କୋରୋନା ଭାଇରସ୍‌ରେ ଆକ୍ରାନ୍ତ ହୋଇଥିବା ଚୀନରେ ଥିବା ପ୍ରଥମ ଭାରତୀୟ ମହିଳା, ଚିକିତ୍ସା ପାଇଁ ଦରକାର ୧ କୋଟି ଟଙ୍କା

Advertisment
କୋରୋନା ଭାଇରସ୍‌ରେ ଆକ୍ରାନ୍ତ ହୋଇଥିବା ଚୀନରେ ଥିବା ପ୍ରଥମ ଭାରତୀୟ ମହିଳା, ଚିକିତ୍ସା ପାଇଁ ଦରକାର ୧ କୋଟି ଟଙ୍କା

Livemint

ନୂଆଦିଲ୍ଳୀ: ଚୀନରୁ ସୃଷ୍ଟି ହୋଇଥିବା କୋରୋନା ଭାଇରସ୍‌ ସାରା ବିଶ୍ବରେ ବ୍ୟାପିବା‌ରେ ଲାଗିଥିବା ବେଳେ ଚୀନଠାରେ ରହୁଥିବା ପ୍ରଥମ ଭାରତୀୟ ମହିଳା ଏହି ଭାଇରସ୍‌ର ସଂକ୍ରମଣ ହୋଇଥିବା ଚିହ୍ନଟ କରାଯାଇଛି। ମହିଳାଙ୍କୁ ପୂରା ସୁସ୍ଥ କରିବା ପାଇଁ ଚିକିତ୍ସା ବାବଦରେ ଭାରତୀୟ ମୁଦ୍ରାରେ ୧ କୋଟି ଟଙ୍କା ଲାଗିବ ବୋଲି ସୂଚନା ରହିଛି। ମାତ୍ର ଅର୍ଥାଭାବ ତାଙ୍କ ଚିକିତ୍ସାରେ ବାଧକ ସାଜିଛି।

ମହିଳାଙ୍କ ନାମ ପ୍ରୀତି ମହେଶ୍ବରୀ। ସେ ସେଠାରେ ଏକ କଳା ବିଦ୍ୟାଳୟରେ ଶିକ୍ଷକତା କରୁଥିଲେ। ତାଙ୍କର ଚିକିତ୍ସା କରିବା ପାଇଁ ତାଙ୍କ ପରିବାର ଲୋକ ତାଙ୍କୁ ଭାରତ ଆଣିବାକୁ ଚିନ୍ତା କରୁଛନ୍ତି। ପ୍ରୀତିଙ୍କ ଭାଇ ମନୀଷ ଥାପା ତାଙ୍କ ଭଉଣୀର ଚିକିତ୍ସା ପାଇଁ ଚୀନରେ ଥିବା ଭାରତୀୟ ଦୂତବାସରେ ପହଞ୍ଚି ଆର୍ଥିକ ସହାୟତା ଲୋଡ଼ିଛନ୍ତି। ମନୀଷ ବେଙ୍ଗାଲୁର ଆମ‌ାଜନ୍‌ରେ ଚାକିରି କରନ୍ତି। ସେ କୌଣସି ବି ପ୍ରକାରେ ପାଣ୍ଠି ଯୋଗାଡ଼ କରି ନିଜ ଭଉଣୀଙ୍କୁ ବଞ୍ଚାଇବାକୁ ଚାହାନ୍ତି।

publive-image LatestLY

ମହେଶ୍ବରୀ କୋରୋନା ଭାଇରସ୍‌ ନିମୋନିଆ ଟାଇପ୍‌୧ର ପୀଡ଼ିତ। ଚୀନର ସେହେନ୍‌ଜେନ୍‌ଠାରେ ଥିବା ଏକ ହସ୍ପିଟାଲ୍‌ରେ ‌ସେ ଏବେ ଚିକିତ୍ସିତ ଅବସ୍ଥାରେ ଅଛନ୍ତି। ତାଙ୍କୁ ଆଇସିୟୁରେ ଭେଣ୍ଟିଳେଟରରେ ରଖାଯାଇଛି।

ସେ ଚଳିତମାସ ୧୧ ତାରିଖରୁ ହସ୍ପିଟାଲ୍‌ରେ ଭର୍ତ୍ତି ହୋଇଛନ୍ତି। ତାଙ୍କର ସଂପୂର୍ଣ୍ଣ ଚିକିତ୍ସା ପାଇଁ ୧ କୋଟି ଟଙ୍କା ଲାଗିବ ବୋଲି ଡାକ୍ତରମାନେ କହିବା ପରେ ମହେଶ୍ବରୀଙ୍କ ଭାଇ ଭାରତରେ ଥିବା ହେଲ୍‌ଥ କେୟାର କ୍ରାଉଡ୍‌ ଫଣ୍ଡିଂ ପ୍ଲାଟ୍‌ଫର୍ମ ସହିତ ସଂପର୍କରେ ରହି ଏବେ ସୁଦ୍ଧା ୧୫.୨୭ ଲକ୍ଷ ଟଙ୍କା ଯୋଗାଡ଼ କରି ସାରିଲେଣି। ସମୁଦାୟ ୪୧୦ ଜଣ ଦାନ କରିଛନ୍ତି। ମହେଶ୍ବରୀଙ୍କ ସ୍ବାସ୍ଥ୍ୟାବସ୍ଥାରେ ସୁଧାର ଆସୁଛି ବୋଲି ଡାକ୍ତରମାନେ ସୂଚନା ଦେଇଛନ୍ତି। ତେବେ ଭଉଣୀର ଚିକିତ୍ସା ଲାଗି  ଚିକିତ୍ସା ଲାଗି ସମସ୍ତଙ୍କଠାରୁ ସାହାଯ୍ୟ ଭିକ୍ଷା କରିଛନ୍ତି ମନୀଷ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe