ଚଳନ୍ତା ଟ୍ରେନ‌ରେ ଚଢ଼ିବାକୁ ‌ଚେଷ୍ଟା କରୁଥିବା ବେଳେ ଖସି ପଡ଼ିଲେ ଯାତ୍ରୀ, ମହିଳା କନେଷ୍ଟବଳ ବଞ୍ଚାଇଲେ ଜୀବନ

Advertisment
ଚଳନ୍ତା ଟ୍ରେନ‌ରେ ଚଢ଼ିବାକୁ ‌ଚେଷ୍ଟା କରୁଥିବା ବେଳେ ଖସି ପଡ଼ିଲେ ଯାତ୍ରୀ, ମହିଳା କନେଷ୍ଟବଳ ବଞ୍ଚାଇଲେ ଜୀବନ

ମୁମ୍ବାଇ: ଆରପିଏଫର ଜଣେ ମହିଳା କନଷ୍ଟେବଳ ନିଜର ଉପସ୍ଥିତ ବୁଦ୍ଧି ହେତୁ ଗୁରୁବାର (ଅକ୍ଟୋବର ୨୧)ଦିନ ଜଣେ ମହିଳାଙ୍କ ଜୀବନ ବଞ୍ଚାଇଛନ୍ତି।

ମୁମ୍ବାଇର ସେଣ୍ଡହର୍ଷ୍ଟ ରେଳ ଷ୍ଟେସନରେ ଚଳନ୍ତା ଟ୍ରେନରେ ଚଢ଼ୁଥିବା  ସମୟରେ ଜଣେ ୫୦ ବର୍ଷ ବୟସ୍କା ମହିଳା ଖସି ପଡ଼ିଥିଲେ।  ଏହି ସମୟରେ ଘଟଣାସ୍ଥଳରେ ଉପସ୍ଥିତ ଥିବା  ମହିଳା କନେଷ୍ଟବଳ ଉକ୍ତ ଯାତ୍ରୀଙ୍କ ଜୀବନ ବଞ୍ଚାଲଇ ଦେଇଥିଲେ।

ଆରପିଏଫ ଦ୍ୱାରା ଟ୍ୱିଟ୍ ହୋଇଥିବା ସିସିଟିଭି ଫୁଟେଜରେ ଦେଖିବାକୁ ମିଳୁଛି, ଜଣେ ମହିଳା ପ୍ଲାଟଫର୍ମ ଛାଡିବା ପରେ ଚଳନ୍ତା ଟ୍ରେନରେ ଚଢ଼ିବାକୁ ଚେଷ୍ଟା କରୁଛନ୍ତି। ଏହି ସମୟରେ  ଆରପିଏଫ କନଷ୍ଟେବଳ ସପନା ଗୋଲକର ମହିଳାଙ୍କୁ ଏପରି ଅବସ୍ଥାରେ ଦେଖି ତାଙ୍କୁ ଉଦ୍ଧାର ପାଇଁ ଦୌଡ଼ି ଯାଉଛନ୍ତି। ଏହି ସମୟରେ ମହିଳା ପ୍ଲାଟଫର୍ମରେ ଖସି ପଡ଼ିଥିଲେ। ଉକ୍ତ ମହିଳା ଯାତ୍ରୀଙ୍କୁ ମହିଳା କନେଷ୍ଟବଳ ଉଦ୍ଧାର କରି ସୁରକ୍ଷିତ ସ୍ଥାନକୁ ଆଣିଥିଲେ। ସପନାଙ୍କ ଏଭଳି କାର୍ଯ୍ୟ ପାଇଁ ତାଙ୍କୁ ଭୁରିଭୁରି ପ୍ରଶଂସା କରାଯାଉଛି।

ଆରପିଏଫ୍ ଏକ ଟୁଇଟ୍ ଜରିଆରେ କହିଛନ୍ତି, "# ଆରପିଏଫ୍ କନଷ୍ଟେବଳ ସପ୍ନା ଗୋଲକର ଆଜି ତାଙ୍କ ସାହସିକତା ଦେଖାଇଛନ୍ତି। ସେଥିପାଇଁ ତାଙ୍କୁ ଅଶେଷ ଧନ୍ୟବାଦ ଦିଆଯାଉଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe