ପୂର୍ବତନ ତୃଣମୂଳ କଂଗ୍ରେସ ନେତା ପତ୍ନୀଙ୍କୁ ଏକେ-୪୭ ରାଇଫଲ ଉପହାର ଦେବା ପରେ ସୃଷ୍ଟି ହେଲା ବିବାଦ; କହିଲେ ଖେଳନା ବନ୍ଧୁକ

Advertisment
ପୂର୍ବତନ ତୃଣମୂଳ କଂଗ୍ରେସ ନେତା ପତ୍ନୀଙ୍କୁ ଏକେ-୪୭ ରାଇଫଲ ଉପହାର ଦେବା ପରେ ସୃଷ୍ଟି ହେଲା ବିବାଦ; କହିଲେ ଖେଳନା ବନ୍ଧୁକ

ବୀରଭୂମ୍: ତୃଣମୂଳ କଂଗ୍ରେସ (ଟିଏମସି)ର ପୂର୍ବତନ ନେତା ରିୟାଜୁଲ ହକ୍‌ ତାଙ୍କ ପତ୍ନୀଙ୍କୁ ପ୍ରଥମ ବିବାହ ବାର୍ଷିକୀରେ ଏକେ-୪୭ ରାଇଫଲ ଉପହାର ଦେବା ପରେ ଏବେ ବିବାଦ ଘେରରେ ରହିଛନ୍ତି। ରିୟାଜୁଲ ସୋମବାର ସୋସିଆଲ ମିଡିଆରେ ତାଙ୍କ ପତ୍ନୀ ସବିନା ଜସ୍ମିନଙ୍କ ଏକେ-୪୭ ବନ୍ଧୁକ ଧରିଥିବାର ଫଟୋ ସେୟାର କରିବା ପରେ ବିବାଦ ସୃଷ୍ଟି ହୋଇଥିଲା।

ତାଲିବାନୀ ଶାସନକୁ ପ୍ରୋତ୍ସାହନ ଦେଉଥିବାରୁ ସ୍ଥାନୀୟ ଭାରତୀୟ ଜନତା ପାର୍ଟି (ବିଜେପି) ଏବଂ ସିପିଆଇଏମ୍‌ ନେତାମାନେ ତାଙ୍କୁ ସମାଲୋଚନା କରିବା ପରେ ରିୟାଜୁଲ ଏହି ପୋଷ୍ଟକୁ ଡିଲିଟ୍‌ କରିଦେଇଥିଲେ। ସାମରିକ ଏବଂ ଅର୍ଦ୍ଧସାମରିକ ଅଭିଯାନରେ ବହୁଳ ଭାବରେ ବ୍ୟବହୃତ ଏହି ରାଇଫଲ୍‌କୁ ନେଇ ରିଆଜୁଲଙ୍କ ଏଭଳି ପଦକ୍ଷେପ ପଛରେ ଥିବା ଉଦ୍ଦେଶ୍ୟ ସଂପର୍କରେ ଅନେକ ପ୍ରଶ୍ନବାଚୀ ସୃଷ୍ଟି କରିଥିଲା।

ପରେ, ରିୟାଜୁଲ କହିଛନ୍ତି ଯେ ତାଙ୍କ ପତ୍ନୀ ବାସ୍ତବରେ ଖେଳନା ବନ୍ଧୁକ ଧରିଥିଲେ। ସେ ଆହୁରି ମଧ୍ୟ କହିଛନ୍ତି, ‘ମୋ ପତ୍ନୀ ଖେଳନା ବନ୍ଧୁକ ଧରିଥିବାରୁ କିଛି ବେଆଇନ କାମ କରାଯାଇ ନାହିଁ। ଏହା ଏକ ନକଲି ବନ୍ଧୁକ ହୋଇଥିବାରୁ ମୋ ବିରୋଧରେ ଆସିଥିବା ଅଭିଯୋଗ ମିଥ୍ୟା’।

ରାମପୁରହାଟର ବିଧାୟକ ତଥା ଉପବାଚସ୍ପତି ଆଶିଷ ବନ୍ଦୋପାଧ୍ୟାୟଙ୍କ ନିକଟତର କୁହାଯାଉଥିବା ପୂର୍ବତନ ଟିଏମସି ନେତା କହିଛନ୍ତି ଯେ ଅନେକ ଲୋକ ଏହା ବିଷୟରେ (ବନ୍ଧୁକ) ପଚାରିବାରୁ ସେ ଏହି ପୋଷ୍ଟକୁ ଡିଲିଟ୍‌ କରିଦେଇଛନ୍ତି। ସ୍ଥାନୀୟ ସୂତ୍ରରୁ ପ୍ରକାଶ ଯେ ରିୟାଜୁଲ ଏକଦା ତୃଣମୂଳ ସଂଖ୍ୟାଲଘୁ ସେଲର ରାମପୁରହାଟ-୧ ବ୍ଲକର ସଭାପତି ଥିଲେ। ତେବେ କିଛି ମାସ ତଳେ ସେ ନିଜ ପଦରୁ ଇସ୍ତଫା ଦେଇଥିଲେ।

ସେପଟେ ରିୟାଜୁଲକୁ ବନ୍ଧୁକ ଆଣିବା ଘଟଣାର ତଦନ୍ତ ଦାବି କରିଛି ବିଜେପି। ବୀରଭୂମର ବିଜେପି ଜିଲ୍ଲା ସଭାପତି ଧ୍ରୁବ ସାହା କହିଛନ୍ତି, ‘ରିୟାଜୁଲ କେଉଁଠାରୁ ବନ୍ଧୁକ ଆଣିଥିଲେ ତାହାର ତଦନ୍ତ ହେବା ଦରକାର। ସେ ଜଣେ ପୂର୍ବତନ ଟିଏମସି ନେତା ଏବଂ ରାଜ୍ୟ ଉପବାଚସ୍ପତିଙ୍କ ଘନିଷ୍ଠ ସହଯୋଗୀ, ଏହା କ’ଣ ବାର୍ତ୍ତା ଦେଉଛି? ଏହା କ’ଣ ତାଲିବାନୀ ଶାସନର ପ୍ରୋତ୍ସାହନ? ସେମାନେ ପରବର୍ତ୍ତୀ ପିଢ଼ିକୁ ଜିହାଦୀ ହେବାକୁ ବାଧ୍ୟ କରିବାକୁ ଚେଷ୍ଟା କରୁଛନ୍ତି କି?’

ଏହି ଘଟଣାରେ ପ୍ରତିକ୍ରିୟା ପ୍ରକାଶ କରି ଭାରତୀୟ କମ୍ୟୁନିଷ୍ଟ ପାର୍ଟି (ମାର୍କ୍ସବାଦୀ) ମଧ୍ୟ ଏହି ମାମଲାରେ ରାଜ୍ୟ ପ୍ରଶାସନ ତୁରନ୍ତ ହସ୍ତକ୍ଷେପ କରିବାକୁ ଦାବି କରିଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe