ଜୟପୁର: ଆଇପିଏଲ୍ର ୧୯ତମ ମ୍ୟାଚ୍ରେ ରାଜସ୍ଥାନ ରୟାଲର୍ସ(ଆର୍ଆର୍) ଏବଂ ରୟାଲ ଚ୍ୟାଲେଞ୍ଜର୍ସ ବେଙ୍ଗାଲୁରୁ(ଆରସିବି) ଶନିବାର ମୁହାଁମୁହିଁ ହୋଇଛନ୍ତି।
ଜୟପୁରର ସୱାଇ ମାନସିଂ ଷ୍ଟାଡିୟମ୍ରେ ଖେଳାଯାଉଥିବା ଏହି ମ୍ୟାଚ୍ରେ ଟସ୍ ଜିତି ରାଜସ୍ଥାନ ରୟାଲର୍ସ ଅଧିନାୟକ ସଞ୍ଜୁ ସାମସନ୍ ପ୍ରଥମେ ବୋଲିଂ କରିବାକୁ ନିଷ୍ପତ୍ତି ନେଇଥିଲେ।
ରୟାଲ ଚ୍ୟାଲେଞ୍ଜର୍ସ ବେଙ୍ଗାଲୁରୁ ଅଧିନାୟକ ଫାଫ୍ ଡୁ ଫ୍ଲେସିସଙ୍କ ନେତୃତ୍ବରେ ବ୍ୟାଟିଂ କରିବାକୁ ପଡ଼ିଆକୁ ଓହ୍ଲାଇଥିଲା।
ରୟାଲ ଚ୍ୟାଲେଞ୍ଜର୍ସ ବେଙ୍ଗାଲୁରୁ ଧାର୍ଯ୍ୟ ୨୦ ଓଭରରେ ୩ ୱିକେଟ ହରାଇ ୧୮୩ ରନ୍ ସ୍କୋର୍ କରିଛି। ଫଳରେ ରାଜସ୍ଥାନ ରୟାଲର୍ସ ପାଇଁ ବିଜୟ ଲକ୍ଷ୍ୟ ୧୮୪ ରନ୍ ରହିଛି।
ରୟାଲ ଚ୍ୟାଲେଞ୍ଜର୍ସ ବେଙ୍ଗାଲୁରୁ ପକ୍ଷରୁ ବିରାଟ କୋହଲି ୭୨ ବଲ୍ରେ ଅପରାଜିତ ୧୧୩ରନ୍ କରିଥିବାବେଳେ ଫାଫ୍ ଡୁ ଫ୍ଲାସିସ୍ ୩୩ ବଲ୍ରେ ୪୪ ରନ୍ କରିଥିଲେ। ସେହିପରି ଗ୍ଲେନ୍ ମାକ୍ସୱେଲ ୩ ବଲ୍ରେ ୧ ରନ୍, ସୌରଭ ଚୌହ୍ବାନ ୯ରନ୍ ଏବଂ କ୍ୟାମେରୁନ୍ ଗ୍ରୀନ୍ ୫ ରନ୍ କରିଥିଲେ।
Follow Us