ବଦଳ ପାଇଁ ରଖାଯାଇଥିବା ୧୦୦ କୋଟି ଟଙ୍କାର ଅଚଳ ନୋଟ୍‌ ଜବତ

Advertisment
ବଦଳ ପାଇଁ ରଖାଯାଇଥିବା ୧୦୦ କୋଟି ଟଙ୍କାର ଅଚଳ ନୋଟ୍‌ ଜବତ

ନୂଆଦିଲ୍ଲୀ: କାନପୁର ଠାରେ ଗୋଟିଏ ନିର୍ମାଣାଧୀନ ଘରୁ ନେସ୍‌ନାଲ୍‌ ଇନ୍‌ଭେଷ୍ଟିଗେସନ୍‌ ଏଜେନ୍‌ସି ଏବଂ ଉତ୍ତରପ୍ରଦେଶ ପୁଲିସ ପ୍ରାୟ ୧୦୦ କୋଟି ଟଙ୍କାର ଅଚଳ ୫୦୦ ଏବଂ ୧୦୦୦ ଟଙ୍କିଆ ନୋଟ୍‌ ଜବତ କରିଛନ୍ତି।

ଜବତ କରାଯାଇଥିବା ଟଙ୍କା ଜଣେ ପ୍ରସିଦ୍ଧ ଡିଟର୍‌ଜେଣ୍ଟ୍‌ ନିର୍ମାତାଙ୍କ ସମେତ ଅନ୍ୟ ଚାରି ପାଞ୍ଚ ଜଣ ବ୍ୟକ୍ତି ବା କମ୍ପାନିର।

ସିସାମାଉର ଜଣେ ନିର୍ମାତା ନୋଟ୍‌ ଗଚ୍ଛିତ ରଖାଯାଇଥିବା ସ୍ଥଳକୁ ବାଟ ସେମାନଙ୍କୁ କଢ଼େଇ ନେଇଥିବା କଥା ଉତ୍ତର ପ୍ରଦେଶ ପୁଲିସ କହିଛି। ଏହାକୁ ବଦଳାଇ ନୂଆ ନୋଟ୍‌ ଅଣାଯିବା ପାଇଁ ରଖା ଯାଇଥିବା କଥା ସନ୍ଦେହ କରାଯାଉଛି।

Courtsey of ANI

କାନପୁର ଅନ୍ତର୍ଗତ ସ୍ୱରୂପ ନଗର ଅଞ୍ଚଳର ଏକ ନିର୍ମାଣାଧୀନ ଘରେ ବିପୁଳ ପରିମାଣର ଅଚଳ ନୋଟ୍‌ ଗଚ୍ଛିତ ଅଛି ବୋଲି ଆମେ ସୂଚନା ପାଇଲୁ। ଏଥିରେ କୌଣସି ଆତଙ୍କବାଦୀ ସମ୍ପୃକ୍ତ ନ ଥିବାରୁ ଉତ୍ତର ପ୍ରଦେଶ ପୁଲିସକୁ ସୂଚନା ଦିଆଯାଇଥିଲା। ପରେ ଉତ୍ତର ପ୍ରଦେଶ ପୁଲିସ ଏବଂ ଏନ୍‌ଏଆଇ ମିଳିତ ଚଢ଼ାଉ କରିଥିଲା ବୋଲି ଜଣେ ଏନ୍‌ଏଆଇ ଅଧିକାରୀ କହିଛନ୍ତି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe