ନୂଆଦିଲ୍ଲୀ : ବାଲେଶ୍ବରର ବାହାନଗାରେ ହୋଇଥିବା ଭୟାବହ ଟ୍ରେନ ଦୁର୍ଘଟଣାରେ ବର୍ତ୍ତମାନ ସୁଦ୍ଧା ଦକ୍ଷିଣ-ପୂର୍ବ ରେଳପଥର ୧୨୩ କୋଟି ଟଙ୍କାରୁ ଅଧିକ କ୍ଷତି ହୋଇଛି। ଏହି ପରିମାଣ ୨୫୦ କୋଟି ଟଙ୍କାକୁ ବୃଦ୍ଧିପାଇବା ସମ୍ଭାବନା ରହିଛି। ଦୁର୍ଘଟଣା ପର ଠାରୁ ପ୍ରତିଦିନ ୧୦୦ଟି ମାଲବୁହା ଟ୍ରେନ୍ର ଚଳାଚଳ ପ୍ରଭାବିତ ହୋଇଛି। ଏହା ବାଦ୍ ଇଞ୍ଜିନ୍, ବଗି ଓ ଲାଇନ ସମେତ ଅନ୍ୟାନ୍ୟ ସଂପଦ କ୍ଷତିଗ୍ରସ୍ତ ଯୋଗୁ ରେଳପଥକୁ କୋଟି କୋଟି ଟଙ୍କାର କ୍ଷତି ସହିବାକୁ ପଡ଼ିଛି। ଏଥି ସହିତ ମୃତକ ଯାତ୍ରୀମାନଙ୍କ ପରିଜନଙ୍କୁ ଓ ଆହତମାନଙ୍କୁ କ୍ଷତିପୂରଣ ପାଇଁ ରେଳବାଇକୁ ଅତିରିକ୍ତ ଅର୍ଥ ବ୍ୟୟ କରିବାକୁ ପଡ଼ୁଛି।
ବିଶେଷଜ୍ଞମାନଙ୍କ କହିବା ଅନୁସାରେ କ୍ଷତିଗ୍ରସ୍ତ ଦୁଇଟି ଇଞ୍ଜିନ୍ ପାଇଁ ରେଳବାଇକୁ ୨୮ରୁ ୩୦ କୋଟି, ୧୪ ଟି କୋଚ୍ ପାଇଁ ୧୮ ରୁ ୨୦ କୋଟି ଟଙ୍କାର କ୍ଷତି ହୋଇଛି। ଅନ୍ୟପକ୍ଷେ, ଲାଇନ୍ ବିଛାଇବା, ବିଦ୍ୟୁତୀକରଣ ସମେତ ସିଗ୍ନାଲ୍ ଓ ପଏଣ୍ଟ୍ ସିଷ୍ଟମ୍ ଆରମ୍ଭ ପାଇଁ ରେଲୱେକୁ ୧୫ରୁ ୨୦ କୋଟି ଟଙ୍କା ଖର୍ଚ୍ଚ କରିବାକୁ ପଡ଼ିବ ବୋଲି ଜଣାପଡ଼ିଛି।
Follow Us