Image Source: India Today
ବାଗ୍ଦାଦ୍: ବାଗ୍ଦାଦ୍ର ଉତ୍ତର ଭାଗରେ ଥିବା ଇରାକୀୟ ସେନାଛାଉଣି ‘କ୍ୟାମ୍ପ୍ ତାଜି’ ଉପରେ ମଙ୍ଗଳବାର ଦିନ ରୁଷ୍ ନିର୍ମିତ ‘କାତିଉସା ରକେଟ୍’ ମାଡ଼ ହୋଇଛି। ଯୁକ୍ତରାଷ୍ଟ୍ର ଆମେରିକାର ନେତୃତ୍ୱରେ ‘ଇସ୍ଲାମିକ୍ ଷ୍ଟେଟ୍’ ସହ ଲଢୁଥିବା ସାମରିକ ମେଣ୍ଟର ସୈନିକମାନେ ଏହି ଛାଉଣିରେ ରହୁଥିଲେ ବି କେହି ମୃତ୍ୟୁ ବରଣ କରି ନ ଥିବା ଜଣାପଡ଼ିଛି।
ସାମରିକ ମେଣ୍ଟର ମୁଖପାତ୍ର କର୍ଣ୍ଣେଲ୍ ତୃତୀୟ ମାଇଲେଗ୍ସ୍ କେଗିଙ୍ଗ୍ସ୍ ଟୁଇଟ୍ କରି କହିଛନ୍ତି: ତାଜି ବେସ୍ରେ ହୋଇଥିବା ଏହି ଛୋଟ ଧରଣର ଆକ୍ରମଣରେ ମେଣ୍ଟର କୌଣସି ସୈନିକ ମୃତ୍ୟୁ ବରଣ କରି ନାହାନ୍ତି।
Image Source: Daily Sabahଏହି ଆକ୍ରମଣ ପାଇଁ କୌଣସି ସଙ୍ଗଠନ ମଧ୍ୟ ନିଜକୁ ଦାୟୀ କରି ନାହାନ୍ତି।
ରବିବାର ଦିନ ବାଲାଦ୍ ଏୟାର୍ବେସ୍ ଉପରେ ଆଠଟି ‘କାତିଉସା’ ରକେଟ୍ ପଡ଼ିବା କାରଣରୁ ଚାରିଜଣ ବ୍ୟକ୍ତି ଆହତ ହୋଇଥିଲେ ବୋଲି ଏକ ବିବୃତିରେ ଇରାକୀୟ ସେନା କହିଥିଲା। ବାଗ୍ଦାଦ୍ର ଉତ୍ତରକୁ ପ୍ରାୟ ୮୦ କିଲୋମିଟର ଦୂରରେ ଅବସ୍ଥିତ ବାଲାଦ୍ ଏୟାର୍ବେସ୍ରେ ଆମେରିକୀୟ ସୈନିକମାନେ ବସବାସ କରୁଛନ୍ତି। କିନ୍ତୁ, ଆହତ ବ୍ୟକ୍ତିମାନେ ଇରାନ୍ର ସୈନିକ ବୋଲି ସେନାବାହିନୀ ସୂତ୍ରରୁ ଜଣାପଡ଼ିଛି।
Follow Us