ଭାରତରୁ ନେପାଳ ଚାଲିଯିବା ପାଇଁ ରୋହିଙ୍ଗ୍ୟାଙ୍କୁ ଅର୍ଥ ଦେଉଛି ଜିହାଦି ସଂଗଠନ: ଗୁଇନ୍ଦା ରିପୋର୍ଟ

ଭାରତରୁ ନେପାଳ ଚାଲିଯିବା ପାଇଁ ରୋହିଙ୍ଗ୍ୟାଙ୍କୁ ଅର୍ଥ ଦେଉଛି ଜିହାଦି ସଂଗଠନ: ଗୁଇନ୍ଦା ରିପୋର୍ଟ

Image Souce: Zee News

ନୂଆଦିଲ୍ଲୀ: ଭାରତରେ ବସବାସ କରୁଥିବା ରୋହିଙ୍ଗ୍ୟା ସଂଖ୍ୟାଲଘୁମାନେ ନେପାଳକୁ ଚାଲିଯାଉଛନ୍ତି। ଗୁଇନ୍ଦା ଏଜେନ୍‌ସି କେନ୍ଦ୍ର ଗୃହମନ୍ତ୍ରାଳୟକୁ ଦେଇଥିବା ରିପୋର୍ଟରୁ ଏ କଥା ଜଣାପଡ଼ିଛି। ଏଥିପାଇଁ କେତେକ ଜିହାଦି ସଂଗଠନ ସେମାନଙ୍କୁ ଅର୍ଥ ପ୍ରଦାନ କରୁଛନ୍ତି।

ଗୁଇନ୍ଦା ରିପୋର୍ଟରୁ ଜଣାପଡ଼ିଛି ଯେ ଅନ୍ୟୂନ ୩୭୮ଜଣ ରୋହିଙ୍ଗ୍ୟା ନେପାଳ ଚାଲିଯାଇଛନ୍ତି। ସେଠାରେ ଜାଗା ଖରିଦ କରିବାକୁ ସେମାନଙ୍କ ମଧ୍ୟରୁ କେତେକ ରିୟଲ୍‌ ଇଷ୍ଟେଟ୍‌ ଦଲାଲମାନଙ୍କ ସହ ଯୋଗାଯୋଗ ମଧ୍ୟ ଚଳାଇଛନ୍ତି।

publive-image Image Source: OneIndia

ଭାରତ ଛାଡ଼ି ଚାଲିଯାଉଥିବା ରୋହିଙ୍ଗ୍ୟା ନାଗରିକମାନେ ନେପାଳରେ ଘରବାଡ଼ି କରି ବସବାସ କରୁଥିବା ରୋହିଙ୍ଗ୍ୟାମାନଙ୍କ ସହ ଯୋଗସୂତ୍ର ରଖିଛନ୍ତି। ନେପାଳର ନାଗରିକତା କାଗଜପତ୍ର ହାସଲ କରିବାକୁ ସେମାନେ ହଜାର ହଜାର ଟଙ୍କା ଲାଞ୍ଚ ମଧ୍ୟ ଦେଉଛନ୍ତି। ନେପାଳରେ ସ୍ଥାୟୀ ଭାବେ ବସବାସ କରିବାକୁ ସେମାନେ ଦଲାଲମାନଙ୍କୁ ୪ ହଜାରରୁ ୫୦ ହଜାର ଟଙ୍କା ପର୍ଯ୍ୟନ୍ତ ଲାଞ୍ଚ ଦେଇଛନ୍ତି। ଏଥିନିମନ୍ତେ ନେପାଳରେ ଥିବା କେତେକ ସଂଖ୍ୟାଲଘୁ ସଂଗଠନ ରୋହିଙ୍ଗ୍ୟାମାନଙ୍କୁ ଆର୍ଥିକ ସହାୟତା ପ୍ରଦାନ କରୁଛନ୍ତି ବୋଲି ରିପୋର୍ଟରେ ଉଲ୍ଲେଖ କରାଯାଇଛି।

ଅଳ୍ପ କିଛି ଦିନ ମଧ୍ୟରେ ନେପାଳର ଧଦିଙ୍ଗ୍‌ ଜିଲ୍ଲାରେ ଅନ୍ୟୂନ ୩୫ ଅସ୍ଥାୟୀ ଆଶ୍ରୟସ୍ଥଳୀ ନିର୍ମାଣ କରାଯାଇଛି। ଲନ୍‌ସ୍ତୁର୍‌ରେ ୧୦୪ଜଣ ରୋହିଙ୍ଗ୍ୟା ବସବାସ କରୁଛନ୍ତି। ସେମାନଙ୍କ ମଧ୍ୟରୁ କେତେକ ପନୌତି ପୌରାଞ୍ଚଳରେ ମଧ୍ୟ ରହୁଛନ୍ତି।

ରୋହିଙ୍ଗ୍ୟା ଶରଣାର୍ଥୀମାନଙ୍କ ଗତିବିଧି ଉପରେ ଦୃଷ୍ଟି ରଖାଯିବା ଜରୁରୀ ବୋଲି ଭାରତର ଗୃହମନ୍ତ୍ରାଳୟର ଜଣେ ବରିଷ୍ଠ ଅଧିକାରୀ କହିଛନ୍ତି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe