Rohini Acharya: ଲୋକଙ୍କର ରକ୍ତ ଦେବାର କ୍ଷମତା ନାହିଁ ଜଣେ ବିବାହିତ ଝିଅ ଉପରେ କିପରି ଆଙ୍ଗୁଳି ଉଠାଇ ପାରୁଛନ୍ତି: ରୋହିଣୀ

ରୋହିଣୀ ଆଚାର୍ଯ୍ୟ ପୋଷ୍ଟ ମାଧ୍ୟମରେ ପରିବାର ଏବଂ ଦଳ ବିରୁଦ୍ଧରେ ଅନେକ ଗମ୍ଭୀର ଅଭିଯୋଗ ଆଣି କହିଛନ୍ତି, ‘ଯେଉଁମାନେ ଲାଲୁଙ୍କ ନାମ ନେଇ ରାଜନୀତି କରିବାକୁ ଚାହୁଁଛନ୍ତି ସେମାନେ ଗରିବ ଲୋକଙ୍କୁ ସାହାଯ୍ୟ କରିବା ଉଚିତ।’

Untitled-20

rohini-acharya-revelations-from-kidney-donation Photograph: (@sambad.in)

ଲକ୍ଷ୍ମୌ: ବିହାର ବିଧାନସଭା ନିର୍ବାଚନରେ ଆରଜେଡିର ପରାଜୟ ପରେ ଲାଲୁ ପ୍ରସାଦ ଯାଦବଙ୍କ ପରିବାରର କଳି ଦିନକୁ ଦିନ ବୃଦ୍ଧି ପାଇବାରେ ଲାଗିଛି। 

ଲାଲୁ ପ୍ରସାଦ ଯାଦବଙ୍କ ଝିଅ ରୋହିଣୀ ଆଚାର୍ଯ୍ୟ ସୋସିଆଲ ମିଡିଆ ପୋଷ୍ଟ ମାଧ୍ୟମରେ ପରିବାର ଏବଂ ଦଳ ବିରୁଦ୍ଧରେ ଅନେକ ଗମ୍ଭୀର ଅଭିଯୋଗ ଆଣି କହିଛନ୍ତି, ‘ଯେଉଁମାନେ ଲାଲୁଙ୍କ ନାମ ନେଇ ରାଜନୀତି କରିବାକୁ ଚାହୁଁଛନ୍ତି ସେମାନେ ମିଛ ସହାନୁଭୂତି ଦେଖାଇବା ପରିବର୍ତ୍ତେ ହସ୍ପିଟାଲରେ କିଡନି ଆବଶ୍ୟକ କରୁଥିବା ଗରିବ ଲୋକଙ୍କୁ ସାହାଯ୍ୟ କରିବା ଉଚିତ।

ବୁନ୍ଦାଏ ରକ୍ତ ଦେବାର ସାହାସ ନାହିଁ। କିଡନି ଦାନ ତ ଦୂରର କଥା

ଅନେକ ଲୋକେ ମୋତେ ଖରାପ ଝିଅର ଆଖ୍ୟା ଦେଇଛନ୍ତି। ବାପାଙ୍କୁ ଖରାପ କିଡ଼ନି ଦାନ କରି ଦେଇଛି ବୋଲି ବି ଦୋଷ ଦେଇଛନ୍ତି। ମୁଁ ସେହି ଲୋକମାନଙ୍କୁ ଗୋଟିଏ କଥା କହିବି  ଜଣେ ବିବାହିତ କିଡନି ଦାତା ଝିଅ ଉପରେ ଆଙ୍ଗୁଳି ଉଠାଇବା ପୂର୍ବରୁ ଥରେ ନିଜ ବିଷୟରେ ଚିନ୍ତା କରିଛନ୍ତି କି? କାହାକୁ କେବେ ରକ୍ତ ବୁନ୍ଦାଏ ଦେଇଛନ୍ତି କି? ମୁଁ ଦାବିର ସହ କହିବି ଉକ୍ତ ଲୋକମାନଙ୍କର ବୁନ୍ଦାଏ ରକ୍ତ ଦେବାର ସାହାସ ନାହିଁ। କିଡନି ଦାନ କରିବା ତ ଦୂରର କଥା।’

ଏ ବିବାଦ ପ୍ରଥମ ଘଟଣା ନୁହେଁ

ଲାଲୁଙ୍କ ପରିବାର ସହିଦ ଜଡ଼ିତ ଏ ବିବାଦ ପ୍ରଥମ ଘଟଣା ନୁହେଁ। କିଛି ମାସ ପୂର୍ବରୁ, ତେଜ ପ୍ରତାପ ଯାଦବଙ୍କୁ ତାଙ୍କ ପିତା ଏବଂ ଦଳର ସଭାପତି ଲାଲୁ ପ୍ରସାଦ ଯାଦବ ଛଅ ବର୍ଷ ପାଇଁ ଦଳରୁ ବହିଷ୍କାର କରିଥିବା ଘଟଣା ଚର୍ଚ୍ଚାରେ ରହିଥିଲା। ୨୦୧୯ରେ ପୁତ୍ରବଧୂ ଐଶ୍ୱର୍ଯ୍ୟା ରାୟଙ୍କ ସହିତ ଲାଲୁଙ୍କ ପରିବାର ଦୁର୍ବ୍ୟବହାର କରିଥିବା ଅଭିଯୋଗ ମଧ୍ୟ ସାମ୍ନାକୁ ଆସିଥିଲା।

ଅଧିକପଢ଼ନ୍ତୁ:ସ୍ବାମୀ-ପୁଅ ସହ ଚାଲିବାକୁ ଯାଇଥିଲେ ୮ମାସର ଗର୍ଭବତୀ, ଧକ୍କା ଦେଲା କାର୍

ଅଧିକପଢ଼ନ୍ତୁ:ବାପା ଓ ଭାଇଙ୍କୁ ଚେତାବନୀ ଦେଲେ ତେଜ ପ୍ରତାପ

ଅଧିକପଢ଼ନ୍ତୁ:ଦମ୍ପତିଙ୍କୁ ଆଶ୍ରୟ ଦେବାକୁ କହି ମହିଳାଙ୍କୁ ଦୁଷ୍କର୍ମ, ଯୁବକ ଅଟକ

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe