ମୁମ୍ବାଇ: ଗତ ଫେବୃଆରୀ ୧ତାରିଖ ଦିନ ବଲିଉଡ୍ ନିର୍ଦ୍ଦେଶକ ରୋହିତ୍ ଶେଟ୍ଟୀଙ୍କ ଜୁହୁସ୍ଥିତ ବାସଭବନ ଉପରେ କିଛି ଅଜ୍ଞାତ ବ୍ୟକ୍ତି ୪ରୁ୫ ରାଉଣ୍ଡ ଗୁଳି ଚଳାଇ ଫେରାର ହୋଇଯାଇଥିଲେ। ପରବର୍ତ୍ତୀ ମୂହୁର୍ତ୍ତରେ ଗୁଳିକାଣ୍ଡ ଲରେନ୍ସ ବିଷ୍ନୋଇ ଗ୍ୟାଙ୍ଗ୍ ଦ୍ବାରା କରାଯାଇଥିବା ବିଷ୍ନୋଇ ଗ୍ୟାଙ୍ଗ୍ ସ୍ବିକାର କରିଥିବା ବେଳେ ଏହି ଘଟଣାକୁ ନେଇ ଆଉ ଏକ ଚାଞ୍ଚଲ୍ୟକର ତଥ୍ୟ ସାମ୍ନାକୁ ଆସିଛି। ମୁମ୍ବାଇ କ୍ରାଇମବ୍ରାଞ୍ଚ ତଦନ୍ତରୁ ଜଣାପଡ଼ିଛି, ଏହି ଆକ୍ରମଣ ଲରେନ୍ସ ବିଷ୍ନୋଇ ଗ୍ୟାଙ୍ଗର ମହାରାଷ୍ଟ୍ର ମୁଖ୍ୟ ଶୁଭମ ଲୋଙ୍କର ଏବଂ ତାଙ୍କ ଭାଇ ପ୍ରବୀଣ ଲୋଙ୍କରଙ୍କ ଦ୍ୱାରା ସଂଗଠିତ ଏକ ଷଡ଼ଯନ୍ତ୍ର ଥିଲା।
ମଡର ପାଇଁ ଆଗରୁ କରିଥିଲେ ଯୋଜନା
କ୍ରାଇମବ୍ରାଞ୍ଚର ତଦନ୍ତ ରିପୋର୍ଟ ଅନୁଯାୟୀ, ବାବା ସିଦ୍ଦିକି ହତ୍ୟା ମାମଲାରେ ବର୍ତ୍ତମାନ ଜେଲରେ ଥିବା ପ୍ରବୀଣ ଲୋଙ୍କାର ଓ ପ୍ରବୀଣ ଲୋଙ୍କର ଜେଲ ଭିତରୁ ଷଡ଼ଯନ୍ତ୍ର ରଚିଥିଲେ। ଏହି କାଣ୍ଡ ଘଟାଇବା ପାଇଁ ସେ ବନ୍ଧୁକ,ଗୁଳି, ବାଇକ୍ ଓ ଟଙ୍କା ମଧ୍ୟ ଯୋଗାଇ ଦେଇଥିଲେ। ପୁଣେରୁ ୩୦ହଜାରରେ ଏକ ବାଇକ୍ କିଣାଯାଇ ମୁମ୍ବାଇ ଅଣାଯାଇଥିଲା। ସୁଟରମାନେ କିଛିଦିନ ରୋହିତ ଶେଟ୍ଟୀଙ୍କ ଘର ବାହାରେ ରେକି କରିଥିଲେ, ଏବଂ ପରେ ସୁଯୋଗ ପାଇ ଗୁଳିଚଳାଇଥିଲେ। ତେବେ ମୁମ୍ବାଇ କ୍ରାଇମ୍ ବ୍ରାଞ୍ଚ ଏପର୍ଯ୍ୟନ୍ତ ପୁଣେ, ହରିୟାଣା, ରାଜସ୍ଥାନ ଓ ଉତ୍ତର ପ୍ରଦେଶରୁ ମୁଖ୍ୟ ସୁଟର ସମେତ ୧୧-୧୨ ଅଭିଯୁକ୍ତଙ୍କୁ ଗିରଫ କରିଛି। ମୁଖ୍ୟ ସୁଟର ଦୀପକ ଶର୍ମାକୁ ହରିୟାଣାରେ ଗିରଫ କରାଯାଇଥିଲା, ଯାହାକୁ ଏହି କାମ ପାଇଁ ୫୦,୦୦୦ ଟଙ୍କା ମିଳିଥିଲା।
ଆହୁରି ପଢନ୍ତୁ -Emmanuel Macron: ଇମାନୁଏଲ ମାକ୍ରନ ମୁମ୍ବାଇରେ, ପ୍ରଧାନମନ୍ତ୍ରୀ ମୋଦୀଙ୍କ ସହ କରିବେ ଦ୍ୱିପାକ୍ଷିକ ଆଲୋଚନା
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/media_files/2026/02/17/rohit-shetty-2026-02-17-11-32-32.jpg)