Representational image Free Press Journal
ଆଗ୍ରା : ଉତ୍ତରପ୍ରଦେଶରେ ଗତରାତିରେ ଏକ ଵାଣ୍ଟେଡ୍ କ୍ରିମିନାଲ୍ ସହ ପ୍ରାୟ ୧୮ କୁଇଣ୍ଟାଲ୍ ଗଞ୍ଜେଇ ଜବତ କରାଯାଇଛି। ଅପରାଧୀମାନେ ଆଲୁ ଅର୍ଜୁନଙ୍କ ତେଲୁଗୁ ସିନେମା ‘ପୁଷ୍ପା’ରୁ ଅନୁପ୍ରାଣିତ ହୋଇ ଏକ କୋଇଲା ଟ୍ୟାଙ୍କର୍ରେ ୨କୋଟିରୁ ଅଧିକ ଟଙ୍କା ମୂଲ୍ୟର ଗଞ୍ଜେଇ ଲୁଚାଇ ରଖିଥିଲେ। ଏହି ମାମାଲାରେ ପୁଲିସ ୨ଜଣଙ୍କୁ ଗିରଫ କରିଛି। ଅନ୍ୟ ଏକ ଅପରାଧୀ ଖସିପଳାଇବାକୁ ଚେଷ୍ଟା କରୁଥିବା ବେଳେ ପୁଲିସ ଗୁଳିରେ ଆହତ ହୋଇ ଡାକ୍ତରଖାନାରେ ଭର୍ତ୍ତି ହୋଇଛି। ଏହା ପ୍ରଥମ ନୁହେଁ, ପୂର୍ବରୁ ମଧ୍ୟ ଅନେକ ଥର ୟୁପିରେ ବଡ଼ ଧରଣର ଗଞେଇ ଚୋରାଚାଲାଣ ରୢାକେଟ୍ର ପର୍ଦାଫାସ କରାଯାଇଛି।
Follow Us