କୋଇଲା ଖଣିରେ ବଡ ଦୁର୍ଘଟଣା, ଘଟଣାସ୍ଥଳରେ ୩ ଜଣଙ୍କ ମୃତ୍ୟୁ

coal

ଭୋପାଲ: ମଧ୍ୟପ୍ରଦେଶର ଏକ କୋଇଲା ଖଣିରେ ଦୁର୍ଘଟଣା । ବେତୁଲ ଜିଲ୍ଲାର ଏକ କୋଇଲା ଖଣିରେ ଭୟଙ୍କର ଦୁର୍ଘଟଣା ହେବା ଫଳରେ ୩ ଜଣଙ୍କର ମୃତ୍ୟୁ ହୋଇଛି । ଖାଦାନର ଛାତ ଭୁଶୁଡିବା ଫଳରେ ଏପରି ଅଘଟଣ ହୋଇଛି । ଦୁର୍ଘଟଣା ପରେ ଧସିଥିବା ସ୍ଲାବ ତଳେ କିଛି ଶ୍ରମିକ ଫସିଥିବା ସୂଚନା ମିଳିଛି । 

ତେବେ ଦୁର୍ଘଟଣା ସ୍ଥଳରେ ଉଦ୍ଧାର କାମ ଜାରି ରହିଥିବା ବେଳେ ସମସ୍ତଙ୍କୁ ସୁରକ୍ଷିତ ଭାବେ କେମିତି ବାହାରକୁ ବାହାର କରାଯିବ ସେନେଇ ଉଦ୍ୟମ ଚାଲିଛି । 

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe