ଆଖିରେ ଲଙ୍କାଗୁଣ୍ଡ ପକାଇ ୪୦ ଲକ୍ଷ ଲୁଟ୍‌

ଦୁର୍ଘଟଣାରେ ଦମ୍ପତି ଗୁରୁତର, ଲୁଟିନେଲେ ସ୍କୁଟି ଓ ଭ୍ୟାନିଟି

Sambad

ନୂଆଦିଲ୍ଲୀ : ଦିଲ୍ଲୀର ଡିଫେନ୍ସ କଲୋନୀ ଫ୍ଲାଏ ଓଭରରେ ଦୁଇଜଣ କଲେକ୍ସନ ଏଜେଣ୍ଟଙ୍କ ଆଖିରେ ଲଙ୍କାଗୁଣ୍ଡ ପକାଇ ୪ ଜଣ ଦୁର୍ବୃତ୍ତ ୪୦ ଲକ୍ଷ ଟଙ୍କା ଲୁଟି ନେଇଛନ୍ତି। ଅଭିଯୋଗକୁ ଭିତ୍ତି କରି ପୁଲିସ ଛାନ୍‌ଭିନ୍‌ ଆରମ୍ଭ କରିଥିଲେ ହେଁ ଲୁଟେରାମାନଙ୍କ ସନ୍ଧାନ ପାଇନାହିଁ। ପୁଲିସ ଅଧିକାରୀଙ୍କ ସୂଚନାନୁସାରେ, ଏଜେଣ୍ଟ ଦୁଇଜଣ ଏକ ଅଟୋରିକ୍ସାରେ ଯାଉଥିଲେ। ଫ୍ଲାଏ ଓଭରରେ ପହଞ୍ଚିବା ପରେ ଦୁଇଟି ବାଇକରେ ଚାରିଜଣ ଅଜ୍ଞାତ ବ୍ୟକ୍ତି ସେମାନେ ଯାଉଥିବା ଅଟୋ-ରିକ୍ସା ସହ ସମାନ୍ତରାଳ ଭାବରେ ଗାଡ଼ି ଚଳାଇଥିଲେ। କିଛି ବାଟ ଯିବା ପରେ ଦୁର୍ବୃତ୍ତମାନେ ଏଜେଣ୍ଟଙ୍କ ଆଖିରେ ଲଙ୍କାଗୁଣ୍ଡ ପକାଇଥିଲେ। ଜଣେ ଅଭିଯୁକ୍ତ ସେମାନଙ୍କଠାରୁ ଟଙ୍କା ବ୍ୟାଗ ଛଡ଼ାଇ ଆଣିବା ପରେ ସମସ୍ତେ ଫେରାର ହୋଇ ଯାଇଥିଲେ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe