ପ୍ରଧାନମନ୍ତ୍ରୀ ମୋଦୀଙ୍କ ସୁରକ୍ଷା ଖର୍ଚ୍ଚ ଦୈନିକ ୧.୬୨ କୋଟି

Advertisment
ପ୍ରଧାନମନ୍ତ୍ରୀ ମୋଦୀଙ୍କ ସୁରକ୍ଷା ଖର୍ଚ୍ଚ ଦୈନିକ ୧.୬୨ କୋଟି

NDTV

ନୂଆଦିଲ୍ଲୀ: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ସୁରକ୍ଷା ବାବଦରେ ଦୈନିକ ଖର୍ଚ୍ଚ ହେଉଛି ୧.୬୨ କୋଟି। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଏବେ ହେଉଛନ୍ତି ଦେଶର ଏକମାତ୍ର ଭିଭିଆଇପି ଯାହାଙ୍କୁ ସ୍ପେଶାଲ ପ୍ରୋଟେକସନ୍‌ ଗ୍ରୁପ୍‌ (ଏସ୍‌ପିଜି)ର ସୁରକ୍ଷା ବଳୟ ମଧ୍ୟରେ ରଖାଯାଇଛି। କେବଳ ମାତ୍ର ପ୍ରଧାନମନ୍ତ୍ରୀ ମୋଦୀଙ୍କୁ ବାଦ୍‌ ଦେଲେ ଦେଶରେ ଅନ୍ୟ କାହାରିକି ହେଲେ ଏସ୍‌ପିଜି ସୁରକ୍ଷା ବଳୟ ପ୍ରଦାନ କରା ଯାଉନାହିଁ।

publive-image News Nation

ପୂର୍ବରୁ ଅବଶ୍ୟ ପୂର୍ବତନ ପ୍ରଧାନମନ୍ତ୍ରୀ ମନମୋହନ ସିଂହ, କଂଗ୍ରେସ ଅଧ୍ୟକ୍ଷା ସୋନିଆ ଗାନ୍ଧୀ, ତାଙ୍କ ପୁତ୍ର ରାହୁଲ ଗାନ୍ଧୀ ଓ କନ୍ୟା ପ୍ରିୟଙ୍କା ଗାନ୍ଧୀଙ୍କୁ ଏସ୍‌ପିଜି ସୁରକ୍ଷା ପ୍ରଦାନ କରାଯାଉଥିଲା। ହେଲେ, ସ୍ୱରାଷ୍ଟ୍ର ମନ୍ତ୍ରୀ ଗତ ବର୍ଷ ସଂସଦରେ ଏସପିଜି ସୁରକ୍ଷା ପ୍ରଦାନ କ୍ଷେତ୍ରରେ ଏକ ସଂଶୋଧନ ଆଣି ଏମାନସମସ୍ତଙ୍କ ଠାରୁ ଏସପିଜି ସୁରକ୍ଷାକୁ ପ୍ରତ୍ୟାହାର କରି ନେଇଥିଲେ। ଏବଂ ନୂତନ ନିଷ୍ପତ୍ତି ଅନୁଯାୟୀ କେବଳ ମାତ୍ର ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କୁ ଏସ୍‌ପିଜି)ର ସୁରକ୍ଷା ବଳୟ ମଧ୍ୟରେ ରଖା ଯାଇଥିଲା।

publive-image NDTV

ହେଲେ, ଯେତେବେଳେ ପ୍ରଧାନମନ୍ତ୍ରୀ ମୋଦୀଙ୍କ ସମେତ ଉପରୋକ୍ତ ସମସ୍ତଙ୍କୁ ଏସ୍‌ପିଜିର ସୁରକ୍ଷା ବଳୟ ମଧ୍ୟରେ ରଖା ଯାଇଥିଲା ସେତେବେଳେ ୨୦୧୯-୨୦ ଆର୍ଥିକ ବର୍ଷ ପାଇଁ ବଜେଟରେ ଏସ୍‌ପିଜିକୁ ପ୍ରଦାନ କରା ଯାଇଥିଲା ୫୪୦.୧୬ କୋଟି ଟଙ୍କା। କିନ୍ତୁ, ଏବେ କେବଳ ମାତ୍ର ପ୍ରଧାନମନ୍ତ୍ରୀ ମୋଦୀଙ୍କ ବ୍ୟତୀତ ଅନ୍ୟ ସମସ୍ତଙ୍କ ଠାରୁ ଏସ୍‌ପିଜି ସୁରକ୍ଷା ପ୍ରତ୍ୟାହାର କରି ନିଆଯିବା ପରେ ଚଳିତ ବର୍ଷ ଅର୍ଥାତ୍‌ ୨୦୨୦-୨୧ ଆର୍ଥିକ ବର୍ଷ ପାଇଁ ସଂସଦରେ ଉପସ୍ଥାପିତ ହୋଇଥିବା ବଜେଟରେ ଏସ୍‌ପିଜି ପାଇଁ ବ୍ୟୟ ବରାଦ ହୋଇଛି ୫୯୨.୫୫ କୋଟି। ଯାହାକି ପୂର୍ବ ବର୍ଷର ଖର୍ଚ୍ଚ ତୁଳନାରେ ୧୦ ପ୍ରତିଶତ ଅଧିକା। ଫଳରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ସୁରକ୍ଷା ବାବଦରେ ଦୈନିକ ଖର୍ଚ୍ଚ ହେଉଛି ୧.୬୨ କୋଟି ଟଙ୍କା।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe