୨୪ଘଣ୍ଟାରେ ସର୍ବାଧିକ ୧୩୧ ଜଣଙ୍କ ମୃତ୍ୟୁ ପରେ ନିୟମ କଡ଼ାକଡ଼ି କଲେ ଦିଲ୍ଲୀ ସରକାର, ମାସ୍କ ନ ପିନ୍ଧିଲେ ୫୦୦ ପରିବର୍ତ୍ତେ ଦେବାକୁ ହେବ ୨,୦୦୦ଟଙ୍କା ଜରିମାନା

Advertisment
୨୪ଘଣ୍ଟାରେ ସର୍ବାଧିକ ୧୩୧ ଜଣଙ୍କ ମୃତ୍ୟୁ ପରେ ନିୟମ କଡ଼ାକଡ଼ି କଲେ ଦିଲ୍ଲୀ ସରକାର, ମାସ୍କ ନ ପିନ୍ଧିଲେ ୫୦୦ ପରିବର୍ତ୍ତେ ଦେବାକୁ ହେବ ୨,୦୦୦ଟଙ୍କା ଜରିମାନା

indiatoday

ନୂଆଦିଲ୍ଲୀ: ଗତ ୨୪ ଘଣ୍ଟା ମଧ୍ୟରେ ଦିଲ୍ଲୀରେ ୭୪୮୬ଜଣ କରୋନା ଆକ୍ରାନ୍ତ ହେବା ସହ ସର୍ବାଧିକ ୧୩୧ଜଣଙ୍କ ମୃତ୍ୟୁ ହୋଇଛି। ନୂତନ ସଂଖ୍ୟାକୁ ମିଶାଇ ଦିଲ୍ଲୀର ମୋଟ ମାମଲା ବର୍ତ୍ତମାନ ୫,୦୩,୦୮୪ରେ ପହଞ୍ଚିଛି। ଏ ମଧ୍ୟରୁ ୪୨,୪୫୮ଜଣ ସକ୍ରିୟ ସଂକ୍ରମିତ ରହିଛନ୍ତି। ତେବେ ଏ ପର୍ଯ୍ୟନ୍ତ ୭୯୪୩ ଜଣ କରୋନା ଆକ୍ରାନ୍ତଙ୍କର ମୃତ୍ୟୁ ହୋଇସାରିଛି। ମୃତ୍ୟୁ ସଂଖ୍ୟା ସହ ଆକ୍ରାନ୍ତଙ୍କ ସଂଖ୍ୟା ବଢ଼ୁଥିବା ଦେଖି ଦିଲ୍ଲୀ ସରକାର ଏବେ ନିୟମ କଡ଼ାକଡ଼ି କରିଛନ୍ତି। ଏହା ସହ ଜରିମାନାଙ୍କୁ ମଧ୍ୟ ବଢ଼ାଇଦିଆଯାଇଛି। ଏବେ ମାସ୍କ ନପିନ୍ଧି ବାହାରକୁ ବାହାରିଲେ ୫୦୦ ପରିବର୍ତ୍ତେ ୨,୦୦୦ଟଙ୍କାର ଜରିମାନା ଦେବାକୁ ହେବ। କରୋନା ସ୍ଥିତିକୁ ଦେଖି ଆଜି ଆୟୋଜିତ ହୋଇଥିବା ସର୍ବଦଳୀୟ ବୈଠକରେ ଏହି ଘୋଷଣା କରିଛନ୍ତି ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିୱାଲ ।

Rs 2,000 Fine For Not Wearing Mask In Delhi, Up From 500, To Tackle Covid ndtv

ମୁଁ ସମସ୍ତ ଧାର୍ମିକ, ସାମାଜିକ, ରାଜନୈତିକ ଦଳ ଏବଂ ସଂଗଠନକୁ ନିବେଦନ କରୁଛି ଯେ ସର୍ବସାଧାରଣ ସ୍ଥାନଗୁଡିକରେ ଲୋକଙ୍କୁ ମାସ୍କ ବଣ୍ଟନ କରନ୍ତୁ। ଯଦି ଆପଣ ମାସ୍କ ପିନ୍ଧନ୍ତି, ତେବେ କରୋନା ଆକ୍ରାନ୍ତ ହେବାର ସମ୍ଭାବନା କମ୍ ହୋଇପାରେ। ଦିଲ୍ଲୀରେ କରୋନାଭାଇରସ୍ ମାମଲାକୁ ହ୍ରାସ କରିବା ଅତ୍ୟନ୍ତ ଜରୁରୀ। ଦୟାକରି ମାସ୍କ ପିନ୍ଧନ୍ତୁ ବୋଲି କହିଛନ୍ତି କେଜ୍ରିୱାଲ । ସେ ଆହୁରି ମଧ୍ୟ କହିଛନ୍ତି ଯେ ପୋଖରୀ, ହ୍ରଦ ଏବଂ ନଦୀ ଭଳି ସର୍ବସାଧାରଣ ସ୍ଥାନରେ ଛଟ ପୂଜା ଉତ୍ସବ ଦିଲ୍ଲୀରେ ନିଷେଧ ରହିବ। ଚଳିତ ବର୍ଷ ଘରେ ଏହି ପର୍ବ ପାଳନ କରିବାକୁ ସେ ଲୋକଙ୍କୁ ଅନୁରୋଧ କରିଛନ୍ତି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe