ଦୁଲିପ୍ ଟ୍ରଫି ପାଇଁ ଟିମ୍‌ ଘୋଷିତ: ରୋହିତ-ବିରାଟ ଟୁର୍ନାମେଣ୍ଟରୁ ବାହାର ଚାରି ଦଳରେ ଗିଲ୍-ଗାଏକ୍ବାର୍ଡ, ଅଭିମନ୍ୟୁ-ଆୟର ଅଧିନାୟକ

Advertisment
ଦୁଲିପ୍ ଟ୍ରଫି ପାଇଁ ଟିମ୍‌ ଘୋଷିତ: ରୋହିତ-ବିରାଟ ଟୁର୍ନାମେଣ୍ଟରୁ ବାହାର ଚାରି ଦଳରେ ଗିଲ୍-ଗାଏକ୍ବାର୍ଡ, ଅଭିମନ୍ୟୁ-ଆୟର ଅଧିନାୟକ

କୋଲାକାତା: ଭାରତୀୟ କ୍ରିକେଟ୍ ବୋର୍ଡର ଘରୋଇ ୟୁନିଟ୍ ୨୦୨୪ ଦୁଲିପ୍ ଟ୍ରଫି ପାଇଁ ଚାରିଟି ଦଳ ଘୋଷଣା କରିଛି। ଆଶ୍ଚର୍ଯ୍ୟଜନକ କଥା ହେଉଛି ଷ୍ଟାର ବ୍ୟାଟ୍ସମ୍ୟାନ୍ ବିରାଟ କୋହଲି ଏବଂ ରୋହିତ ଶର୍ମା ଏହି ଘରୋଇ ଟୁର୍ନାମେଣ୍ଟରେ ଖେଳିବେ ନାହିଁ। ସେମାନଙ୍କୁ ଟୁର୍ନାମେଣ୍ଟରୁ ବାହାର କରାଯାଇଛି।

ପୂର୍ବରୁ ଖବର ଥିଲା ଯେ ଦୁଲିପ ଟ୍ରଫିରେ ଉଭୟଙ୍କୁ ଚୟନ କରାଯିବ। ଏହି ଟୁର୍ନାମେଣ୍ଟରେ ଶୁଭମାନ ଗିଲ୍, ଋତୁରାଜ ଗାଇକ୍ବାଡ, ଶ୍ରେୟସ ଆୟର ଏବଂ ଅଭିମନ୍ୟୁ ଇସରୱାନ ଅଧିନାୟକ ହୋଇଛନ୍ତି। ବର୍ତ୍ତମାନ ଦଳଗୁଡିକ କେବଳ ପ୍ରଥମ ରାଉଣ୍ଡ ପାଇଁ ଘୋଷିତ ହୋଇଛି।

ଏଥର ଟିମ୍ ଇଣ୍ଡିଆର ଅନେକ ତାରକା ଖେଳାଳିଙ୍କୁ ଦୁଲିପ୍ ଟ୍ରଫିରେ ଦେଖିବାକୁ ମିଳିବ। ସେମାନଙ୍କ ମଧ୍ୟ‌ରେ ଋଷଭ ପନ୍ତ, ରବୀନ୍ଦ୍ର ଜାଡେଜା, କେ.ଏଲ୍ ରାହୁଲ, ମହମ୍ମଦ ସିରାଜ, ଇଶାନ କିଶାନ, ସରଫରାଜ ଖାନ, ଋତୁରାଜ ଗାଇକୱାଡ, ଶ୍ରେୟସ ଆୟର, ମୟଙ୍କ ଅଗ୍ରୱାଲ, ରିଆନ ପରାଗ, ଧ୍ରୁଭ ଜୁରେଲ, ଶିବମ ଦୁବେ, ତିଲକ ବର୍ମା, ଆବେଶ ଖାନ, ଯଶସ୍ବୀ ଜୟସ୍ବାଲ ଏବଂ ମୁକେଶ କୁମାର ଅଛନ୍ତି।

ଚଳିତ ଥର ବିସିସିଆଇ ଦୁଲିପ୍ ଟ୍ରଫିର ଫର୍ମାଟ୍ ପରିବର୍ତ୍ତନ କରିଛି। ପୂର୍ବରୁ ଏହି ଘରୋଇ ଟୁର୍ନାମେଣ୍ଟ ଜୋନାଲ ଫର୍ମାଟରେ ଖେଳାଯାଉଥିଲା। କିନ୍ତୁ ବର୍ତ୍ତମାନ ଏଥିରେ ଚାରିଟି ଦଳ ଅଂଶଗ୍ରହଣ କରିବେ। ବର୍ତ୍ତମାନ ଏହି ଟୁର୍ନାମେଣ୍ଟରେ ଇଣ୍ଡିଆ-‘ଏ’, ଇଣ୍ଡିଆ-‘ବି’, ଇଣ୍ଡିଆ-‘ସି’ ଏବଂ ଇଣ୍ଡିଆ-‘ଡି’ ନାମକ ଚାରିଟି ଦଳ ଖେଳିବେ। ଏହି ସମସ୍ତ ଦଳ ଘୋଷଣା କରାଯାଇଛି।

ଇଣ୍ଡିଆ ‘ଏ’ ଦଳ: ଶୁଭମାନ ଗିଲ (ଅଧିନାୟକ), ମୟଙ୍କ ଅଗ୍ରୱାଲ, ରିୟାନ ପରାଗ, ଧ୍ରୁଭ ଜୁରେଲ, କେ.ଏଲ ରାହୁଲ, ତିଲକ ବର୍ମା, ଶିବମ ଦୁବେ, ତନୁଶ କୋଟିୟାନ, କୁଲଦୀପ ଯାଦବ, ଆକାଶ ଦୀପ, ପ୍ରସିଦ୍ଧ କୃଷ୍ଣା, ଖଲିଲ ଅହମ୍ମଦ, ଆବେଶ ଖାନ, ବିଦୱତ କାୱରପା, କୁମାର କୁଶାଗ୍ରା ଏବଂ ଶାୱତ ରାୱତ।

ଇଣ୍ଡିଆ-‘ବି’ ଦଳ: ଅଭିମନ୍ୟୁ ଏସୱାରନ୍ (ଅଧିନାୟକ), ଯଶସ୍ୱୀ ଜୟସ୍ବାଲ, ସରଫରାଜ ଖାନ, ଋଷଭ ପନ୍ତ, ମୁଶୀର ଖାନ, ନୀତୀଶ କୁମାର ରେଡ୍ଡୀ, ୱାଶିଂଟନ୍ ସୁନ୍ଦର, ରବିନ୍ଦ୍ର ଜାଡେଜା, ମହମ୍ମଦ ସିରାଜ, ଯଶ ଦିନଲ, ମୁକେଶ କୁମାର, ରାହୁଲ ଚହର, ଆର ସାଇ କିଶୋର, ମୋହିତ ଆୱସ୍ତି, ଏନ ଜଗଦିସନ(ୱିକେଟ୍ କିପର)।

ଇଣ୍ଡିଆ-‘ସି’ ଦଳ: ଋତୁରାଜ ଗାଇକ୍ବାଡ (ଅଧିନାୟକ), ସାଇ ସୁଦର୍ଶନ, ରଜତ ପଟିଦାର, ଅଭିଷେକ ପୋରେଲ (ୱିକେଟ୍ କିପର), ସୂର୍ଯ୍ୟକୁମାର ଯାଦବ, ବି ଇନ୍ଦରଜିତ୍, ଋତିକ ଶୌକିନ୍, ମାନବ ସୂତାର, ଉମରନ୍ ମଲିକ୍, ବିଶାକ୍ ବିଜୟକୁମାର, ଅନସୁଲ ଖାମବୁଣ୍ଡ, ହିମସୂନ୍ ଖାମ୍ବୁଜ୍ , ଆର୍ଯ୍ୟନ୍ ଜୁୟାଲ୍ (ୱିକେଟ୍ କିପର), ସନ୍ଦୀପ ୱାରିଅର୍।

ଇଣ୍ଡିଆ-‘ଡି’ ଦଳ: ଶ୍ରେୟସ୍ ଆୟର (ଅଧିନାୟକ), ଅଥର୍ବା ତାଇଡେ, ୟଶ ଦୁବେ, ଦେବଦତ୍ତ ପାଦିକ୍କାଲ, ଇଶାନ କିଶନ (ୱିକେଟ୍ କିପର), ରିକି ଭୁଇ, ସରନଶ ଜେନା, ଅକ୍ଷର ପଟେଲ, ଅର୍ଶଦୀପ ସିଂ, ଆଦିତ୍ୟ ଠାକରେ, ହର୍ଷିତ ରାଣା, ତୁଷାର ଦେଶପାଣ୍ଡେ, ଆକାଶ ସେନଗୁପ୍ତା, କେ.ଏସ୍ ଭରତ (ୱିକେଟ୍ କିପର), ସୌରଭ କୁମାର।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe