ନୂଆଦିଲ୍ଲୀ: ଓ୍ଵାକଫ୍ ଆଇନ ସଂଶୋଧନ ଉପରେ ଆଲୋଚନା ପାଇଁ ଗଠିତ ଯୁଗ୍ମ ସଂସଦୀୟ କମିଟି ବୈଠକରେ ମଙ୍ଗଳବାର (ଅକ୍ଟୋବର ୨୨) ପୁଣି ଥରେ ବଡ଼ ହଙ୍ଗାମା ଦେଖିବାକୁ ମିଳିଥିଲା । ଏହି ହଙ୍ଗାମା ସମୟରେ କଲ୍ୟାଣ ବାନାର୍ଜୀ ଏତେ ରାଗିଯାଇଥିଲେ ଯେ ଟେବୁଲ ଉପରେ ଏକ କାଚ ପାଣି ବୋତଲ ପିଟି ଦେଇଥିଲେ ଓ ଭଙ୍ଗା କାଚକୁ ଅଧ୍ୟକ୍ଷ ଜଗଦମ୍ବିକା ପାଲଙ୍କ ଉପରକୁ ଫିଙ୍ଗି ଦେଇଥିଲେ। ତେବେ ଜଗଦମ୍ବିକା ପାଲ ଅଳ୍ପକେ ବର୍ତ୍ତି ଯାଇଥିଲେ। କିନ୍ତୁ କଲ୍ୟାଣ ବାନାର୍ଜୀ ନିଜେ ଆହତ ହୋଇଯାଇଥିଲେ ଓ ତାଙ୍କ ଆଙ୍ଗୁଠିରେ ଆଘାତ ଲାଗିଥିଲା।
ବୈଠକ ସମୟରେ ଅବସରପ୍ରାପ୍ତ ବିଚାରପତି ଗାଙ୍ଗୁଲି ଓ କଲ୍ୟାଣ ବାନାର୍ଜୀଙ୍କ ମଧ୍ୟରେ ତୀବ୍ର ଯୁକ୍ତିତର୍କ ହୋଇଥିଲା ଏବଂ ପରେ କ୍ରୋଧରେ କଲ୍ୟାଣ ବାନାର୍ଜୀ ଟେବୁଲ ଉପରେ ଥିବା ପାଣି ବୋତଲକୁ ଏତେ ଜୋରରେ ପିଟି ଦେଇଥିଲେ ଯେ ତାଙ୍କ ନିଜ ହାତ କଟିଯାଇଥିଲା।
ମିଳିଥିବା ସୂଚନା ଅନୁଯାୟୀ, ବୈଠକ ସମୟରେ ଅବସରପ୍ରାପ୍ତ ବିଚାରପତି ଗାଙ୍ଗୁଲି ଓ କଲ୍ୟାଣ ବାନାର୍ଜୀଙ୍କ ମଧ୍ୟରେ ତୀବ୍ର ଯୁକ୍ତିତର୍କ ହୋଇଥିଲା ଏବଂ ପରେ କ୍ରୋଧରେ କଲ୍ୟାଣ ବାନାର୍ଜୀ ଟେବୁଲ ଉପରେ ଥିବା ପାଣି ବୋତଲକୁ ଏତେ ଜୋରରେ ପିଟି ଦେଇଥିଲେ ଯେ ତାଙ୍କ ନିଜ ହାତ କଟିଯାଇଥିଲା। ଆଘାତ କାରଣରୁ ତାଙ୍କ ହାତରେ ଷ୍ଟିଚ ପଡ଼ିଥିଲା । ଏହାପରେ ଜେପିସି ଅଧ୍ୟକ୍ଷ ଜଗଦମ୍ବିକା ପାଲ କୌଣସି ପ୍ରକାରେ ପରିସ୍ଥିତିର ମୁକାବିଲା କରିବାରେ ସଫଳ ହୋଇଥିଲେ।
ମିଳିଥିବା ସୂଚନା ଅନୁଯାୟୀ, ଆହତ ହେବା ପରେ କଲ୍ୟାଣ ବାନାର୍ଜୀଙ୍କୁ ତୁରନ୍ତ ପ୍ରାଥମିକ ଚିକିତ୍ସା ପାଇଁ ନିଆଯାଇଥିଲା, ଯେଉଁଠାରେ ତାଙ୍କ ହାତରେ ୪ଟି ଷ୍ଟିଚ୍ ପଡ଼ିଥିଲା । ଚିକିତ୍ସା ସହାୟତା ପରେ କଲ୍ୟାଣ ବାନାର୍ଜୀ ପୁଣି ଥରେ ଏଆଇଏମଆଇଏମ ମୁଖ୍ୟ ଅସଦୁଦ୍ଦିନ ଓୱେସି ଏବଂ ଆମ୍ ଆଦମୀ ପାର୍ଟି ନେତା ସଞ୍ଜୟଙ୍କ ସିଂହ ମିଟିଂ ରୁମକୁ ଯାଉଥିବାର ଏକ ଭିଡିଓ ସାମ୍ନାକୁ ଆସିଛି।
  
 Follow Us