‘ରକେଟ୍ରି: ଦି ନାମ୍ବି ଇଫେକ୍ଟ’ର ସ୍ୱତନ୍ତ୍ର ପ୍ରଦର୍ଶନ

Advertisment

ଚଳଚ୍ଚିତ୍ରଟି ପୂର୍ବତନ ଇସ୍ରୋ ବୈଜ୍ଞାନିକ ନାମ୍ବି ନାରାୟଣଙ୍କ ଜୀବନୀ ଉପରେ ଆଧାରିତ

ଚଳଚ୍ଚିତ୍ରଟି ପୂର୍ବତନ ଇସ୍ରୋ ବୈଜ୍ଞାନିକ ନାମ୍ବି ନାରାୟଣଙ୍କ ଜୀବନୀ ଉପରେ ଆଧାରିତ

‘ରକେଟ୍ରି: ଦି ନାମ୍ବି ଇଫେକ୍ଟ’ର ସ୍ୱତନ୍ତ୍ର ପ୍ରଦର୍ଶନ

ନୂଆଦିଲ୍ଲୀ : ସୂଚନା ଓ ପ୍ରସାରଣ ମନ୍ତ୍ରଣାଳୟ ପକ୍ଷରୁ ନୂଆଦିଲ୍ଲୀର ସିରିଫୋର୍ଟ ପ୍ରେକ୍ଷାଳୟରେ ‘ରକେଟ୍ରି: ଦି ନାମ୍ବି ଇଫେକ୍ଟ’ ଚଳଚ୍ଚିତ୍ରର ସ୍ୱତନ୍ତ୍ର ପ୍ରଦର୍ଶନ ହୋଇଛି। ରକେଟ୍ରି ଟିମ୍, ଅଧ୍ୟକ୍ଷ ତଥା ଏହାର ଲେଖକ, ପ୍ରଯୋଜକ ଓ ନିର୍ଦ୍ଦେଶକ ଆର୍. ମାଧବନ ଏଥିରେ ଯୋଗ ଦେଇଥିଲେ। ଶ୍ରୀ ମାଧବନ ଏଥିରେ ଅଗ୍ରଣୀ ଭୂମିକାରେ ଅବତୀର୍ଣ୍ଣ ହେବା ସହ ଏହା ତାଙ୍କର ପ୍ରଥମ ନିର୍ଦ୍ଦେଶିତ ଚଳଚ୍ଚିତ୍ର। ଏଥିରେ ପୂର୍ବତନ ସିବିଆଇ ନିର୍ଦ୍ଦେଶକ ଡି.ଆର୍. କାର୍ତ୍ତିକେୟନ, ପୂର୍ବତନ ସିବିଆଇ ଆଇଜି ପି.ଏମ୍ ନାୟାର, ଭାରତ ସରକାରଙ୍କ ବରିଷ୍ଠ ଅଧିକାରୀ, ଚଳଚ୍ଚିତ୍ର ଶିଳ୍ପର ଅଂଶୀଦାର ପ୍ରମୁଖ ଯୋଗ ଦେଇଥିଲେ। ଚଳଚ୍ଚିତ୍ରର ଅଭିନୟ, ସମ୍ପାଦନା ଓ ଶ୍ରୀ ନାମ୍ବି ନାରାୟଣଙ୍କ ଜୀବନର ଉତ୍ସାହପୂର୍ଣ୍ଣ କାହାଣୀ ଦର୍ଶକଙ୍କ ଦ୍ୱାରା ବେଶ୍ ପ୍ରଶଂସିତ ହୋଇଥିଲା।

ଏହି ଅବସରରେ ଉଦ୍‌ବୋଧନ ଦେଇ ଶ୍ରୀ ମାଧବନ କହିଥିଲେ ଯେ, ଏହି ଚଳଚ୍ଚିତ୍ରରେ ଭାରତର ମହାକାଶ ଓ ସୂଚନା ପ୍ରଯୁକ୍ତି କ୍ଷେତ୍ରରେ ବୈଷୟିକ କ୍ଷମତା ବିଶେଷଭାବେ ପ୍ରତିଫଳିତ ହୋଇଛି। ଏହି ଚଳଚ୍ଚିତ୍ର ଜରିଆରେ ଭାରତ ବିଶ୍ୱକୁ ଆମର ମାନବସମ୍ବଳର ଦକ୍ଷତା ଓ ବୈଜ୍ଞାନିକ ପାରଦର୍ଶିତାର ପ୍ରମାଣ ଦେଇଛି। ଏହି ଚଳଚ୍ଚିତ୍ର ପୂର୍ବତନ ବୈଜ୍ଞାନିକ ତଥା ମହାକାଶ ଯନ୍ତ୍ରୀ ନାମ୍ବି ନାରାୟଣଙ୍କ ବାସ୍ତବ ଜୀବନ ଉପରେ ଆଧାରିତ। ମାତ୍ର ୧୯୯୪ ମସିହାରେ ସେ ଗୁପ୍ତଚର ବୃତ୍ତି ଅଭିଯୋଗରେ ଅଭିଯୁକ୍ତ ହୋଇଥିଲେ। ରକେଟ୍ରି: ଦି ନାମ୍ବି ଇଫେକ୍ଟ ୭୫ତମ କାନ୍ସ ଚଳଚ୍ଚିତ୍ର ମହୋତ୍ସବରେ ପ୍ରଦର୍ଶିତ ହୋଇ ବହୁଳଭାବେ ପ୍ରଶଂସିତ ହୋଇଥିଲା।

ଏଥିରେ ଉଦ୍ବୋଧନ ଦେଇ ସୂଚନା ଓ ପ୍ରସାରଣ ମନ୍ତ୍ରଣାଳୟ ସଚିବ ଅପୂର୍ବ ଚନ୍ଦ୍ର କହିଥିଲେ ଯେ ଏହି ଚଳଚ୍ଚିତ୍ର ଦର୍ଶକଙ୍କ ହୃଦୟ ଛୁଇଁବା ସହ ମନକୁ ବାନ୍ଧି ରଖିଥାଏ। ନାମ୍ବି ନାରାୟଣଙ୍କ ସମେତ ହଜାର ହଜାର ବୈଜ୍ଞାନିକ ଯେଉଁମାନେ ଭାରତର ମହାକାଶ କାର୍ଯ୍ୟକ୍ରମ ପାଇଁ ସମସ୍ତ ଜୀବନ ଉତ୍ସର୍ଗ କରିଛନ୍ତି, ସେମାନଙ୍କ ନିମନ୍ତେ ଏହି ଚଳଚ୍ଚିତ୍ର ଏକ ଶ୍ରଦ୍ଧାଞ୍ଜଳି ବୋଲି ସେ କହିଥିଲେ।

ପୂର୍ବତନ ସିବିଆଇ ମହାଆରକ୍ଷୀ ପି.ଏମ୍. ନାୟାର କହିଥିଲେ ଯେ ଏହି ଚଳଚ୍ଚିତ୍ର ମନୋରଞ୍ଜନଧର୍ମୀ, ଭାବୋଦ୍ଦୀପକ ଓ ଦର୍ଶକଙ୍କ ମନ ବାନ୍ଧି ରଖିବା ପାଇଁ ଉଦ୍ଦିଷ୍ଟ। ଏହା ବିଜ୍ଞାନ, ବୈଷୟିକ ଜ୍ଞାନ ଓ ଭାବାବେଗର ପ୍ରକୃଷ୍ଟ ସମ୍ମିଶ୍ରଣ। କେବଳ ଭାରତ ନୁହଁ, ସମଗ୍ର ବିଶ୍ୱରେ ଏହା ଆଦୃତ ହେବ।

ଭାରତ ସମେତ ଜର୍ଜିଆ, ରୁଷ୍, ସର୍ବିଆ ଓ ଫ୍ରାନ୍ସ ଇତ୍ୟାଦି ଅନେକ ଦେଶରେ ଏହି ଚଳଚ୍ଚିତ୍ରର ଫଟୋ ଉତ୍ତୋଳନ ହୋଇଛି। ଏହି ଚଳଚ୍ଚିତ୍ର ତାମିଲ, ହିନ୍ଦୀ ଓ ଇଂରାଜୀରେ ନିର୍ମିତ ହୋଇଥିବାବେଳେ ତେଲୁଗୁ, ମାଲାୟଲମ ଓ କନ୍ନଡ ଭାଷାରେ ମଧ୍ୟ ଡବିଂ ହୋଇଛି। ବିଶ୍ୱବ୍ୟାପୀ ଏହା ଜୁଲାଇ ପହିଲା, ୨୦୨୨ରୁ ପ୍ରେକ୍ଷାଳୟରେ ପ୍ରଦର୍ଶିତ ହେବାର କାର୍ଯ୍ୟକ୍ରମ ରହିଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe