Image Source: Hindustan Times
ବାଗଦାଦ: ଆଜି ଇରାକ୍ର ରାଜଧାନୀ ବାଗଦାଦରେ ଥିବା ଆମେରିକାର ଦୂତାବାସ ନିକଟରେ ଏକାଧିକ ରକେଟ୍ ମାଡ଼ ହୋଇଛି।
ଏହା ହେଉଛି ଯୁକ୍ତରାଷ୍ଟ୍ର ଆମେରିକା ବିରୋଧରେ ୧୯ତମ ଆକ୍ରମଣ। ଗତ ଅକ୍ଟୋବର ମାସ ଠାରୁ ଏ ଭଳି ଆକ୍ରମଣ ହେଉଥିବା କଥା ଆମେରିକୀୟ ସେନାବାହିନୀ ସୂତ୍ରରୁ ଜଣାପଡ଼ିଛି।
ଏଥିରେ କେହି ମୃତାହତ ହୋଇଥିବା କଥା ଆମେରିକା ଜଣାଇ ନାହିଁ। ରକେଟ୍ ମାଡ଼ ହୋଇଥିବା କ୍ଷୟକ୍ଷତି ବିଷୟରେ ମଧ୍ୟ ଆମେରିକୀୟ ସରକାରୀ କର୍ତ୍ତୃପକ୍ଷ କିଛି କହିନାହାନ୍ତି।
ଯୁକ୍ତରାଷ୍ଟ୍ର ଆମେରିକାର ଦୂତାବାସ ପାଖରେ ଥିବା ସାମରିକ ବେସ୍ରେ ଇରାନ୍ ସମର୍ଥିତ ଆତଙ୍କବାଦୀମାନେ ରକେଟ୍ ମାଡ଼ କରନ୍ତି ବୋଲି ପୂର୍ବରୁ ଓ୍ଵାସିଂଟନ୍ ଅଭିଯୋଗ କରି ଆସୁଛି।
Image Source: India Todayଫେବ୍ରୁଆରି ୧୩ ତାରିଖ ଦିନ ଇରାନ୍ ଆମେରିକାକୁ ଏକ ଚେତାବନୀ ମଧ୍ୟ ଦେଇଥିଲା। ଇରାନ୍ କହିଥିଲା ଯେ ଆମେରିକା ଓ ଇସ୍ରାଏଲ୍ ଯଦି କିଛି ଭୁଲ୍ କରନ୍ତି ତାଙ୍କ ଉପରେ ରକେଟ୍ ମାଡ଼ ହେବ।
ଇରାନ୍ର ଜେନେରାଲ୍ କାସିମ୍ ସୁଲେମାନିଙ୍କ ମୃତ୍ୟୁର ୪୦ ଦିନ ପାଳନ ଅବସରରେ ମେଜର୍ ଜେନେରାଲ୍ ହୁସେନ୍ ସଲାମି ଏହି ଚେତାବନୀ ଦେଇଥିଲେ।
ଏଠାରେ ସ୍ମରଣ କରାଇ ଦିଆଯାଇ ପାରେ ଯେ ‘କୁଦ୍ସ୍ ଫୋର୍ସ’ର ମୁଖ୍ୟ ସୁଲେମାନିଙ୍କୁ ଜାନୁଆରି ୩ ତାରିଖ ଦିନ ଆମେରିକା ଡ୍ରୋନ୍ ଯୋଗେ ଆକ୍ରମଣ କରି ହତ୍ୟା କରିଥିଲା।
Follow Us