ୟୁକ୍ରେନ୍‌ ସଙ୍କଟର ମୂଳ କାରଣ ଆମେରିକା: ଉତ୍ତର କୋରିଆ

Advertisment
ୟୁକ୍ରେନ୍‌ ସଙ୍କଟର ମୂଳ କାରଣ ଆମେରିକା: ଉତ୍ତର କୋରିଆ

Image Courtesy of NDTV

ସିଓଲ୍‌ (ଦକ୍ଷିଣ କୋରିଆ): ୟୁକ୍ରେନ୍‌ ସଙ୍କଟର ମୂଳ କାରଣ ଯୁକ୍ତରାଷ୍ଟ୍ର ଆମେରିକା ବୋଲି ରୁଷ୍‌କୁ ସମର୍ଥନ କରି ପ୍ରଥମ ଥର ପାଇଁ ଉତ୍ତର କୋରିଆ କହିଛି। ମସ୍କୋର ଉକ୍ରେନ୍‌ ଆକ୍ରମଣ ଉପରେ ଏହା ହେଉଛି ପିୟୋଙ୍ଗ୍ୟାଙ୍ଗ୍‌ର ପ୍ରଥମ ଔପଚାରିକ ବିବୃତି।

ବୈଦେଶିକ ମନ୍ତ୍ରାଳୟର ୱେବ୍‌ସାଇଟ୍‌ର କମେଣ୍ଟାରି ବକ୍ସ୍‌ରେ ଉତ୍ତର କୋରିଆ ପୋଷ୍ଟ୍‌ କରିଥିବା ଏହି ବିବୃତିରେ ଦୁର୍ବିପାକ ଆରମ୍ଭ ପାଇଁ ଯୁକ୍ତରାଷ୍ଟ୍ର ଆମେରିକାକୁ ଦାୟୀ କରାଯାଇଛି।

ଉତ୍ତର କୋରିଆର ‘ସୋସାଇଟି ଫର୍‌ ଇଣ୍ଟର୍‌ନ୍ୟାସ୍‌ନାଲ୍‌ ପଲିଟିକ୍ସ୍‌ ଷ୍ଟଡି’ର ଗବେଷକ ରି ଜି ସୋଙ୍ଗ୍‌ଙ୍କ କମେଣ୍ଟାରି ଅନୁସାରେ, ନିରାପତ୍ତା ନିମନ୍ତେ ରୁଷ୍‌ର ବୈଧ୍ୟ ଦାବିକୁ ଭ୍ରୂକ୍ଷେପ କରି ୱାସିଂଟନ୍‌ ସାମରିକ ବାହାଦୁରି ଦେଖାଇଲା।

publive-image Image Courtesy of NK News

ଶନିବାର ଦିନ ଉତ୍ତର କୋରିଆର ବୈଦେଶିକ ମନ୍ତ୍ରାଳୟର ୱେବ୍‌ସାଇଟ୍‌ ଅପ୍‌ଲୋଡ୍‌ ହୋଇଥିବା ଉକ୍ତ ପୋଷ୍ଟ୍‌ରେ କୁହାଯାଇଛି, ଯୁକ୍ତରାଷ୍ଟ୍ର ଆମେରିକା ଅନ୍ୟର ଅଧିକାର ପ୍ରତି ଧ୍ୟାନ ନ ଦେଇ ବେପରୁଆ ମନୋଭାବପୋଷଣ କରିବା ହେଉଛି ୟୁକ୍ରେନୀୟ ସଙ୍କଟର ମୂଳ କାରଣ।

ଯୁକ୍ତରାଷ୍ଟ୍ର ଆମେରିକାର ପାତରଅନ୍ତର ନୀତିକୁ ରି’ ସମାଲୋଚନା କରି କହିଛନ୍ତି ଯେ, ଶାନ୍ତି ଓ ସ୍ଥିରତା ନାମରେ ଅନ୍ୟ ରାଷ୍ଟ୍ରମାନଙ୍କ ଅଭ୍ୟନ୍ତରୀଣ ବ୍ୟାପାରରେ ହସ୍ତକ୍ଷେପ କରୁଛି କିନ୍ତୁ, ନିଜ ଜାତୀୟ ସୁରକ୍ଷାକୁ ସୁନିଶ୍ଚିତ କରିବାକୁ ଯାଇ ଅନ୍ୟ ରାଷ୍ଟ୍ରମାନଙ୍କର ଆତ୍ମରକ୍ଷା ପଦକ୍ଷେପକୁ ନିନ୍ଦା କରୁଛି। ଆମେରିକାର ବଡ଼ପଣ ଦେଖାଇବା ଦିନ ଗଲାଣି।

ଏତେ ସବୁ ଦୁର୍ଦ୍ଦଶାର କାରଣ ଆମେରିକା। ମୁଖ୍ୟ କଥା ହେଲା, ସାମର୍ଥ୍ୟ ନ ଥିଲେ ଜଣେ ଦୁର୍ଦ୍ଦଶାଗ୍ରସ୍ତ ହେବ ବୋଲି ‌ରି’ କହିଛନ୍ତି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe