ଝାରସୁଗୁଡ଼ା ବିମାନବନ୍ଦର ବିକାଶ ପାଇଁ ଖର୍ଚ୍ଚ ହୋଇଛି ୧୦୫.୩୩ କୋଟି

Advertisment
ଝାରସୁଗୁଡା ବିମାନବନ୍ଦରର ଦ୍ବିତୀୟ ପର୍ଯ୍ୟାୟ ସମ୍ପ୍ରସାରଣ ପାଇଁ ମିଳିପାରିନି ୧୭୮ ଏକର ଜମି

ନୂଆଦିଲ୍ଲୀ : ଗତ ତିନି ବର୍ଷରେ (୨୦୧୭-୧୮ରୁ ୨୦୧୯-୨୦୨୦) ଭାରତୀୟ ବିମାନବନ୍ଦର ପ୍ରାଧିକରଣ ଦ୍ବାରା ଝାରୁସୁଗୁଡା ବିମାନବନ୍ଦରର ବିକାଶ କାର୍ଯ୍ୟରେ ସର୍ବାଧିକ ୧୦୫.୩୩ କୋଟି ଟଙ୍କା ବିନିଯୋଗ କରାଯାଇଛି। ଅପରପକ୍ଷେ ଭୁବନେଶ୍ବର ବିମାନ ବନ୍ଦରର ବିକାଶ କାର୍ଯ୍ୟ ପାଇଁ ଗତ ତିନିବର୍ଷରେ ୬୯.୭୪ କୋଟି ଟଙ୍କା ଓ ରାଉରକେଲା ବିମାନବନ୍ଦର ବିକାଶ କାର୍ଯ୍ୟ ଅନ୍ତର୍ଗତ ୨୦.୩୩ କୋଟି ଟଙ୍କା ଖର୍ଚ୍ଚ କରାଯାଇଛି। ଝାରସୁଗୁଡା ବିମାନ ବନ୍ଦର ବିକାଶ କାର୍ଯ୍ୟରେ ଟର୍ମିନାଲ କୋଠା, ଟେକନିକାଲ୍ ବ୍ଲକ ଓ କଣ୍ଟ୍ରେ‌ାଲ ଟାୱାର, ଫାୟାର ଷ୍ଟେସନ କୋଠା, ଡିଭିଓଆର କୋଠା ତଥା ସମ୍ବନ୍ଧିତ ନିର୍ମାଣ କାର୍ଯ୍ୟ ତଥା ଭୁବନେଶ୍ବର ବିମାନ ବନ୍ଦରରେ ଅପରେସନାଲ ଏରିଆରେ ପେରିମିଟର ରୋଡର ନିର୍ମାଣ, ଏଟିସି ଟାୱାର, ଟେକନିକାଲ ବ୍ଳକ, ଫାୟାର ଷ୍ଟେସନ ତଥା ଇଏବଂଏମ୍ ୱାର୍କସପର ନିର୍ମାଣ କାର୍ଯ୍ୟ ହାତକୁ ନିଆଯାଇଛି। ସେହିଭଳି ରନୱେର ପୁନରାବୃତ୍ତି (ରିକାର୍ପେଟିଂ) ଟ୍ୟାକ୍ସିୱେ ତଥା ଆପରନ ଓ ପେରିମିଟର ରୋଡର ନିର୍ମାଣ କାର୍ଯ୍ୟ ଭାରତୀୟ ବିମାନ ବନ୍ଦର ପ୍ରାଧିକରଣ ଦ୍ବାରା ହାତକୁ ନିଆଯାଇଛି। ରାଜ୍ୟସଭାରେ କେନ୍ଦ୍ର ବେସାମରିକ ବିମାନ ଚଳାଚଳ ରାଷ୍ଟ୍ର ମନ୍ତ୍ରୀ ହରିଦ୍ବୀପ ସିଂହ ପୁରି ବି଼ଜେଡି ସାଂସଦ ଡଃ ସସ୍ମିତ ପାତ୍ରଙ୍କର ଅଣତାରକା ପ୍ରଶ୍ନର ଲିଖିତ ଉତ୍ତରରେ ଏହା କହିଛନ୍ତ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe