mumbailive
ନୂଆଦିଲ୍ଲୀ: ଆଜି ଦେଶରେ ୨୪ଘଣ୍ଟାରେ ୯୪,୩୭୨ଜଣ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ଏହା ସହ ୧,୧୧୪ଜଣ ମୃତ୍ୟୁବରଣ କରିଛନ୍ତି। ତେବେ ଦେଶରେ ଆକ୍ରାନ୍ତଙ୍କ ସଂଖ୍ୟା ବଢ଼ୁଥିବା ବେଳେ ସୁସ୍ଥତା ହାର ୭୭.୮୮%ରେ ପହଞ୍ଚିଛି। ଆଜି ୨୪ଘଣ୍ଟାରେ ୭୮,୩୯୯ଜଣ ସୁସ୍ଥ ହୋଇଛନ୍ତି। ୭୮,୩୯୯ଜଣ ସୁସ୍ଥ ହେବା ପରେ ଭାରତର ସୁସ୍ଥତା ହାର ୭୭.୮୮%କୁ ବୃଦ୍ଧି ପାଇଛି ଏବଂ ଅଧିକରୁ ଅଧିକ ରୋଗୀ ସୁସ୍ଥ ହେବା ନିଶ୍ଚିତ ହେଉଥିବା ଦେଖାଯାଉଛି। ଆଗକୁ ସୁସ୍ଥତା ହାର ଆକ୍ରାନ୍ତଙ୍କ ହାର ଅତିକ୍ରମ କରିବ ବୋଲି ଆଶା କରାଯାଉଛି। ଟିକା ଆସିବା ପରେ ସୁସ୍ଥତା ହାର ଅଧିକ ରହିବ ବୋଲି ଜଣା ପଡ଼ିଛି।
ଅଧିକ ରୋଗୀ ସୁସ୍ଥ ହୋଇ ଡାକ୍ତରଖାନାରୁ ଡିସଚାର୍ଜ ହେବା ଏବଂ ଘରୋଇ ଆଇସୋଲେସନରୁ ମୁକ୍ତ ହେବା ପରେ ଦେଶରେ ମୋଟ ସୁସ୍ଥ ସଂଖ୍ୟା ଆଜି ୩୭ଲକ୍ଷ ଅତିକ୍ରମ କରିଛି (୩୭୦୨୫୯୫) | ମହାରାଷ୍ଟ୍ର, ତାମିଲନାଡୁ, ଆନ୍ଧ୍ରପ୍ରଦେଶ, କର୍ଣ୍ଣାଟକ ଏବଂ ଉତ୍ତରପ୍ରଦେଶରୁ ୫୮% ନୂତନ ପୁନରୁଦ୍ଧାର ମାମଲା ରୁଜୁ ହୋଇଛି।
ସୂଚନା ମୁତାବକ, ସେପ୍ଟେମ୍ବର ୧୩ତାରିଖ ସକାଳ ୮ଟା ସୁଦ୍ଧା ସମଗ୍ର ଦେଶରେ ୪୭, ୫୪,୩୫୬ ଜଣ କରୋନାଭାଇରସ୍ ଦ୍ୱାରା ଆକ୍ରାନ୍ତ ହୋଇଥିବା କଥା କେନ୍ଦ୍ର ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ମନ୍ତ୍ରାଳୟ ତରଫରୁ ସୂଚନା ଦିଆଯାଇଛି । ଆକ୍ରାନ୍ତଙ୍କ ମଧ୍ୟରୁ ୩୭୦୨୫୯୫ ଜଣ ସୁସ୍ଥ ହୋଇଛନ୍ତି ଏବଂ ସେମାନଙ୍କ ମଧ୍ୟରୁ ଜଣେ ଦେଶାନ୍ତର ଯାତ୍ରା କରିଛନ୍ତି। ବାକି ୭୮,୫୮୬ଜଣ ଆକ୍ରାନ୍ତ ବ୍ୟକ୍ତିଙ୍କର ମୃତ୍ୟୁ ଘଟିଛି । ୨୪ ଘଣ୍ଟା ମଧ୍ୟରେ ଜଣାପଡ଼ିଥିବା ୯୪,୩୭୨ ଆକ୍ରାନ୍ତଙ୍କୁ ମିଶାଇ ସମ୍ପ୍ରତି ସକ୍ରିୟ ଆକ୍ରାନ୍ତଙ୍କ ସଂଖ୍ୟା ୯୭୩୧୭୫ ରହିଛି। ୨୪ ଘଣ୍ଟାରେ ୧,୧୧୪ ଆକ୍ରାନ୍ତ ପ୍ରାଣ ହରାଇଛନ୍ତି।
Follow Us