ଥାନା ଉପରେ ରକେଟ୍‌ ଲଞ୍ଚର୍‌ରେ ଆକ୍ରମଣ, ପାକିସ୍ତାନର ହାତ ଥିବା ସନ୍ଦେହ

ଥାନା ଉପରେ ରକେଟ୍‌ ଲଞ୍ଚର୍‌ରେ ଆକ୍ରମଣ, ପାକିସ୍ତାନର ହାତ ଥିବା ସନ୍ଦେହ

24 GhanteOnline

ଚଣ୍ଡୀଗଡ଼ : ଶନିବାର ପଞ୍ଜାବର ତରଣତାରଣ ଜିଲ୍ଲା ଅନ୍ତର୍ଗତ ସରହାଲି ସ୍ଥିତ ପୁଲିସ ଷ୍ଟେସନ ଉପରେ ରକେଟ୍ ଲଞ୍ଚର ଦ୍ବାରା ଆକ୍ରମଣ ହୋଇଛି । ଥାନା ପରିସରରେ ଗ୍ରେନେଡ଼ ମାଡ଼ ହୋଇଥିବା ବେଳେ ଏହାଦ୍ବାରା କୌଣସି ଜୀବନହାନି ଘଟି ନାହିଁ କିମ୍ବା ଘରଦ୍ବାର ବି ନଷ୍ଟ ହୋଇ ନାହିଁ। ତେବେ ଏହି ଗ୍ରେନେଡ୍ ମାଡ଼ ପଛରେ ପାକିସ୍ତାନର ହାତ ଥିବା ସନ୍ଦେହ କରାଯାଉଛି।

ପଞ୍ଜାବ ଡିଜିପି ଗୌରବ ଯାଦବଙ୍କ କହିବା ଅନୁସାରେ, ରକେଟ୍ ବାହିତ ଗ୍ରେନେଡ଼ଟି ଅତ୍ୟନ୍ତ ଶକ୍ତିଶାଳୀ ଥିଲା। ପାକିସ୍ତାନୀ ଗୋଇନ୍ଦା ସଂସ୍ଥା ଆଇଏସ୍‌ଆଇର ପୃଷ୍ଠପୋଷକତାରେ ଖଲିସ୍ତାନ-ସମର୍ଥିତ ଆତଙ୍କବାଦୀ ଗୋଷ୍ଠୀ ଦ୍ବାରା ଏହି ଆକ୍ରମଣ କରାଯାଇଥିବା ସନ୍ଦେହ କରାଯାଉଛି। ଖଲିସ୍ତାନୀ ଆତଙ୍କବାଦୀ ହରବିନ୍ଦର ସିଂହ ରିଣ୍ଡାର ନିଧନ ପରେ ତା’ ଦ୍ବାରା ପରିଚାଳିତ ଆତଙ୍କବାଦକୁ ଉକ୍ତ ଅଞ୍ଚଳରେ ଜାରି ରଖିବା ପାଇଁ ଆଇଏସ୍‌ଆଇ ଏହି କାଣ୍ଡ ଘଟାଇଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe