ଆରପିଏଫ୍‌ ପରୀକ୍ଷା ଫଳ ଘୋଷିତ, ଶାରୀରିକ ପରୀକ୍ଷା ପାଇଁ ରେଳବାଇର ୱେବ୍‌ସାଇଟ୍‌ରୁ ପ୍ରବେଶ ପତ୍ର ଡାଉନ୍‌ଲୋଡ କରିପାରିବେ ପ୍ରାର୍ଥୀ

Advertisment
ଆରପିଏଫ୍‌ ପରୀକ୍ଷା ଫଳ ଘୋଷିତ, ଶାରୀରିକ ପରୀକ୍ଷା ପାଇଁ ରେଳବାଇର ୱେବ୍‌ସାଇଟ୍‌ରୁ ପ୍ରବେଶ ପତ୍ର ଡାଉନ୍‌ଲୋଡ କରିପାରିବେ ପ୍ରାର୍ଥୀ

ନୂଆଦିଲ୍ଲୀ/ଭୁବନେଶ୍ୱର: ଭାରତୀୟ ରେଳବାଇ ଦ୍ୱାରା ଅନ୍‌ଲାଇନ୍‌ ମାଧ୍ୟମରେ ବିଗତ ଦିନରେ କରାଯାଇଥିବା ଆରପିଏଫ/ଆରପିଏସଏଫ ପରୀକ୍ଷା ଫଳ ସେଣ୍ଟ୍ରାଲ ରିକ୍ୟୁରଟମେଣ୍ଟ କମିଟି (ସିଆରସି) ପକ୍ଷରୁ ବୁଧବାର ଘୋଷଣା କରାଯାଇଛି। ପ୍ରିଲିମିନାରି ପରୀକ୍ଷାରେ ଉତିନ୍ନ ହୋଇଥିବା ପ୍ରାର୍ଥୀ ଶାରୀରିକ ପରୀକ୍ଷା ପାଇଁ ପ୍ରବେଶ ପତ୍ର ୱେବ୍‌ସାଇଟ୍‌ www.indianrailways.gov.inରୁ ଡାଉନ୍‌ଲୋଡ଼ କରିପାରିବେ।

ଗ୍ରୁପ ଏ, ବି, ସି ଏବଂ ଡି ପାଇଁ ସିଆରସି ପକ୍ଷରୁ ପ୍ରିଲିମିନାରି ପରୀକ୍ଷା ଫଳ ବୁଧବାର ଅନ୍‌ଲାଇନ୍‌ ମାଧ୍ୟମରେ ଜାରି କରିଛି। ଗ୍ରୁପ ଇ ଏବଂ ଏଫ ପରୀକ୍ଷା ଫଳ ପୂର୍ବରୁ ଘୋଷଣା ହୋଇସାରିଛି। ଗ୍ରୁପ-ଏଫ ପାଇଁ ଆଜି ଉତ୍ତର ପ୍ରଦେଶର ଗୋରଖପୁର ଠାରେ ଶରୀରିକ ପରୀକ୍ଷା ଶେଷ ହୋଇଥିବା ବେଳେ ଗ୍ରୁପ-ଇ ପାଇଁ ୨୦୧୯ ମାର୍ଚ୍ଚ ୧ରେ ଶାରୀରିକ ପରୀକ୍ଷା ପଶ୍ଚିମବଙ୍ଗର ଜଲପାଇଗୁଡ଼ି ଠାରେ ହେବ।

ଗ୍ରୁପ-ସି: ପୂର୍ବ ରେଳପଥ, ପୂର୍ବ-କେନ୍ଦ୍ରୀୟ ରେଳପଥ, ପୂର୍ବତଟ ରେଳପଥ ଏବଂ ଦକ୍ଷିଣ ରେଳପଥ ପାଇଁ ୨୦୧୯ ମାର୍ଚ୍ଚ ୨୩ ଠାରୁ ୨୫ ମଧ୍ୟରେ ଶାରୀରିକ ପରୀକ୍ଷା ହେବ। ଏହି ପରୀକ୍ଷା ପଶ୍ଚିମବଙ୍ଗର ଆସନସୋଲ ଠାରେ ହେବ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe