ରୋହିଙ୍ଗ୍ୟା ଶରଣାର୍ଥୀ ସଙ୍କଟ: ବାଂଲାଦେଶ କରିବ ପରିବାର ନିୟୋଜନ

Advertisment
ରୋହିଙ୍ଗ୍ୟା ଶରଣାର୍ଥୀ ସଙ୍କଟ: ବାଂଲାଦେଶ କରିବ ପରିବାର ନିୟୋଜନ

The Daily Star

ନୂଆଦିଲ୍ଲୀ: ରୋହିଙ୍ଗ୍ୟା ଶରଣାର୍ଥୀ ସଙ୍କଟ ଉପରେ ସାରା ବିଶ୍ୱର ନଜର ରହିଥିବାବେଳେ ବାଂଲାଦେଶ ରୋହିଙ୍ଗ୍ୟା ଶରଣାର୍ଥୀଙ୍କ ଜନସଂଖ୍ୟା କମାଇବାପାଇଁ ଏକ ନୂଆ ଯୋଜନା ପ୍ରସ୍ତୁତ କରିଛି। ମିଅାଁମାରର ରେଖିନେ ପ୍ରଦେଶରେ ହୋଇଥିବା ହିଂସାକାଣ୍ଡ ପରେ ପାଖାପାଖି ୬୦୦,୦୦୦ ରୋହିଙ୍ଗ୍ୟା ଶରଣାର୍ଥୀ ମିଅାଁମାର ଛାଡ଼ି ବାଂଲାଦେଶ ପଳାଇ ଆସିଥିଲେ। ତେବେ ରୋହିଙ୍ଗ୍ୟାମାନେ ଅତି ଦୟନୀୟ ଅବସ୍ଥାରେ ରହୁଥିବାରୁ ଏବଂ ଖାଦ୍ୟ ସଙ୍କଟ ସହ ନାନାଦି ସମସ୍ୟା ସାମ୍ନା କରୁଥିବାରୁ ସେମାନଙ୍କ ସଂଖ୍ୟା କମାଇବାପାଇଁ ବାଂଲାଦେଶ ରୋହିଙ୍ଗ୍ୟା ଶିବିରରେ ସ୍ୱେଚ୍ଛାକୃତ ବନ୍ଧ୍ୟାକରଣର ଯୋଜନା କରୁଛି ବୋଲି କକ୍ସ ବଜାରର ଫ୍ୟାମିଲି ପ୍ଲାନିଂ ସର୍ଭିସ ମୁଖ୍ୟ ପିଣ୍ଟୁ କାନ୍ତି ଭଟ୍ଟାଚାର୍ଯ୍ୟ କହିଛନ୍ତି। ଅଧିକାଂଶ ରୋହିଙ୍ଗ୍ୟା ପୁରୁଷଙ୍କ ୧ରୁ ଊର୍ଦ୍ଧ୍ୱ ପତ୍ନୀ ଅଛନ୍ତି ଏବଂ ଜଣ ଜଣଙ୍କର ୨୦ ପାଖାପାଖି ସନ୍ତାନ ଥିବାରୁ ସମସ୍ୟା ଭୋଗିବାକୁ ପଡ଼ୁଛି। ଭଟ୍ଟାଚାର୍ଯ୍ୟ କହିଛନ୍ତି ସେମାନେ ବାଂଲାଦେଶ ସରକାରଙ୍କୁ ଏ ଦିଗରେ ଯୋଜନା ଚୁଡ଼ାନ୍ତ କରିବାକୁ କହିଛନ୍ତି। ତେବେ ବାଂଲାଦେଶ ପ୍ରତିବର୍ଷ କକ୍ସ ବଜାରରେ ସଫଳପ୍ରଦ ଘରୋଇ ବନ୍ଧ୍ୟାକରଣ ଯୋଜନାର ପରିଚାଳନା କରୁଛି। ପ୍ରତିମାସରେ କକ୍ସ ବଜାରରେ ସୀମାନ୍ତ ସହରରେ ପାଖାପାଖି ୨୫୦ ଲୋକ ବନ୍ଧ୍ୟାକରଣ କରୁଥିବା ଭଟ୍ଟାଚାର୍ଯ୍ୟ କହିଛନ୍ତି। ହେଲେ ସ୍ଥାୟୀ ଭାବେ ବନ୍ଧ୍ୟାକରଣ ପାଇଁ ସ୍ୱାସ୍ଥ୍ୟ ମନ୍ତ୍ରୀଙ୍କ ଦ୍ୱାରା ପରିଚାଳିତ ଏକ କମିଟିର ଅନୁମୋଦନ ଆବଶ୍ୟକ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe