କାବୁଲ ବିମାନ ବନ୍ଦର ଉପରେ ଘନଘନ ରକେଟ ମାଡ଼

Advertisment
କାବୁଲ ବିମାନ ବନ୍ଦର ଉପରେ ଘନଘନ ରକେଟ ମାଡ଼

କାବୁଲ: ଆଫଗାନସ୍ଥାନ ରାଜଧାନୀ କାବୁଲ ବିମାନବନ୍ଦର ଉପରେ ଘନଘନ ରକେଟ ମାଡ଼ କରାଯାଇଛି। ପ୍ରାୟ ୨୦ରୁ ୩୦ଟି ରକେଟ୍‌ କାବୁଲ ବିମାନବନ୍ଦର ଉପରେ ମାଡ଼ କରିଛି। ରକେଡ ମାଡ଼ ସେତେବେଳେ କରାଯାଇଛି ଯେତେବେଳେ ଆମେରିକାର ପ୍ରତିରକ୍ଷା ମନ୍ତ୍ରୀ ଜିମ୍‌ ମେଟିସ ଭାରତ ଗସ୍ତ ସାରି ଆଫଗାନୀସ୍ଥାନରେ ପହଞ୍ଚଛନ୍ତି। ଜିମ୍‌ ମେଟିସ କାବୁଲ ବିମାନବନ୍ଦରରେ ପହଞ୍ଚିବାରର ଅଳ୍ପ ସମୟ ପରେ ଏହି ରକେଟ ମାଡ଼ ହୋଇଛି। ଘନ ଘନ ରକେଟ ମାଡ଼ ପରେ କାବୁଲ ବିମାନବନ୍ଦନରକୁ ବନ୍ଦ କରି ଦିଆଯାଇଛି।ଏଠାରୁ ସମସ୍ତ ବିମାନର ଉଡ଼ାଣକୁ ରଦ୍ଦ କରି ଦିଆଯାଇଛି।
ସୂଚନାଯୋଗ୍ୟ ଯେ କାବୁଲ ବିମାନବନ୍ଦର ଠାରୁ ଅଳ୍ପ ଦୂରରେ ନାଟୋର ବେସ୍‌ କ୍ୟାମ୍ପ ରହିଛି। କୁହାଯାଉଛି ଏହି ବେସ କ୍ୟାମ୍ପ ଉପରକୁ ହିଁ ଟାର୍ଗେଟ୍‌ କରାଯାଇଥିଲା।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe