ଭୁବନେଶ୍ବର: ରାଷ୍ଟ୍ରାୟତ୍ତ ଶକ୍ତି କଂପାନି ଏନ୍ଟିପିସିର ଭୁବନେଶ୍ବରସ୍ଥିତ ପୂର୍ବାଞ୍ଚଳ-୨ ମୁଖ୍ୟ କାର୍ଯ୍ୟାଳୟରେ ୫୫ କେଡବ୍ଲୁପି ରୁଫ୍ ଟପ୍ ସୋଲାର ପ୍ଲାଣ୍ଟକୁ କଂପାନିର ସିଏମ୍ଡି ଗୁରଦୀପ ସିଂହ ଉଦ୍ଘାଟନ କରିଛନ୍ତି। କାର୍ଯ୍ୟାଳୟ କୋଠାର ଛାଡ଼ ଓ ଗେଷ୍ଟ ହାଉସ୍ ସେଡ୍ ଉପରେ ୧୦୧ ସୋଲାର ପ୍ୟାନେଲ୍ ସ୍ଥାପନ କରାଯାଇଛି। ଏଥିରୁ ବାର୍ଷିକ ୬୪,୦୦୦ ୟୁନିଟ ବିଦ୍ୟୁତ ଶକ୍ତି ଉତ୍ପନ୍ନ ହେବ ଯାହା ଗେଷ୍ଟ ହାଉସ୍ର ୮୨ ପ୍ରତିଶତ ବିଦ୍ୟୁତ ଆବଶ୍ୟକତା ପୂରଣ କରିବ। ଏହି ରୁଫ୍ ଟପ୍ ସୋାରର ନେଟ୍ ମିଟରିଂ ପାଇଁ ଟିପି ସେଣ୍ଟ୍ରାଲ ଓଡ଼ିଶା ଡିଷ୍ଟ୍ରିବ୍ୟୁସନ ଲିମିଟେଡ୍କୁ ଅନୁମତି ପ୍ରଦାନ କରାଯାଇଛି।
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
{{#pages}}
{{/pages}}
Follow Us