ସାଉଦି ଆରବର ବହୁ ରାଜକୁମାର ଏବଂ ମନ୍ତ୍ରୀଙ୍କ ବିଦେଶ ଯାତ୍ରା ଉପରେ ପ୍ରତିବନ୍ଧକ

Advertisment
ସାଉଦି ଆରବର ବହୁ ରାଜକୁମାର ଏବଂ ମନ୍ତ୍ରୀଙ୍କ ବିଦେଶ ଯାତ୍ରା ଉପରେ ପ୍ରତିବନ୍ଧକ

ରିୟାଧ: ସାଉଦି ଆରବରେ ଦୁର୍ନୀତି ହଟାଇବା ପାଇଁ ପୂର୍ବତନ ମନ୍ତ୍ରୀ, କୋଟିପତି ଏବଂ ଏବେକାର ଅନେକ ମନ୍ତ୍ରୀଙ୍କୁ ଗିରଫ କରାଯାଇ ସାରିଲାଣି। ସାଉଦି ଆରବ ରାଜା ସଲମନ ଶନିବାର ଦିନ ବହୁ ପ୍ରଭାବଶାଳୀ ବ୍ୟକ୍ତିତ୍ୱଙ୍କୁ ପଦବୀରୁ ହଟାଇବା ପରେ ଯୁବରାଜ ମହମ୍ମଦ ବିନ୍‌ ସଲମନଙ୍କ ନେତୃତ୍ୱରେ ଏକ ନୂତନ ଦୁର୍ନୀତି ବିରୋଧୀ କମିଟି ଘୋଷଣା କରିଥିଲେ। ଏହି ବ୍ୟକ୍ତିମାନଙ୍କର ବିଦେଶ ପଳାୟନ ରୋକିବା ପାଇଁ ନିରାପତ୍ତା ବଳ ନିକଟରେ ଯୋଦ୍ଧାଠାରେ ଘରୋଇ ଜେଟ୍‌ ଅବତରଣ କରାଇଥିଲା। ସୋମବାର ଦିନ ଉକ୍ତ ବ୍ୟକ୍ତିମାନଙ୍କର ବିଦେଶ ଯାତ୍ରା ନେଇ ପ୍ରତିବନ୍ଧକ ଲଗାଯାଇଥିବା ଜାଣିବାକୁ ମିଳିଛି।

ଉଲ୍ଲେଖଯୋଗ୍ୟ, ରାଜ୍ୟର ଯୁବରାଜ ସମସ୍ତ କ୍ଷମତା ନିଜ ହାତକୁ ନେଇ ଯାଉଥିବାରୁ ଜଣେ କୋଟିପତି, ୧୨ରୁ ଊର୍ଧ୍ୱ ପୂର୍ବତନ ଏବଂ ଏବେକାର ମନ୍ତ୍ରୀ, ୧୧ ଜଣ ରାଜପୁତ୍ରଙ୍କୁ ସାଉଦି ଆରବ ପୁଲିସ୍‌ ଗିରଫ କରିଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe