ଗୁଜରାଟରେ ୨୫୦ କୋଟି ଟଙ୍କାର ଡ୍ରଗ୍‌ସ ଜବତ

Advertisment
ଗୁଜରାଟରେ ୨୫୦ କୋଟି ଟଙ୍କାର ଡ୍ରଗ୍‌ସ ଜବତ

lokmattimes.com

ଅହମଦାବାଦ : ସୀମା ସୁରକ୍ଷା ବାହିନୀ (ବିଏସ୍‌ଏଫ୍‌) ଜଖୌ ସାମୁଦ୍ରିକ ପୁଲସ ସହ ମିଳିତ ସର୍ଚ୍ଚ ଅପରେସନ କରି ରବିବାର ଜ‌ଖୌ ବନ୍ଦର ଅଞ୍ଚଳରୁ ୪୯ଟି ଡ୍ରଗ୍‌ସ ପ୍ୟାକେଟ ଜବତ କରିଛି, ଯାହା ହେରୋଇନ ବୋଲି ସନ୍ଦେହ କରାଯାଉଛି। ଜବତ କରାଯାଇଥିବା ଡ୍ରଗ୍‌ର ମୂଲ୍ୟ ୨୫୦ କୋଟି ଟଙ୍କା ହେବ ବୋଲି କୁହାଯାଉଛି। ଉକ୍ତ ଡ୍ରଗ୍ ପ୍ୟାକେଟଗୁଡ଼ିକ ଉପରେ କାଫେ ଗର୍ମେ ଓ ବ୍ଲୁ ସାଫାୟାର ୫୫୫ ବୋଲି ପ୍ରିଣ୍ଟ କରାଯାଇଛି।

ମେ ୩୦ ଓ ୩୧ରେ ତଟ ସୁରକ୍ଷା ବାହିନୀ ଓ ଗୁଜରାଟ ପୁଲିସର ଏଟିଏସ୍ ଶାଖା ସାର କ୍ରିକ୍ ଓ ଜଖୌ ବନ୍ଦର ମଧ୍ୟବର୍ତ୍ତୀ ଅଞ୍ଚଳରୁ ଗୋଟିଏ ପାକିସ୍ତାନୀ ବୋଟ୍‌କୁ ଜବତ କରିବା ସହ ୭ ଜଣ ପାକିସ୍ତାନୀ ନାଗରିକଙ୍କୁ ଅଟକ ରଖିଥିଲେ। ଏହି ଅପରେସନ ସମୟରେ ପାକିସ୍ତାନୀ ଲୋକମାନେ ଡ୍ରଗ୍‌ଗୁଡ଼ିକୁ ସମୁଦ୍ର ଭିତରକୁ ପକାଇ ଦେଇଥିଲେ। ଏହି ଘଟଣା ପରେ ବିଏସ୍‌ଏଫ୍‌ ଯବାନମାନେ ସତର୍କ ରହିବା ସହ ସର୍ଚ୍ଚ ଅପରେସନ ଜାରି ରଖିଥିଲେ। ଫଳତଃ ରବିବାର ସେମାନେ ୪୯ଟି ଡ୍ରଗ୍ ପ୍ୟାକେଟ ଜବତ କରିବାରେ ସଫଳ ହୋଇଛନ୍ତି। ଏହା ପୂର୍ବରୁ ଗତ ଏପ୍ରିଲ ୨୫ ତାରିଖରେ ତଟରକ୍ଷୀ ଓ ଗୁଜରାଟ ପୁଲିସର ଏଟିଏସ୍ ଶାଖା ଗୋଟିଏ ପାକିସ୍ତାନୀ ବୋଟ୍‌କୁ ଜବତ କରିବା ସହ ୯ ଜଣ ପାକିସ୍ତାନୀଙ୍କୁ ଗିରଫ କରିଥିଲା ଏବଂ ସେମାନଙ୍କଠାରୁ ୨୮୦ କୋଟି ଟଙ୍କାର ହେରୋଇନ ଜବତ କରିଥିଲା।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe