ନୂଆଦିଲ୍ଲୀ: ‘ଡାଇରେକ୍ଟୋରେଟ୍ ଅଫ୍ ଇଣ୍ଟେଲିଜେନ୍ସ୍’ର ଗୁଇନ୍ଦାମାନେ ଦୀର୍ଘ ୧୮ ଘଣ୍ଟାର ବ୍ୟାପକ ତଲାସ ଅଭିଯାନ ଚଳାଇ ମଣିପୁରର ଇମ୍ଫାଲ୍ରେ ଏକ କାର୍ ଭିତରୁ ୨୧ କୋଟି ଟଙ୍କା ମୂଲ୍ୟର ୪୩ କିଲୋରୁ ଅଧିକ ସୁନା ବିସ୍କୁଟ୍ ଜବତ କରିଛନ୍ତି।
ବିଶ୍ବସ୍ତସୂତ୍ରରୁ ସୂଚନା ପାଇବା ପରେ ‘ଡାଇରେକ୍ଟୋରେଟ୍ ଅଫ୍ ଇଣ୍ଟେଲିଜେନ୍ସ୍’ର ଗୁଇନ୍ଦାମାନେ ମଙ୍ଗଳବାର ଦିନ ସହର ଭିତରେ ଦୁଇଜଣ ବ୍ୟକ୍ତି ଯାତ୍ରା କରୁଥିବା ଗୋଟାଏ କାର୍କୁ ଅଟକାଇଥିଲେ। ସେମାନଙ୍କୁ ପଚରାଉଚୁରା କରାଯାଇ କାର୍ଟିକୁ ତନ୍ନତନ୍ନ କରି ତଲାସ କରିବା ପରେ ସୁନା ବିସ୍କୁଟ୍ଗୁଡ଼ିକୁ ଜବତ କରାଯାଇଥିଲା। ଉକ୍ତ ସୁନା ବିସ୍କୁଟ୍ଗୁଡ଼ିକୁ ଲୁଚାଇ ରଖିବା ନିମନ୍ତେ କାର୍ରେ ସ୍ବତନ୍ତ୍ର ଭାବେ ତିନୋଟି ଗହ୍ବର କରାଯାଇଥିଲା ବୋଲି ଗୁଇନ୍ଦା ଅଧିକାରୀମାନେ କହିଛନ୍ତି।
Image Courtesy of MSNକାର୍ ମଧ୍ୟସ୍ଥ ଗୁପ୍ତ ଗହ୍ବରରୁ ବିଦେଶ ନିର୍ମିତ ୨୬୦ଟି ସୁନା ବିସ୍କୁଟ୍ ପାଇବାକୁ ପ୍ରାୟ ୧୮ ଘଣ୍ଟା ଲାଗିଥିଲା। ଗୁଇନ୍ଦା ଅଧିକାରୀମାନେ କହିଛନ୍ତି ଯେ, ପୂର୍ବରୁ ମଧ୍ୟ ଉକ୍ତ କାର୍ଟି ଚୋରା କାରବାରରେ ବ୍ୟବହୃତ ହେଉଥିଲା।
Image Courtesy of NDTVକରୋନାଭାଇରସ୍ ଲକ୍ଡାଉନ୍ ପରିସ୍ଥିତିରେ ମଧ୍ୟ ମିଆଁମାର୍ ସୀମାନ୍ତକୁ ଲାଗିଥିବା ମଣିପୁରରେ ସୁନା ଚୋରାଚାଲାଣ ଅବ୍ୟାହତ ରହିଛି। ଗତ ତିନି ମାସ ମଧ୍ୟରେ ମିଆଁମାର୍ ସେକ୍ଟର୍ର ଗୌହାଟି ଜୋନାଲ୍ ୟୁନିଟ୍ରୁ ୩୩ କୋଟି ଟଙ୍କା ମୂଲ୍ୟର ପ୍ରାୟ ୬୬ କିଲୋ ସୁନା ଜବତ କରାଯାଇସାରିଲାଣି। ସେଥିରୁ କେବଳ ଜୁନ୍ ମାସରେ ଜବତ ହୋଇଛି ୫୫ କିଲୋ ସୁନା।
ଭାରତ-ମିଆଁମାର ସୀମାନ୍ତ ଦେଇ ଏହି ସୁନା ଚୋରାଚାଲାଣ ହେଉଥିବା କଥା ଗୁଇନ୍ଦା ଅଧିକାରୀମାନେ କହିଛନ୍ତି।
Follow Us