Image Courtesy of HT
ହାଇଦ୍ରାବାଦ: ହାଇଦ୍ରାବାଦ ସହରର ରାସ୍ତାଘାଟରେ ବୁଲୁଥିବା ଭିକାରିମାନଙ୍କ ସମ୍ପର୍କରେ ଯେ କେହି ସୂଚନା ଦେଇ ପାରିବେ ତାଙ୍କୁ ୫୦୦ ଟଙ୍କା ପୁରସ୍କାର ମିଳିବ ବୋଲି ଶନିବାର ଦିନ ତେଲେଙ୍ଗାନା ଜେଲ୍ ବିଭାଗ ଘୋଷଣା କରିଛି।
ସହରରେ ଭିକାରିମାନଙ୍କୁ ଥଇଥାନ କରିବାକୁ ଜେଲ୍ ବିଭାଗ ଏକ ଅଭିଯାନ ଆରମ୍ଭ କରିଛି। ଜେଲ୍ର ନିର୍ଦେଶକ ଭି କେ ସିଂହ କହିଛନ୍ତି: ହାଇଦ୍ରାବାଦର ଯେ କୌଣସି ସ୍ଥାନରେ ଥିବା ଭିକାରିମାନଙ୍କ ବିଷୟରେ ସୂଚନା ଦେଲେ ୫୦୦ ଟଙ୍କା ମିଳିବ। ଏଥି ପାଇଁ ଜେଲ୍ ବିଭାଗର କଣ୍ଟ୍ରୋଲ୍ ରୁମ୍କୁ ଭିକାରିମାନଙ୍କ ବିଷୟରେ ସୂଚନା ଦେବାକୁ ପଡ଼ିବ।
ଜେଲ୍ ବିଭାଗ ଭିକାରିମାନଙ୍କୁ ଆଶ୍ରୟ, ଖାଦ୍ୟ, କାଉନ୍ସେଲିଙ୍ଗ୍ ଏବଂ କର୍ମସଂସ୍ଥାନ କୁଶଳୀ ତାଲିମ୍ ଦେଉଛି। ଯଦି ସେମାନେ ରୁଗ୍ଣ, ଆମେ ସେମାନଙ୍କର ଚିକିତ୍ସା କରାଇବା ସହ ସେମାନଙ୍କର ତତ୍ତ୍ୱ ନେଉଛୁ। ଏହା ଏକ ବ୍ୟାପକ ପ୍ୟାକେଜ୍।
Image Courtesy of ANIଯଦି ସେମାନେ ଯୋଗ୍ୟ ହୋଇ ପାରିଲେ, ସେମାନଙ୍କୁ ଆସବାବ୍ପତ୍ର ତିଆରି ଭଳି ଜେଲ୍ ଶିଳ୍ପରେ କର୍ମସଂସ୍ଥାନ ଯୋଗାଇ ଦିଆଯିବ।
ଏ ବର୍ଷ ଭିତରେ ଜେଲ୍ ବିଭାଗ ୭୪୧ ଜଣ ପୁରୁଷ ଭିକାରି ଏବଂ ପ୍ରାୟ ୩୦୦ ଜଣ ମହିଳା ଭିକାରିଙ୍କୁ ଉଦ୍ଧାର କରିଛି ବୋଲି ସିଂହ କହିଛନ୍ତି।
Follow Us