ଭବାନୀପୁର ଉପନିର୍ବାଚନରେ ୧୭ ରାଉଣ୍ଡ୍‌ ଭୋଟ୍ ଗଣନା; ମମତା ବାନାର୍ଜୀ ୪୫,୭୩୮ ଭୋଟ୍‌ରେ ଅଗ୍ରଣୀ

Advertisment
ଭବାନୀପୁର ଉପନିର୍ବାଚନରେ ୧୭ ରାଉଣ୍ଡ୍‌ ଭୋଟ୍ ଗଣନା; ମମତା ବାନାର୍ଜୀ ୪୫,୭୩୮ ଭୋଟ୍‌ରେ ଅଗ୍ରଣୀ

Image Courtesy of Zee News

କୋଲ୍‌କାତା: ୧୭ଶ ରାଉଣ୍ଡ୍‌ ଭୋଟ୍‌ ଗଣନା ଶେଷ ହେବା ପରେ ପଶ୍ଚିମବଙ୍ଗର ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ ଭବାନୀପୁର ଆସନରେ ୪୫,୭୩୮ ଖଣ୍ଡ ଭୋଟ୍‌ରେ ଅଗ୍ରଣୀ ରହିଛନ୍ତି। ବାନାର୍ଜୀ ୬୭, ୬୨୦ ଖଣ୍ଡ ଭୋଟ୍‌ ପାଇଥିବା ବେଳେ ପ୍ରତିଦ୍ବନ୍ଦ୍ବୀ ପ୍ରିୟଙ୍କା ଟିବ୍ରେୱାଲ୍‌ ୨୧,୨୨୮ ଖଣ୍ଡ ‌ଭୋଟ୍‌ ପାଇଛନ୍ତି।

ମୁର୍ଶିଦାବାଦର ସାମଶେର୍‌ଗଞ୍ଜ ଏବଂ ଜଙ୍ଗିପୁରରେ ଚାଲିଥିବା ଭୋଟ୍‌ ଗଣତିରେ ମଧ୍ୟ ‘ତୃଣମୂଳ କଂଗ୍ରେସ’ ପ୍ରାର୍ଥୀମାନେ ଅଗ୍ରଣି ଥିବା ଜଣାପଡ଼ିଛି।

publive-image Image Courtesy of India Today

ଭବାନୀପୁର ଭୋଟ୍‌ ଗଣତି ଫଳାଫଳ ମମତାଙ୍କ ପାଇଁ ସକାରାତ୍ମକ ଦିଗକୁ ଗତି କରୁଥିବା ଜାଣିବା ପରେ କୋଲ୍‌କାତାସ୍ଥିତ ତାଙ୍କ ବାସଭବନ ବାହାରେ ‘ତୃଣମୂଳ କଂଗ୍ରେସ’ ସମର୍ଥକମାନେ ହର୍ଷୋତ୍‌ଫୁଲ୍ଲିତ ହୋଇ ଅବିର ଆଦି ରଙ୍ଗ ବୋଳାବୋଳି ହେଉଛନ୍ତି।

କିନ୍ତୁ, ଭୋଟ୍‌ ଫଳାଫଳ ପ୍ରକାଶ ପାଇବା ପରେ କୌଣସି ପ୍ରକାର ପଟୁଆର କିଂବା ହିଂସାକାଣ୍ଡ ନ କରାଇ ଦେବା ପାଇଁ ନିର୍ବାଚନ କମିସନ୍ ପଶ୍ଚିମବଙ୍ଗ ସରକାରଙ୍କୁ ଚିଠି ଲେଖିଛନ୍ତି। ନିର୍ବାଚନ କମିସନ୍‌ ଲେଖିଛନ୍ତି, ପଶ୍ଚିମବଙ୍ଗ ଉପନିର୍ବାଚନ ଭୋଟ୍‌ ଗଣତି ‌ଚାଲିଥିବା ବେଳେ ବା ଶେଷ ହେବା ଉପରାନ୍ତେ କ‌ୌଣସି ପ୍ରକାର ବିଜୟ ଉତ୍ସବ/ପଟୁଆର ଆଦି ନ କରାଇବା ନିମନ୍ତେ ସରକାର ସୁନିଶ୍ଚିତ ହେବା ଆବଶ୍ୟକ। ସେହିଭଳି, ନିର୍ବାଚନୋତ୍ତର ହିଂସାକାଣ୍ଡ ସଙ୍ଗଠିତ ନ ହେବାକୁ ସୁନିଶ୍ଚିତ ହେବା ପାଇଁ ରାଜ୍ୟ ସରକାର ସବୁ ପ୍ରକାର ପଦକ୍ଷେପ ଗ୍ରହଣ କରିବା ଲାଗି ମଧ୍ୟ ନିର୍ବାଚନ କମିସନ୍ କହିଛନ୍ତି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe