ ଏବେ ଗମ୍ଭୀର ରୂପ ନେବାକୁ ବସିଛି। ଆଜିର ଏହି ରକେଟ ଆକ୍ରମଣ ଫଳରେ ମଧ୍ୟ ପ୍ରାଚ୍ୟରେ ଯୁଦ୍ଧର କଳାବାଦଲ ଦେଖାଦେଇଛି। ଆମେରିକା ଦୂତାବାସ ସମେତ ସେଣ୍ଟ୍ରାଲ ଇରାକରେ ଥିବା ବାଲାଡ ଏୟାର ବେସ୍‌ ଉପରେ ଦୁଇଟି  ରକେଟ ମାଡ ହୋଇଥିବା ସୂଚନା ମିଳିଛି। ଏହି ଆକ୍ରମଣ ପରେ ଆମେରିକାର ହେଲିକାପ୍ଟର ଗୁଡିକ ବାଗଦାଦ୍‌ ଆକାଶରେ ଉଡୁଥିବାର ଦେଖିବାକୁ ମିଳିଛି ।

ସ୍ମରଣଯୋଗ୍ୟ ଯେ, ଆମେରିକା ଦ୍ୱାରା ଇରାନ ସେନାର କୁଦସ୍‌ ଫୋର୍ସ କମାଣ୍ଡର ମେଜର ଜେନେରାଲ କାସିମ ସୁଲେମାନୀଙ୍କ ହତ୍ୟା ପରେ ଏହାର ଭୟଙ୍କର ପ୍ରତିଶୋଧ ନେବାକୁ ଇରାନ ଧମକ ଦେଇଥିଲା। ଏହାସହ ଏକ ଭୟଙ୍କର ଯୁଦ୍ଧ ପାଇଁ ମଧ୍ୟ ପ୍ରସ୍ତୁତି ଆରମ୍ଭ କରିଦେଇଛି ଇରାନ । ଏହାର ସଂକେତ ଏକ ମସଜିଦରୁ ମିଳିଛି । ଇରାନର କୋମଠାରେ ଥିବା ଐତିହାସିକ ଜାମକରନ୍‌ ମସଜିଦ ଉପରେ ଇତିହାସରେ ପ୍ରଥମ ଥର ପାଇଁ ଲାଲ୍‌ ପକାତା ଉଡ଼ାଯାଇଛି । ଏହା ଯୁଦ୍ଧର ସଂକେତ ବୋଲି କୁହାଯାଉଛି । ଏଣୁ ଏହା ସ୍ପଷ୍ଟ ହୋଇଯାଇଛି ଯେ ବିଶ୍ୱ ପୁଣି ଏକ ଯୁଦ୍ଧର ଘଟଘଟା ମଧ୍ୟରେ ଠେଲି ହୋଇଯାଉଛି ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe