ରୋହିତ ଦଳରେ ରହିବାକୁ ଯୋଗ୍ୟ ନୁହନ୍ତି; ଶମାଙ୍କୁ ସମର୍ଥନ କରି ଏଭଳି କହିଲେ ଟିଏମସି ସାଂସଦ

କଂଗ୍ରେସ ମୁଖପାତ୍ର ଶମା ମହମ୍ମଦ ହିଟମ୍ୟାନ ରୋହିତ ଶର୍ମାଙ୍କୁ ମୋଟା ବୋଲି କହି ବିବାଦୀୟ ହୋଇଛନ୍ତି। ଏବେ ସେ କରିଥିବା ପୋଷ୍ଟ ହଟାଇ ଦେଇଥିଲେ ବି ତାଙ୍କୁ ସମର୍ଥନ କରିଛନ୍ତି ଟିଏମସି ସାଂସଦ ସୌଗତ ରାୟ।

trohitrr

ନୂଆଦିଲ୍ଲୀ: ଭାରତୀୟ ଦଳ ରୋହିତ ଶର୍ମାଙ୍କ ଅଧିନାୟକତ୍ୱରେ ବହୁତ ଭଲ ପ୍ରଦର୍ଶନ କରୁଛି ଏବଂ ଆଇସିସି ଚାମ୍ପିଅନ୍ସ ଟ୍ରଫି ୨୦୨୫ରେ ଲଗାତାର ୩ଟି ମ୍ୟାଚ୍ ଜିତି ସେମିଫାଇନାଲରେ ପହଞ୍ଚିଛି। ସାରା ଦେଶରେ ରୋହିତଙ୍କ ଦକ୍ଷତାକୁ ନେଇ ଚର୍ଚ୍ଚା ଚାଲିଥିବା ବେଳେ ରାଜନେତାମାନେ ରୋହିତଙ୍କ ନାପସନ୍ଦ କରୁଥିବା ଦେଖାଯଇଛି। କିଛି ଘଣ୍ଟା ତଳେ କଂଗ୍ରେସ ମୁଖପାତ୍ର ଶମା ମହମ୍ମଦ ହିଟମ୍ୟାନଙ୍କ ଉପରେ ଏକ ବିବାଦୀୟ ମନ୍ତବ୍ୟ ଦେଇ ଟ୍ରୋଲ ହୋଇଥିଲେ। ଶମା ମହମ୍ମଦ ରୋହିତଙ୍କୁ ମୋଟା ବୋଲି କହିବା ସହ ତାଙ୍କୁ ଅତି ସାଧାରଣ ଅଧିନାୟକ ବୋଲି କହିଥିଲେ। ତାଙ୍କର ଏଭଳି ମନ୍ତବ୍ୟକୁ ନେଇ ବିବାଦ ହେବାରୁ ସେ କରିଥିବା ପୋଷ୍ଟ ହଟାଇ ଦେଇଥିଲେ। ଏବେ ଶମାଙ୍କୁ ସମର୍ଥନ କରି ବିବାଦରେ ଛନ୍ଦି ହୋଇଛନ୍ତି ତୃଣମୂଳ କଂଗ୍ରେସ(ଟିଏମସି) ସାଂସଦ ସୌଗତ ରାୟ। 

ସେ କହିଛନ୍ତି ଯେ, "ରୋହିତ ଶର୍ମାଙ୍କ ବିଷୟରେ ଶମା ଯାହା କହିଛନ୍ତି ମୁଁ ‌ସେଥିରେ ଏକମତ। ମୁଁ ଏହା ଜଣେ ନେତା ଭାବରେ ନୁହେଁ ବରଂ ଜଣେ କ୍ରିକେଟ ଦର୍ଶକ ଭାବରେ କହୁଛି। ରୋହିତ ଶର୍ମାଙ୍କୁ କେତେଦିନ ପର୍ଯ୍ୟନ୍ତ ଏକା ଛାଡି ଦିଆଯିବ? ସେ ଦୁଇରୁ ତିନି ବର୍ଷରେ ଥରେ ଶତକ ମାରିଥିଲେ। ତାଙ୍କୁ ଦଳରେ ସ୍ଥାନ ମିଳିବା ଉଚିତ୍ ନୁହେଁ। କଂଗ୍ରେସ ନେତା ଯାହା କହିଛନ୍ତି ତାହା ଠିକ୍।ରୋହିତ ଫିଟନେସ ବିଷୟରେ ଚିନ୍ତା କରନ୍ତି ନାହିଁ। ଏହି ଲୋକମାନେ କେବଳ ବିଜ୍ଞାପନରେ ମଡେଲ ହୁଅନ୍ତି, ସେମାନେ ଖେଳରେ ମଡେଲ ହୁଅନ୍ତି ନାହିଁ। ଫିଟନେସ ବିଷୟରେ କହିବାକୁ ଗଲେ, ବୁମରାହା ଜଣେ ଭଲ ଅଧିନାୟକ ହୋଇପାରିବେ। ଅନେକ ନୂଆ ଖେଳାଳି ଆସୁଛନ୍ତି। ସେମାନେ ଭଲ ଅଧିନାୟକ ମଧ୍ୟ ହୋଇପାରିବେ। କିନ୍ତୁ ରୋହିତ ଶର୍ମା ନୁହେଁ। ତାଙ୍କୁ ଦଳରେ ରହିବା ଆଦୌ ଉଚିତ୍ ନୁହେଁ।"

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe