ପାରାଦୀପ ବନ୍ଦର ଉନ୍ନତୀକରଣରେ ଖର୍ଚ୍ଚ ହେବ ୩୦୦୫ କୋଟି ଟଙ୍କା : ମନ୍ତ୍ରୀ ସୋନୋୱାଲ

ଖଣି ସହ ପାରାଦୀପ ବନ୍ଦରର ସଂଯୋଗ ଉପରେ ଗୁରୁତ୍ବ

The Economic Times

ନୂଆଦିଲ୍ଲୀ : ବନ୍ଦର, ଜାହାଜ ଚଳାଚଳ ଓ ଜଳପଥ ମନ୍ତ୍ରଣାଳୟ ଦୀର୍ଘମିଆଦୀ ରଣନୀତିକ ଭିତ୍ତିଭୂମି ଯୋଜନାର ଖସଡା ପ୍ରସ୍ତୁତ କରିଛି। ଏହି ପ୍ରକଳ୍ପ ଆର୍ଥିକ, ସାମାଜିକ ଓ ପରିବେଶ ଦୃଷ୍ଟିରୁ ଅନୁକୂଳ ହେବା ସହ ସ୍ଥାୟୀ ଓ ନିରନ୍ତର ବିକାଶରେ ସହାୟକ ହେବ। ଏହିପରି ଏକ ଆଖିଦୃଶିଆ ପଦକ୍ଷେପ ହେଉଛି ପାରାଦୀପ ବନ୍ଦର ବିକାଶ ପ୍ରକଳ୍ପ ଯାହା ଏହି ବନ୍ଦରକୁ ବିଶ୍ୱସ୍ତରୀୟ କରିବା ସହ ବୃହତ୍ ଜାହାଜ ପରିଚାଳନାଗତ ସାମର୍ଥ୍ୟ ବୃଦ୍ଧି କରିବ। ପୂର୍ବାଞ୍ଚଳ ରାଜ୍ୟଗୁଡିକର ବିକାଶ ଉପରେ ପ୍ରଧାନମନ୍ତ୍ରୀଙ୍କ ଗୁରୁତ୍ୱ ପରିପ୍ରେକ୍ଷୀରେ ଏହିଭଳି ଦୂରଦୃଷ୍ଟିସମ୍ପନ୍ନ ନିଷ୍ପତ୍ତି ଗ୍ରହଣ କରାଯାଇଛି ବୋଲି କେନ୍ଦ୍ର ବନ୍ଦର, ଜାହାଜ ଚଳାଚଳ ଓ ଜଳପଥ ବିକାଶ ମନ୍ତ୍ରୀ ସର୍ବାନନ୍ଦ ସୋନୋୱାଲ କହିଛନ୍ତି।

publive-image The Sentinel Assam

ଏହି ପ୍ରକଳ୍ପ ଜରିଆରେ ପାରାଦୀପ ବନ୍ଦରର ଭିତର ପୋତାଶ୍ରୟକୁ ଗଭୀର କରାଯିବା ସହ ନିର୍ମାଣାଧୀନ ପଶ୍ଚିମ ଡକ୍‌ର ବିକାଶ ସରକାରୀ ଓ ଘରୋଇ ଭାଗିଦାରିତା (ପିପିପି) ମୋଡ୍‌ରେ କରାଯିବ। ପ୍ରକଳ୍ପ ବାବଦ ବ୍ୟୟ ଅଟକଳ ୩୦୦୪.୬୩ କୋଟି ଟଙ୍କା ରଖାଯାଇଛି। ଏଥିରେ ନୂତନ ପଶ୍ଚିମ ଡକ୍‌ର ବି.ଓ.ଟି ଭିତ୍ତିକ ବିକାଶ ଓ କେତେକ ନିର୍ଦ୍ଦିଷ୍ଟ ସ୍ଥାନର ଡ୍ରେଜିଂ ଯଥାକ୍ରମେ ୨,୦୪୦ କୋଟି ଓ ୩୫୨,୧୩ କୋଟି ଟଙ୍କା ବ୍ୟୟରେ କରାଯିବ। ଅନ୍ୟାନ୍ୟ ସହକାରୀ ପ୍ରକଳ୍ପ ଭିତ୍ତିଭୂମି ବିକାଶ ବାବଦକୁ ପାରାଦୀପ ବନ୍ଦର ପକ୍ଷରୁ ୬୧୨.୫୦କୋଟି ଟଙ୍କା ଖର୍ଚ୍ଚ କରାଯିବ।

କେନ୍ଦ୍ର ବନ୍ଦର, ଜାହାଜ ଚଳାଚଳ ଓ ଜଳପଥ ବିକାଶ ମନ୍ତ୍ରୀ ସୋନୋୱାଲ ଏହି ପ୍ରକଳ୍ପର ସଫଳତା ପାରାଦୀପକୁ ଏକ ବୃହତ୍ ବନ୍ଦରର ମାନ୍ୟତା ଦେବ ବୋଲି କହିଛନ୍ତି। ପ୍ରଧାନମନ୍ତ୍ରୀଙ୍କ ପୂର୍ବାଞ୍ଚଳ ରାଜ୍ୟସମୂହ ବିକାଶ ଯୋଜନାର ଏହା ଅଂଶ ବୋଲି ଶ୍ରୀ ସୋନୋୱାଲ କହିଛନ୍ତି। ଏହି ପ୍ରକଳ୍ପ ଯୋଗୁଁ ବନ୍ଦରର ଭିଡ ହ୍ରାସ ସାଙ୍ଗକୁ ସାମୁଦ୍ରିକ ଦେୟ ହ୍ରାସ ପାଇ କୋଇଲା ଆମଦାନି ମଧ୍ୟ ଶସ୍ତା ହେବ। ଏହା ଶିଳ୍ପାଞ୍ଚଳ ଅର୍ଥ ବ୍ୟବସ୍ଥାକୁ ଉନ୍ନତ କରିବା ସହ ଅଧିକ କର୍ମନିଯୁକ୍ତି ମଧ୍ୟ ସୃଷ୍ଟି କରିବ। ପ୍ରକଳ୍ପ ସମ୍ପୂର୍ଣ୍ଣ ହେବା ପରେ ପାରାଦୀପ ବନ୍ଦରରେ ସହଜରେ ବଡ ବଡ ଜାହାଜ ଯାତାୟାତ କରିବା ସହ ବର୍ତ୍ତମାନର ପ୍ରତିଯୋଗିତାମୂଳକ ବୈଶ୍ୱିକ ବାତାବରଣରେ ଆମଦାନି-ରପ୍ତାନି କାରବାର ସହଜରେ ହୋଇପାରିବ ବୋଲି ମନ୍ତ୍ରୀ ସୋନୋୱାଲ କହିଛନ୍ତି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe