Basketball Poll Fall Photograph: (sambad.in)
ରୋହତକ: ଛାତିରେ ପଶିଲା ବାସ୍କେଟବଲ୍ ପୋଲ୍। ଚାଲିଗଲା ଜୀବନ। ହରିୟାଣାର ରୋହତକରେ ଘଟିଛି ଏଭଳି ଏକ ଦୁଃଖଦ ଦୁର୍ଘଟଣା । ରୋହତକରେ ଅଭ୍ୟାସ କରୁଥିବା ସମୟରେ ଜାତୀୟ ସ୍ତରର ବାସ୍କେଟବଲ୍ ଖେଳାଳି ହାର୍ଦ୍ଦିକ ରାଠିଙ୍କ ଦେହାନ୍ତ ହୋଇଛି। ଅଭ୍ୟାସ ବେଳେ ସେ ବାସ୍କେଟବଲ୍ ପୋଲରେ ଯାଇ ଓହଳି ପଡ଼ିଥିଲେ। ଏହା ପରେ ପୋଲ୍ଟି ଭାଙ୍ଗି ପଡ଼ିବା ତାଙ୍କ ଛାତିରେ ପଶିଯାଇଥିଲା। ଏହା ଫଳରେ ତାଙ୍କର ମୃତ୍ୟୁ ହୋଇଥିବା ଜଣାଯାଇଛି। ଏହି ଘଟଣା ଲଖନ ମାଜରା ଗ୍ରାମ ଷ୍ଟାଡିୟମରେ ଘଟିଛି। ଘଟଣାର ସିସିଟିଭି ଫୁଟେଜ୍ ସାମ୍ନାକୁ ଆସିଥିବା ବେଳେ କିଭଳି ଘଟଣା ଘଟିଥିଲା, ତାହା ଦେଖିବାକୁ ମିଳିଛି।
ଅଭ୍ୟାସ ବେଳେ ଚାଲିଗଲା ଜୀବନ
ସୂଚନା ଅନୁସାରେ, ହାର୍ଦ୍ଦିକ ରାଠି ସବ୍-ଜୁନିୟର ନ୍ୟାସନାଲ୍ସ ଏବଂ ୟୁଥ୍ ନ୍ୟାସନାଲ୍ସରେ ଖେଳିଥିଲେ। ତାଙ୍କୁ ବାସ୍କେଟବଲ୍ ଫେଡେରେସନ ଅଫ୍ ଇଣ୍ଡିଆର ଇନ୍ଦୋର ଏକାଡେମୀ ପାଇଁ ମଧ୍ୟ ଚୟନ କରାଯାଇଥିଲା। ସେ ବିଭିନ୍ନ ପ୍ରତିଯୋଗିତା ପାଇଁ ତାଙ୍କ ଗାଁରେ ଅଭ୍ୟାସ କରୁଥିଲେ। ଦୁର୍ଘଟଣା ଘଟିବା ଦିନ ମଧ୍ୟ ସେ ସକାଳେ ଅଭ୍ୟାସ ପାଇଁ ପଡ଼ିଆରେ ପହଞ୍ଚିଥିଲେ। ସେହି ସମୟରେ ଦଳର ଅନ୍ୟ ସଦସ୍ୟମାନେ ବିଶ୍ରାମ ନେଉଥିଲେ। ଏହି ସମୟରେ ଅଭ୍ୟାସ ଆରମ୍ଭ କରିବା ପୂର୍ବରୁ ହାର୍ଦ୍ଦିକ ଦୌଡ଼ି ଆସି ବାସ୍କେଟବଲ୍ ପୋଲରେ ଓହଳି ପଡ଼ିଥିଲେ। ହେଲେ ତାଙ୍କୁ ଜଣାନଥିଲା ପୋଲ୍ଟି ଏଭଳି ଭାଙ୍ଗି ତାଙ୍କ ଉପରେ ପଡ଼ିଯିବ।
ଆହୁରି ପଢ଼ନ୍ତୁ: IND vs SA Test 2: ନିରାଶ କଲା ଭାରତ, ଦକ୍ଷିଣ ଆଫ୍ରିକାଠାରୁ ଶୋଚନୀୟ ଭାବେ ହାରିଲା ଟିମ୍ ଇଣ୍ଡିଆ
ଭାଇରାଲ ଭିଡିଓରେ ଦେଖାଯାଇଛି ଯେ, ପୋଲ୍ଟି ଭାଙ୍ଗିଯିବା ସହ ହାର୍ଦ୍ଦିକଙ୍କୁ ଚାପି ଦେଇଥିଲା। ହାର୍ଦ୍ଦିକ ତଳେ ପଡ଼ିଯିବା ସହ ତାଙ୍କ ଉପରେ ପୋଲ୍ଟି ପଡ଼ିଯାଇଥିଲା। ପାଖରେ ବସିଥିବା ଖେଳାଳିମାନେ ତୁରନ୍ତ ହାର୍ଦ୍ଦିକଙ୍କ ପାଖକୁ ଦୌଡ଼ି ଆସି ତାଙ୍କୁ ଡାକ୍ତରଙ୍କ ପାଖକୁ ନେଇଯାଇଥିଲେ। ହେଲେ ସେଠାରେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ।
ଆହୁରି ପଢ଼ନ୍ତୁ: Husband Kills Wife ପରକୀୟା ସନ୍ଦେହରୁ ବୀଭତ୍ସ ହତ୍ୟାକାଣ୍ଡ, ନିଆଁ ଫୁଁଙ୍କା ଲୁହା ନଳାରେ ସ୍ତ୍ରୀଙ୍କୁ ମାରିଲା ସ୍ବାମୀ
Follow Us