ଦିଲ୍ଲୀ ଏୟାର କାର୍ଗୋ କମ୍ପ୍ଲେକ୍ସରୁ ୩୨.୫ କୋଟି ଟଙ୍କାର ସୁନା ଜବତ

ଦିଲ୍ଲୀ ଏୟାର କାର୍ଗୋ କମ୍ପ୍ଲେକ୍ସରୁ ୩୨.୫ କୋଟି ଟଙ୍କାର ସୁନା ଜବତ

India.com

ନୂଆଦିଲ୍ଲୀ : ଦିଲ୍ଲୀ ଏୟାର କାର୍ଗୋ କମ୍ପ୍ଲେକ୍ସରୁ ବୁଧବାର ୬୧.୫ କିଲୋଗ୍ରାମ ଓଜନର ସୁନା ଜବତ ହୋଇଛି। ଏହାର ଆନୁମାନିକ ବଜାର ମୂଲ୍ୟ ୩୨.୫ କୋଟି ଟଙ୍କା ହେବ। 'ଗୋଲଡେନ୍ ଟ୍ୟାପ୍' ନାମକ ଏକ ଗୁପ୍ତ ଅପରେସନରେ ରାଜସ୍ବ ଗୁଇନ୍ଦା ବିଭାଗର ଅଧିକାରୀମାନେ ବୁଧବାର ଦିଲ୍ଲୀ ଏୟାର କାର୍ଗୋ କମ୍ପ୍ଲେକ୍ସରେ କିଛି ପରିବହନ ସାମଗ୍ରୀକୁ ସନ୍ଦେହରେ ଅଟକାଇ ଥିଲେ। ଏକ ଭଲ୍‌ଭ ଭିତରେ ଲୁଚାଇ ରଖା ଯାଇଥିବା ଏହି ସାମଗ୍ରୀ ଚୀନ୍‌ର ଗୁଆଙ୍ଗଜୋରୁ ଜାପାନ ଏୟାରଲାଇନ୍ସର ଏକ ବିମାନ ଯୋଗେ ଦିଲ୍ଲୀ ବିମାନ ବନ୍ଦରରେ ପହଞ୍ଚିଥିଲା। ବ୍ୟାପକ ଯାଞ୍ଚ ପରେ ପରୀକ୍ଷଣ ପରେ ଭଲ୍‌ଭ ଭିତରେ ବିପୁଳ ପରିମାଣର ୨୪ କ୍ୟାରେଟ୍‌ ସୁନା ଲୁଚାଇ ରଖାଯାଇଥିବା ଦେଖିବାକୁ ମିଳିଥିଲା।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe