The Economic Times
ନୂଆଦିଲ୍ଲୀ/ଭୁବନେଶ୍ବର : ସେପ୍ଟେମ୍ବରରେ ଦେଶରେ ଜିଏସ୍ଟି ସଂଗ୍ରହ ୧,୪୭,୬୮୬ କୋଟି ଟଙ୍କା ଟପିଛି । ଏଥିମଧ୍ୟରୁ ସିଜିଏସ୍ଟି ୨୫,୨୭୧ କୋଟି ଏବଂ ଏସ୍ଜିଏସ୍ଟି ୩୧,୮୧୩ କୋଟି ଟଙ୍କା ରହିଛି । ସେହିପରି ଆଇଜିଏସ୍ଟି ୮୦,୪୬୪ କୋଟି ଟଙ୍କା (ବସ୍ତୁ ଆମଦାନିରୁ ସଂଗୃହୀତ ୪୧,୨୧୫ କୋଟି ଟଙ୍କା ସମେତ) ଏବଂ ସେସ୍ ୧୦,୧୩୭ କୋଟି ଟଙ୍କା (ବସ୍ତୁ ଆମଦାନିରୁ ସଂଗୃହୀତ ୮୫୬ କୋଟି ଟଙ୍କା ସମେତ) ରହିଛି। ଅଗଷ୍ଟରେ ଦେଶରେ ୧.୪୩ ଲକ୍ଷ କୋଟି ଟଙ୍କାର ଜିଏସ୍ଟି ଆଦାୟ ହୋଇଥିଲା। ତେବେ ଗତ ଏପ୍ରିଲରେ ରେକର୍ଡ ୧.୬୭ ଲକ୍ଷ କୋଟି ଟଙ୍କାର ଜିଏସ୍ଟି ସଂଗ୍ରହ ହୋଇଥିଲା।
ଓଡ଼ିଶାରେ ସେପ୍ଟେମ୍ବର ମାସରେ ୩ ହଜାର ୭୬୫ କୋଟି ଟଙ୍କାର ଜିଏସ୍ଟି ରାଜସ୍ବ ଆଦାୟ ହୋଇଛି । ଗତବର୍ଷ ସେପ୍ଟେମ୍ବରରେ ୩ ହଜାର ୩୨୬ କୋଟି ଟଙ୍କାର ଜିଏସ୍ଟି ସଂଗ୍ରହ କରାଯାଇଥିଲା । ତେଣୁ ଗତବର୍ଷ ସେପ୍ଟେମ୍ବର ତୁଳନାରେ ଚଳିତବର୍ଷ ସେପ୍ଟେମ୍ବରରେ ରାଜ୍ୟରେ ଜିଏସ୍ଟି ସଂଗ୍ରହ ୧୩ ପ୍ରତିଶତ ବୃଦ୍ଧି ପାଇଛି। ଦେଶରେ କ୍ରମାଗତ ୭ ମାସ ଧରି ମାସିକ ଜିଏସ୍ଟି ରାଜସ୍ବ ସଂଗ୍ରହ ୧.୪ ଲକ୍ଷ କୋଟି ଟଙ୍କା ଅତିକ୍ରମ କରିଛି। ସେପ୍ଟେମ୍ବର ୨୦୨୨ ପର୍ଯ୍ୟନ୍ତ ଜିଏସ୍ଟି ରାଜସ୍ବ ସଂଗ୍ରହ ଗତ ବର୍ଷର ଏହି ଅବଧି ତୁଳନାରେ ୨୭% ଅଧିକ ରହିଛି । ଏହା ଉଚ୍ଚ ରାଜସ୍ବ ବୃଦ୍ଧିକୁ ଦର୍ଶାଉଛି । ଅଗଷ୍ଟ ୨୦୨୨ରେ ୭.୭ କୋଟି ଇ-ୱେ ବିଲ ସୃଷ୍ଟି କରାଯାଇଥିଲା । ଏହା ଜୁଲାଇ ୨୦୨୨ରେ ଜାରି ହୋଇଥିବା ୭.୫ କୋଟି ଇ-ୱେ ବିଲ୍ ତୁଳନାରେ ଅଧିକ। ସେପ୍ଟେମ୍ବର ୨୦ ତାରିଖରେ ୪୯,୪୫୩ କୋଟି ଟଙ୍କାର ଜିଏସ୍ଟି ଆଦାୟ ହୋଇଛି, ଯାହାକି ଦ୍ବିତୀୟ ସର୍ବାଧିକ।
Follow Us