The Week
ନୂଆଦିଲ୍ଲୀ: ନୋଭେଲ କରୋନାଭାଇରସ୍ ବା କୋଭିଡ୍-୧୯ ସଂକ୍ରମଣ ରୋକିବା ଉଦ୍ଦେଶ୍ୟରେ କରା ଯାଇଥିବା ଲକ୍ଡାଉନ କାଳରେ ନିଜ ନିଜର ଜୀବିକା ହରାଇଥିବା ବ୍ୟକ୍ତିମାନଙ୍କୁ ନୂତନ ନିଯୁକ୍ତି ପ୍ରଦାନ ନିମନ୍ତେ ଦିଲ୍ଲୀର ଅରବିନ୍ଦ କେଜ୍ରିଓ୍ଵାଲଙ୍କ ସରକାର ଏକ ଅଭିନବ ପଦକ୍ଷେପ ଗ୍ରହଣ କରିଛନ୍ତି। ଏହି ଉଦ୍ଦେଶ୍ୟରେ ଆଜି (ସୋମବାର) ଦିଲ୍ଲୀ ସରକାର ନୂତନ ନିଯୁକ୍ତି ପାଇଁ ‘ରୋଜଗାର୍ ବଜାର’ ନାମରେ ଏକ ୱେବ୍ ପୋର୍ଟାଲ୍ ଲଞ୍ଚ କରିଛନ୍ତି। କୋଭିଡ୍-୧୯ ଲକ୍ଡାଉନ କାଳରେ ବନ୍ଦ ହୋଇଯାଇଥିବା ସଂସ୍ଥାର କର୍ମଚାରୀ କିମ୍ବା ଲକ୍ଡାଉନ ପାଇଁ ଚାକିରି ହରାଇଥିବା ଲୋକଙ୍କୁ ଏହି ପୋର୍ଟାଲ ମାଧ୍ୟମରେ ନୂତନ ଚାକିରିର ସୁଯୋଗ ଉପଲବ୍ଧ ହୋଇପାରିବ।
ଏହି ‘ରୋଜଗାର ବଜାର’ ୱେବ୍ ପୋର୍ଟାଲ୍ ଉଭୟ ଚାକିରି ଖୋଜୁଥିବା ବ୍ୟକ୍ତି ଏବଂ ନୂତନ ନିଯୁକ୍ତି ପ୍ରଦାନ କରିବାକୁ ଚାହୁଁଥିବା ସଂସ୍ଥାଙ୍କ ପାଇଁ ବିଶେଷ ଭାବେ ଲାଭବାନ ହେବ। ଏହି ପୋର୍ଟାଲ୍ ଲଞ୍ଚ ହେବାର ମାତ୍ର ଛଅ ଘଣ୍ଟା ମଧ୍ୟରେ ନୂତନ ନିଯୁକ୍ତି ଖୋଜୁଥିବା ୫୧,୪୦ ୩ ଜଣ ଏହା ମାଧ୍ୟମରେ ନୂତନ ଚାକିରି ପାଇଁ ଆବେଦନ କରିଥିବା ଜାଣିବା ପାଇଁ ମିଳିଛି।
ପ୍ରାଥମିକ ପର୍ଯ୍ୟାୟରେ ‘ରୋଜଗର ବଜାର’ ୱେବ୍ ପୋର୍ଟାଲ ଜରିଆରେ ୧,୦୭୧ ଜଣ ନିଯୁକ୍ତିଦାତାଙ୍କ ପକ୍ଷରୁ ୧୮,୫୫୮ ଟିରୁ ଅଧିକ ପଦବି ପାଇଁ ନିଯୁକ୍ତି ପ୍ରଦାନ କରାଯାଉଛି। ଏହି ପୋର୍ଟାଲ ଜରିଆରେ ଚାକିରି ଖୋଜୁଥିବା ଲୋକଙ୍କୁ ଫୋନ୍ କିମ୍ବା ହ୍ଵାଟସ୍ଆପ୍ ମାଧ୍ୟମରେ ନିଯୁକ୍ତିଦାତାମାନଙ୍କ ସହିତ ଯୋଯୋଗ କରିବାର ସୁଯୋଗ ପ୍ରଦାନ କରାଯାଉଛି।
ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିୱାଲ ପୋର୍ଟାଲ ଉନ୍ମୋଚନ କରି ଲକ୍ଡାଉନ ସମୟରେ ନିଜ ନିଜ ରାଜ୍ୟକୁ ଫେରି ଯାଇଥିବା ପ୍ରବାସୀ ଶ୍ରମିକମାନଙ୍କୁ ପୁନର୍ବାର ଏହି ପୋର୍ଟାଲ ଜରିଆରେ ଆଉଥରେ ଚାକିରି ଆରମ୍ଭ କରିବା ସହ ଆଉଥରେ ଦିଲ୍ଲୀ ଫେରି ଆସିବାକୁ ଅନୁରୋଧ କରିଛନ୍ତି।
Follow Us