ଜମ୍ମୁ-ଶ୍ରୀନଗର ରାଜପଥରେ ଟ୍ରକ୍‌ ଓ ଟ୍ୟାଙ୍କ୍‌ରେ ଧକ୍କା ଖାଇଲା ଗଡ଼ି ଆସୁଥିବା ପଥରଖଣ୍ଡ; ୧ମୃତ, କେତେକ ଆହତ

ଜମ୍ମୁ-ଶ୍ରୀନଗର ରାଜପଥରେ ଟ୍ରକ୍‌ ଓ ଟ୍ୟାଙ୍କ୍‌ରେ ଧକ୍କା ଖାଇଲା ଗଡ଼ି ଆସୁଥିବା ପଥରଖଣ୍ଡ; ୧ମୃତ, କେତେକ ଆହତ

Image Courtesy of India Today

ଶ୍ରୀନଗର: ଜମ୍ମୁରୁ ଶ୍ରୀନଗରକୁ ପଡ଼ିଥିବା ୪୪ ନମ୍ବର ଜାତୀୟ ରାଜପଥରେ ଗୋଟାଏ ଟ୍ୟାଙ୍କର୍‌ ଓ ଗୋଟାଏ ଟ୍ରକ୍‌କୁ ଗଡ଼ି ଆସୁଥିବା ପ୍ରକାଣ୍ଡ ପଥର ଖଣ୍ଡ ସବୁ ପଡ଼ିଯିବାରୁ ଘଟଣାସ୍ଥଳରେ ଜଣଙ୍କର ମୃତ୍ୟୁ ଘଟିଛି ଓ ଆଉ ଅଳ୍ପ କେତେ ଜଣ ଆହତ ହୋଇଛନ୍ତି।

ଅଘଟଣଟି ରାମବନ ଜିଲ୍ଲା ଅନ୍ତର୍ଗତ ଜାତୀୟ ରାଜପଥର ମଗରକୋଟ ଅଞ୍ଚଳରେ ଘଟିଛି। ଘଟଣାସ୍ଥଳରେ ଟ୍ରକ୍‌ ଡ୍ରାଇଭର୍‌ଙ୍କର ମୃତ୍ୟୁ ଘଟିଛି। ଚିକିତ୍ସା ନିମନ୍ତେ ଆହତମାନଙ୍କୁ ଡାକ୍ତରଖାନାକୁ ନିଆଯାଇଛି। ମୃତ ଟ୍ରକ୍‌ ଡ୍ରାଇଭର୍‌ ହେଉଛନ୍ତି କୁଲ୍‌ଗାମ୍‌ ବାସିନ୍ଦା ମୁନୀବ୍‌ ତକ୍‌।

ସମ୍ପ୍ରତି ଜମ୍ମୁ-ଶ୍ରୀନଗର ଜାତୀୟ ରାଜପଥରେ ଯାନବାହନ ଚଳାଚଳରେ ବ୍ୟାଘାତ ସୃଷ୍ଟି ହୋଇଛି। ଘଟଣାସ୍ଥଳରେ ଉଦ୍ଧାର କାର୍ଯ୍ୟ ଚାଲିଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe