ନୂଆଦିଲ୍ଲୀ: ମହାରାଷ୍ଟ୍ରର କୃଷି ମନ୍ତ୍ରୀ ମାଣିକରାଓ କୋକାଟେଙ୍କୁ ନେଇ ପୁଣି ଥରେ ବିବାଦ ମୁଣ୍ଡ ଟେକିଛି। ବିଧାନସଭା ଅଧିବେଶନ ଚାଲିଥିବା ସମୟରେ କୋକାଟେ ତାଙ୍କ ମୋବାଇଲ ଫୋନରେ 'ଜଙ୍ଗଲି ରମି' ଖେଳ ଖେଳିବାରେ ବ୍ୟସ୍ତ ଥିଲେ। ଏହି ସମୟ ଦୃଶ୍ୟ କ୍ୟାମେରାରେ କୈଦ ହୋଇଯାଇଥିଲା।
ଅଧିବେଶନ ସମୟରେ କୋକାଟେଙ୍କ ଏଭଳି ଖେଳ ନିଶା ଦେଖି ବିଧାୟକ ରୋହିତ ପାୱାର ଟ୍ୱିଟରେ କଂଗ୍ରେସ ପାର୍ଟି ଏବଂ ବିଜେପି ମେଣ୍ଟକୁ ଟାର୍ଗେଟ କରି କହିଛନ୍ତି, ‘ରାଜ୍ୟରେ କୃଷି ସହ ଜଡ଼ିତ ଅଗଣିତ ପ୍ରସଙ୍ଗ ବିଚାରଧୀନ ଥିବା ବେଳେ ପ୍ରତିଦିନ ହାରାହାରି ୮ ଜଣ ଚାଷୀ ଜୀବନ ହାରି ଦେଉଛନ୍ତି। ଏଭଳି ସମୟରେ କୃଷି ମନ୍ତ୍ରୀଙ୍କୁ ଗେମ ଖେଳିବାକୁ ସମୟ ମିଳୁଛି। ମୋର ପ୍ରଶ୍ନ ଶାସକ ଦଳ ବିଜେପିର ଅନୁମତି ବିନା କୌଣସି ନିଷ୍ପତ୍ତି ନେବାକୁ ସକ୍ଷମ କି?
ମହାରାଷ୍ଟ୍ରର ଚାଷୀମାନେ ଅନେକ ଦିନ ଧରି ଫସଲ ବୀମା, ଋଣ ଛାଡ ଭଳି ଯୋଜନା ଦାବି କରିଆସୁଛନ୍ତି। ମହାରାଜ, କେତେବେଳେ ଗରିବ ଚାଷୀଙ୍କ ଚାଷକୁ ଓହ୍ଲାଇ ଆସି ସେମାନଙ୍କ ଦୁଃଖକୁ ବୁଝନ୍ତୁ। ମୋ ମତରେ ସରକାର ଏବଂ ଏହାର ମନ୍ତ୍ରୀମାନେ ଚାଷୀଙ୍କ ଏହି ଯନ୍ତ୍ରଣାଦାୟକ ଆହ୍ୱାନକୁ ଅଣଦେଖା କରୁଛନ୍ତି। ରାଜ୍ୟରେ ବୃଦ୍ଧି ପାଉଥିବା ଚାଷୀ ଆତ୍ମହତ୍ୟା ଏବଂ କୃଷି ସଙ୍କଟ ମଧ୍ୟରେ ଏହି ଘଟଣା ସରକାରଙ୍କ ପ୍ରାଥମିକତା ଉପରେ ପ୍ରଶ୍ନ ଉଠାଇଛି। ଏହି ଘଟଣା ପାଇଁ କୋକାଟେ କ୍ଷମା ମାଗନ୍ତୁ ଏବଂ ସରକାର ତୁରନ୍ତ ଚାଷୀଙ୍କ ସମସ୍ୟାର ସମାଧାନ କରନ୍ତୁ।
Follow Us