ଗଳିପଡ଼ିଲା କୋରାପୁଟ ସାଂସଦଙ୍କ ଛାତ; ମୋଦୀଙ୍କୁ ଟ୍ବିଟ୍‌ କରି ମାଗିଲେ ସାହାଯ୍ୟ

କୋରାପୁଟ ସାଂସଦଙ୍କୁ ଦିଲ୍ଲୀରେ ମିଳିଥିବା ସରକାରୀ କ୍ୱାଟର୍ସରେ ଘଟିଥିବା ଅଭାବନୀୟ ଘଟଣା ଏବେ ଚର୍ଚ୍ଚା କେନ୍ଦ୍ରବିନ୍ଦୁ ପାଲଟିିଛି। ଦିଲ୍ଲୀରେ  କଂଗ୍ରେସ ସାଂସଦ ସପ୍ତଗିରି ଉଲ୍ଲାକାଙ୍କୁ ମିଳିଥିବା କ୍ୱାଟର୍ସର ଛାତ ଭୁଶୁଡ଼ି ପଡ଼ିବା ପରେ ଏହାକୁ ନେଇ ସୋସିଆଲ୍‌ ମିଡିଆରେ ଚର୍ଚ୍ଚା ଲାଗିରହିଛି।

New Project (1)

କୋରାପୁଟ: କୋରାପୁଟ ସାଂସଦଙ୍କୁ ଦିଲ୍ଲୀରେ ମିଳିଥିବା ସରକାରୀ କ୍ୱାଟର୍ସରେ ଘଟିଥିବା ଅଭାବନୀୟ ଘଟଣା ଏବେ ଚର୍ଚ୍ଚା କେନ୍ଦ୍ରବିନ୍ଦୁ ପାଲଟିିଛି। ଦିଲ୍ଲୀରେ  କଂଗ୍ରେସ ସାଂସଦ ସପ୍ତଗିରି ଉଲ୍ଲାକାଙ୍କୁ ମିଳିଥିବା କ୍ୱାଟର୍ସର ଛାତ ଭୁଶୁଡ଼ି ପଡ଼ିବା ପରେ ଏହାକୁ ନେଇ ସୋସିଆଲ୍‌ ମିଡିଆରେ ଚର୍ଚ୍ଚା ଲାଗିରହିଛି।

ସେ ସମୟର ଏକ ଭିଡିଓକୁ ସାଂସଦ ତାଙ୍କ ଟ୍ବିଟର୍‌ରେ ପୋଷ୍ଟ୍‌ କରି ନିଜର ସମସ୍ୟା କହିଛନ୍ତି। ଦିଲ୍ଲୀ ସାଉଥ୍ ଆଭେନ୍ୟରେ ଥିବା ତାଙ୍କ ଘରର ଛାତ ଗଳିପଡ଼ିବାରୁ ଚିନ୍ତାରେ ସାଂସଦ।

ସେ ଏକ ଏକ୍ସ ପୋଷ୍ଟ୍‌ରେ ଭିଡିଓ ସହ ଲେଖିଛନ୍ତି, ‘‘ଦୁର୍ଘଟଣା ଟଳିଗଲା। ମୋର ସାଉଥ୍ ଆଭେନ୍ୟୁ ଶୟନ କକ୍ଷର ଛାତଟି ଭୁଶୁଡ଼ି ପଡ଼ିଛି। ଆମର ଛୋଟ ପିଲା ଅଛନ୍ତି, କିଛି ବି ହୋଇପାରେ। ମାନ୍ୟବର ବାଚସ୍ପତିଙ୍କୁ ଏକ ଉପଯୁକ୍ତ ବାସସ୍ଥାନ ପାଇଁ ବାରମ୍ବାର ଅନୁରୋଧ କରିବା ସତ୍ତ୍ୱେ, ଏପର୍ଯ୍ୟନ୍ତ କୌଣସି ପଦକ୍ଷେପ ନିଆଯାଇ ନାହିଁ । ପ୍ରଧାନମନ୍ତ୍ରୀଙ୍କୁ ସାଂସଦଙ୍କ କ୍ୱାର୍ଟରରେ ସୁରକ୍ଷା ସୁନିଶ୍ଚିତ କରିବାକୁ ମୋର ଅନୁରୋଧ।’’

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe